ପ୍ରମୂଖ ଖବର
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ବାତ୍ୟା ମୁକାବିଲା ପାଇଁ ରେଳମନ୍ତ୍ରୀଙ୍କ ସମୀକ୍ଷା: ରିଲିଫ୍‌ ପରିବହନ, ଯାତ୍ରୀ ସୁରକ୍ଷାକୁ ଗୁରୁତ୍ୱ,୨ ରାଜ୍ୟରେ ଗଢ଼ା ହେଲା ୯ କଣ୍ଟ୍ରୋଲ ରୁମ୍‌

Published By : Prameya | October 24, 2024 10:32 AM

ଭୁବନେଶ୍ୱର ୨୪/୧୦: ବାତ୍ୟା ଯୋଗୁଁ କିଭଳି ରେଳ ଚଳାଚଳ ବିଶେଷ  ଭାବେ ବାଧାପ୍ରାପ୍ତ ହେବନି, ସେ ନେଇ ସମୀକ୍ଷା  କରିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ କୁମାର ବୈଷ୍ଣବ ।  ଉଭୟ ପଶ୍ଚିମବଙ୍ଗ ଓ ଓଡ଼ିଶାର ବିଭିନ୍ନ ରେଳ  ଅଧିକାରୀଙ୍କ ସହ ଏ ନେଇ ଆଭାସୀରେ ଆଲୋଚନା  କରିଛନ୍ତି । ବାତ୍ୟା ବେଳେ କିଭଳି ସୁଚାରୁ ଭାବେ  ରିଲିଫ୍‌ ପରିବହନ କରାଯାଇପାରିବ, ଯାତ୍ରୀ ସୁରକ୍ଷା  କିଭଳି ପ୍ରଭାବିତ ହେବନି ତାହାକୁ ଗୁରୁତ୍ୱ ଦେଇଛନ୍ତି  ରେଳମନ୍ତ୍ରୀ । 

ବାତ୍ୟା ମୁକାବିଲା ପାଇଁ ୨ ରାଜ୍ୟରେ  ୯ଟି ୱାର୍‌ ରୁମ୍‌ ଗଢ଼ାଯାଇଛି । ପ୍ରତି ୱାର ରୁମ୍‌ରେ  ପାୱାର ବ୍ୟାକ୍‌ ଅପ୍‌ ରହୁଥିବା ୨୦ଟି ସାଟେଲାଇଟ୍‌  ଫୋନ୍‌ ଦିଆଯାଇଛି । ଏହି ୱାର ରୁମ୍‌ରେ ଇଞ୍ଜିନିୟରିଂ  ବିଭାଗ, ପରିଚାଳନା ବିଭାଗ, ବାଣିଜ୍ୟ ବିଭାଗ ଓ  ଆର୍‌ପିଏଫ୍‌ର ଅଧିକାରୀମାନଙ୍କୁ ନେଇ ପରିଚାଳନା  କରାଯିବ । ସେହିପରି ତୁରନ୍ତ ଟ୍ରାକ୍‌ ମରାମତି,  ସିଗନାଲ୍‌ ଓ ବିଦ୍ୟୁତ ବ୍ୟବସ୍ଥା ସଜାଡିବା ପାଇଁ  ସୋରୋ ଓ ଜଳେଶ୍ୱର ସମେତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ  ଷ୍ଟେସନରେ ବିଶେଷଜ୍ଞ ଦଳ ଅଛନ୍ତି । ୬ ଶହ ଅଧିକାରୀ  ନିୟୋଜିତ ହୋଇଛନ୍ତି । ୭ଟି ଟ୍ରଲି, ୭ଟି କୋଚ୍‌ ଓ  ଟାୱାର ୱାଗନ୍‌ ସମେତ ବିଭିନ୍ନ ଯନ୍ତ୍ରପାତି ପ୍ରସ୍ତୁତ  ହୋଇ ରହିଛି । ତୁରନ୍ତ ପୁନରୁଦ୍ଧାର ପାଇଁ ପୂର୍ବତଟ  ରେଳପଥ ପକ୍ଷରୁ ରେଡ୍‌ ଆଲର୍ଟ ଜାରି କରାଯାଇଛି ।  

ପ୍ରଭାବିତ ହେବାର ସମ୍ଭାବନା ଥିବା ବିଭିନ୍ନ ରେଳ  ଷ୍ଟେସନଗୁଡ଼ିକରେ ବ୍ୟାପକ ଖାଦ୍ୟ ଓ ପିଇବା  ପାଣି ବ୍ୟବସ୍ଥା କରାଯାଇଛି । ବିଭିନ୍ନ ଷ୍ଟେସନ ପାଇଁ  ହେଲ୍ପ୍‌ ଡେସ୍କ୍‌ ନମ୍ବର ଜାରି କରାଯାଇଛି । ପୁରୀ ପାଇଁ  ୮୯୨୬୧୦୦୩୫୬, ଖୋର୍ଦ୍ଧା ରୋଡ୍‌-୮୯୨୬୧୦୦୨୧୫,  ଭୁବନେଶ୍ୱର-୮୧୧୪୩୮୨୩୭୧, କଟକ– ୮୧୧୪୩୮୨୩୫୯, ପାରାଦୀପ-୮୧୧୪୩୮୮୩୦୨,  ଯାଜପୁର-କେନ୍ଦୁଝର ରୋଡ୍‌-୮୧୧୪୩୮୨୩୪୨, ଭଦ୍ରକ-୮୧୧୪୩୮୨୩୦୧,ପଲାସା-୮୧୧୪୩୮୨୩୧୯  ଓ ବ୍ରହ୍ୱପୁର ପାଇଁ ୮୧୧୪୩୮୨୩୪୦ ହେଲ୍ପଲାଇନ୍‌  ନମ୍ବର ଜାରି କରାଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.