ଆଠଗଡ଼, ୧୦/୦୯: ଗୁରୁଡ଼ି ଝାଟିଆ ଥାନା କୁଷ୍ପଙ୍ଗୀ ନିକଟରେ କ୍ଷୀର ଅପମିଶ୍ରଣ ବେଳେ ରେଡ୍‌ ସମ୍ବଲପୁରରୁ କଟକର ଏକ କମ୍ପାନୀକୁ ଯାଉଥିବା ବେଳେ ଗାଡ଼ିକୁ ମାଡ଼ି ବସିଲା ପୁଲିସ । ଘଟଣାସ୍ଥଳରୁ କ୍ଷୀର ଅପମିଶ୍ରଣରେ ବ୍ୟବହୃତ ସାମଗ୍ରୀ ଜବତ ହୋଇଛି । ହେଲେ କ୍ଷୀର ଟ୍ୟାଙ୍କର ଡ୍ରାଇଭର ସମେତ ଅପମିଶ୍ରିତ କରୁଥିବା ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି ।

ସୂଚନା ମୁତାବକ, ସମ୍ୱଲପୁରରୁ କଟକର ଏକ କମ୍ପାନୀକୁ ଯାଉଥିଲା ଅପମିଶ୍ରିତ କ୍ଷୀର ଟ୍ୟାଙ୍କର । ଏହି ସମୟରେ ପୁଲିସ ଅତର୍କିତ ଚଢାଉ କରିଥିଲା । ଏହା ଦେଖି କ୍ଷୀର ଟ୍ୟାଙ୍କର ଡ୍ରାଇଭର ସମେତ ଅପମିଶ୍ରିତ କରୁଥିବା ଦୁର୍ବୃତ୍ତ ଫେରାର ହୋଇଯାଇଥିଲେ । ଚଢାଉ କରି ଘଟଣାସ୍ଥଳରୁ ଅପମିଶ୍ରଣରେ ବ୍ୟବହୃତ ସାମଗ୍ରୀ ଜବତ କରିଛି ପୁଲିସ ।  ଲୁଣ, ପାଉଡର୍ ଓ କେମିକାଲକୁ କ୍ଷୀରରେ ଅପମିଶ୍ରିତ କରୁଥିବା ନେଇ ସୂଚନା ମିଳିଛି । ​​​​​​​