ପ୍ରମୂଖ ଖବର
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ଶରଧାବାଲିରେ ରଥ ଦକ୍ଷିଣ ମୋଡ଼, ତାଳଧ୍ୱଜରେ ପ୍ଲେଟ୍‌ ଓ ନନ୍ଦିଘୋଷରେ କ୍ଲାମ୍ପ ଲାଗିଲା
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଗୁଡ଼ି ଦୋକାନରେ ପୋଲିସର ରେଡ୍‌, ଜବତ ହେଲା ଚାଇନିଜ୍‌ ମାଞ୍ଜା ସୂତା

Published By : Harapriya Sethi | January 13, 2025 2:48 PM

ଭୁବନେଶ୍ୱର,୧୩/୦୧: ମକର ସଂକ୍ରାନ୍ତି ପୂର୍ବରୁ କଟକର ଗୁଡ଼ି ଓ ମାଞ୍ଜା ସୂତା ଦୋକାନ ଉପରେ ପୋଲିସର ଚଢାଉ । ଚାଇନିଜ୍‌ ମାଞ୍ଜା ସୂତା ଉପରେ କଟକଣା ଥିବା ବଳେ କିଛି ଅମାନିଆ ଏହାକୁ ବିକ୍ରି କରୁଥିଲେ । ଏହି କାରଣରୁ ଚୌଧୁରି ବାଜର ଓ କାଠଗଡା ସାହିରେ ଥିବା ଦୋକାନ ଗୁଡ଼ିକରେ ପୁରୀଘାଟ ପୋଲିସ ଅଚାନକ ଚଢାଉ କରିଥିଲା । ଚଢାଉରେ ବିପୁଳ ପରିମାଣର ମାଞ୍ଜା ସୂତା ଜବତ କରାଯାଇଛି । ଏହା ସହ ଉକ୍ତ ଦୋକାନ ଗୁଡ଼ିକରେ ମାଞ୍ଜା ସୂତା ବିକ୍ରି ଉପରେ ରୋକ୍ ଲଗାଯାଇଛି । 

ସୂଚନା ମୁତାବକ, ସୋମବାର ଚାଇନିଜ୍‌ ମାଞ୍ଜା ସୂତା ଲାଗି ମଧୁପାଟଣା ଅଞ୍ଚଳର ଅନିକେତ ଦାସ ନାମକ ବ୍ୟକ୍ତି ଆହତ ହୋଇଥିଲେ । ସେ ତ୍ରୀସୁଳିଆ ଅଞ୍ଚଳରେ ଯାଉଥିବା ସମୟରେ ମାଞ୍ଜା ସୂତା ଲାଗି ତାଙ୍କ ବେକ ଏବଂ ହାତରେ ଆଘାତ ଲାଗିଥିଲା । ଏନେଇ ପୋଲିସ ଖବର ପାଇବା ପରେ ଖୋଳତାଡ କରିଥିଲା । ଉକ୍ତ ମାଞ୍ଜା ସୂତା କେଉଁ ଦୋକନରୁ କିଣା ଯାଇଛି ତାହା ତଦନ୍ତ କରିଥିଲା ପୋଲିସ । ଉକ୍ତ ଦୋକାନରେ ଚଢାଉ କରିଥିଲା । କାରଣ ଚାଇନିଜ୍‌ ମାଞ୍ଜା ସୂତା ବିକ୍ରି ଉପରେ କଟକଣା ଲାଗିଛି । ଚୌଧୁରି ବାଜର ଓ କାଠଗଡା ସାହିରେ କିଛି ଅମାନିଆ ଏହାକୁ ବେଆଇନ୍‌ ଭାବରେ ବିକ୍ରି କରୁଥିବାରୁ ଉକ୍ତ ଗୁଡ଼ି ଦୋକାନ ଗୁଡିକରେ ପୁରୀଘାଟ ପୋଲିସ ଚଢାଉ କରିଥିଲା । ଏହି ଚଢାଉରେ ବିପୁଳ ପରିମାଣର ଚାଇନିଜ୍‌ ମାଞ୍ଜା ସୂତା ଜବତ କରାଯାଇଥିଲା । ଏହା ପରେ ଉକ୍ତ ଦୋକାନ ଗୁଡ଼ିକରେ ମାଞ୍ଜା ସୂତା ବିକ୍ରି ଉପରେ ରୋକ୍‌ ଲଗାଇଛି ପୋଲିସ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.