ପ୍ରମୂଖ ଖବର
  • ବରମୁଣ୍ଡା ସମାବେଶରେ ରାହୁଲଙ୍କ ରଣହୁଙ୍କାର : 'ସମ୍ବିଧାନକୁ ଆକ୍ରମଣ କରୁଛି ଡବଲ ଇଞ୍ଜିନ, ଓଡ଼ିଶା ବଞ୍ଚାଇବା ଆମ ଦାୟିତ୍ଵ'
  • ||
  • ବାଲେଶ୍ୱର : ରକ୍ତ ସମ୍ପର୍କରେ ରକ୍ତ ଛିଟା; ପୂର୍ବ ଶତ୍ରୁତାରୁ ସାନଭାଇକୁ ହାଣିଲା ବଡ଼ଭାଇ
  • ||
  • ଅନୁଗୁଳ : ଟ୍ରେଲରକୁ ପିଟିଲା ବାଇକ୍‌: ଜଣେ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଷଣ୍ଢ ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର
  • ||
  • ପାକିସ୍ତାନର ବେଲୁଚିସ୍ତାନରେ ଆତଙ୍କୀ ହମଲା, ବସ୍‌କୁ ଅଟକାଇ ୯ ଜଣଙ୍କୁ ହତ୍ୟା କଲେ ଆତଙ୍କୀ
  • ||
  • ସୁବର୍ଣ୍ଣପୁର : ସରପଞ୍ଚଙ୍କ ସ୍ୱାମୀଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ, ବରମୁଣ୍ଡାରେ ସମ୍ବିଧାନ ବଞ୍ଚାଅ ସମାବେଶ, ଉତ୍ସାହରେ ଉଚ୍ଛୁଳୁଛି କଂଗ୍ରେସ
  • ||
  • ଗୁଜରାଟ ପୋଲ ଦୁର୍ଘଟଣା, ମିଳିଲାଣି ୧୭ ମୃତଦେହ, ୩ ନିଖୋଜ, ୪ ଅଧିକାରୀଙ୍କ ଉପରେ ଆକ୍ସନ
  • ||
  • ୧୫ ପରେ କମିବ ବର୍ଷା ପରିମାଣ, ୨୦ରୁ ୨୨ ଯାଏ ଖରା ଆଶଙ୍କା, ୨୩ରେ ଲଘୁଚାପ ସମ୍ଭାବନା
  • ||
  • ୪ ଦିନ ବଢିଲା ଆକ୍ସିଓମ୍‌-୪ ମିଶନ୍ ଅବଧି , ଜୁଲାଇ୧୪ରେ ମହାକାଶରୁ ଫେରିବେ ଶୁଭାଂଶୁ ଶୁକ୍ଳା
  • ||

ରେଲୱେର ସୁପର ଆପ୍ ଲଞ୍ଚ୍, ଗୋଟିଏ ପ୍ଲାଟଫର୍ମରେ ଯାତ୍ରୀଙ୍କୁ ମିଳିବ ସମସ୍ତ ସୁବିଧା

Published By : Rasmita Pradhan | July 1, 2025 2:41 PM

ଭୁବନେଶ୍ଵର, ୦୧/୦୭ : ରେଳଯାତ୍ରୀଙ୍କ ପାଇଁ ଖୁସି ଖବର। ଲଞ୍ଚ୍ ହେଲା ରେଲୱେର ସୁପର ଆପ୍। ଗୋଟିଏ ପ୍ଲାଟଫର୍ମରେ ଯାତ୍ରୀଙ୍କୁ ମିଳିବ ସମସ୍ତ ସୁବିଧା। ଜୁଲାଇ ୧ରୁ ନୂଆ ରେଲ୍ ୱାନ୍ ଆପ୍ ଲଞ୍ଚ୍ ହୋଇଛି। ସେଣ୍ଟର ଫର୍ ରେଲୱେ ଇନଫରମେସନ ସିଷ୍ଟମ (CRIS) ଏହି ନୂଆ ଆପ୍‌କୁ ତିଆରି କରିଛି। CRISର ୪୦ତମ ପ୍ରତିଷ୍ଠା ଦିବସ ସମାରୋହରେ ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ରେଲ୍ ୱାନ୍ ଆପ୍‌ର ଶୁଭାରମ୍ଭ କରିଛନ୍ତି।

ଏବେ ଅଲଗା ଅଲଗା ଆପ୍ ଡାଉନ୍‌ଲୋଡ୍ କରିବାକୁ ପଡ଼ିବନି। ଏହି ଆପ୍ ଆଣ୍ଡ୍ରଏଡ୍ ପ୍ଲେ ଷ୍ଟୋର୍ ଏବଂ ଆପ୍ ଷ୍ଟୋର୍‌ରେ ଉପଲବ୍ଧ ରହିଛି। ଏହି ଆପ୍‌ର ଏକ ସ୍ଵତନ୍ତ୍ର ସୁବିଧା ହେଉଛି ସିଙ୍ଗଲ୍ ସାଇନ୍-ଅନ୍। ଏଥିପାଇଁ ୟୁଜରଙ୍କୁ ଅଧିକ ପାସ୍‌ୱାର୍ଡ ମନେ ରଖିବା ଆବଶ୍ୟକ ପଡିବନି। ରେଲ୍ ୱାନ୍ ଆପ୍ ଜରିଆରେ ଯାତ୍ରୀମାନେ ସଂରକ୍ଷଣ ଟିକଟ, ଜେନେରାଲ୍ ଟିକଟ, ପ୍ଲାଟଫର୍ମ ଟିକଟ, ମାସିକ ସିଜିନ୍ ଟିକଟ ବୁକିଂ କରିପାରିବେ। ଏହା ସହ ପିଏନଆର ବି ଚେକ୍ କରିପାରିବେ। ଏହା ଟ୍ରେନ୍‌ର ରନିଂ ଷ୍ଟାଟସ୍ ବି ଦେବ। ଏହି ଆପ୍ ଜରିଆରେ ଖାଦ୍ୟ ଅର୍ଡର କରିପାରିବେ। କୌଣସି ପ୍ରକାରର ଅଭିଯୋଗ ମଧ୍ୟ କରିପାରିବେ। ସେହିପରି ସଂରକ୍ଷଣ ଟିକଟ ପାଇଁ ଟିଡିଆର୍ ଫାଇଲ୍ ବି କରିପାରିବେ। 

ରେଲ୍ ୱାନ୍ ଆପ୍ ଆଇଆରସିଟିସିକୁ ସମ୍ପୂର୍ଣ୍ଣ ରୂପେ ରିପ୍ଲେସ୍ କରିବନି। ଏହା ଏକ ଅପ୍ସନ ରୂପେ କାମ କରିବ। ଆଇଆରସିଟିସି ସର୍ଭିସ୍ ପୂର୍ବ ଭଳି ବଳବତ୍ତର ରହିବ। ଆଗକୁ ରେଲ୍ ୱାନ୍ ଆପ୍‌ରେ ମେସେଜିଂ, ସୋସିଆଲ ମିଡିଆ, ଇ-କମର୍ସ, ପେମେଣ୍ଟ ଗେଟୱେ ଭଳି ସର୍ଭିସ୍ ଯୋଡ଼ାଯିବ। ଏହି ଆପ୍ ଏକ ଡିଜିଟାଲ୍ ଇକୋସିଷ୍ଟମ ଭଳି କାମ କରିବ। 

 






 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.