ପ୍ରମୂଖ ଖବର
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ବ୍ରହ୍ମପୁରର ବିଭିନ୍ନ ଜୁଆ ଆଡ୍ଡା ଉପରେ ଚଢାଉ; ୧୦ ଦନରେ ୧୦୨ ଗିରଫ, ଲକ୍ଷାଧିକ ଟଙ୍କା ଜବତ

Published By : Harapriya Sethi | October 16, 2024 3:05 PM

ବ୍ରହ୍ମପୁର,୧୬/୧୦: ଆକ୍ସନ ମୋଡ଼ରେ ବ୍ରହ୍ମପୁର ପୋଲିସ । ବ୍ରହ୍ମପୁର ଥାନା ଅନ୍ତର୍ଗତ ଅନ୍ୟ ଥାନା ଗୁଡ଼ିକର ସହାୟତାରେ ବିଭିନ୍ନ ଅଞ୍ଚଳରେ ଚଢାଉ କରି ୧୭ ଟି ଜୁଆ ମାମଲା ରୁଜୁ କରିଛି ପୋଲିସ । ଏଥିରେ ୧୦୨ ଜଣ ବ୍ୟକ୍ତି ଗିରଫ ହୋଇଛନ୍ତି । ଏହା ସହ ୭୫ ଟି ମୋବାଇଲ ଫୋନ୍‌, ୨୩ ଟି ବାଇକ୍‌ ଏବଂ ୬,୦୭,୯୬୦ ଟଙ୍କା ମଧ୍ୟ ଜବତ କରାଯାଇଛି । ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଅଞ୍ଚଳରେ ଏଭଳି ଘଟଣା ଘଟିଛି ।

ସୂଚନା ମୁତାବକ, ବ୍ରହ୍ମପୁର ଅଞ୍ଚଳରେ ବଢିବାରେ ଲାଗିଛି ଜୁଆ ଆଡ୍ଡା । ଜୁଆ ଖେଳାଳୀଙ୍କୁ ଦମନ କରିବା ପାଇଁ ବିଗତ ୧୦ ଦିନରେ ବ୍ରହ୍ମପୁର ପୋଲିସ ଏଭଳି ପଦକ୍ଷେପ ନେଇଥିଲା । ଅନ୍ୟ ଥାନା ଗୁଡ଼ିକର ସହାୟତାରେ ବ୍ରହ୍ମପୁର ପୋଲିସ ବିଭିନ୍ନ ସ୍ଥାନରେ ବାରମ୍ୱାର ଚଢାଉ କରିଥିଲା । ଏହି ଚଢାଉରେ ଗୋଳନ୍ଥରା ପୋଲିସ ୬ ଟି ମାମଲା, ଗୋପାଳପୁର ପୋଲିସ ୨ ଟି ଏବଂ ବିଏନପୁର ପୋଲିସ ୨ ଟି ମାମଲା ରୁଜୁ କରିବା ସହ ସଦର ପୋଲିସ ୨ଟି ଏବଂ ଗୋସାନିନୁଗାଁ ପୋଲିସ ୨ଟି ମାମଲା ରୁଜୁ କରିଥିଲା । ଏହା ସହ ନିମଖଣ୍ଡି ପୋଲିସ ଗୋଟିଏ, ଦିଗପହଣ୍ଡି ପୋଲିସ ଗୋଟିଏ ଏବଂ ବଡ଼ବଜାର ପୋଲିସ ଗୋଟିଏ ମାମଲା ରୁଜୁ କରିଥିଲା । ତେବେ ଏହି ଚଢାଉରେ ମୋଟ ୧୦୨ ଜଣ ବ୍ୟକ୍ତି ଗିରଫ ହୋଇଛନ୍ତି । 

   

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.