ପ୍ରମୂଖ ଖବର
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ବୌଦ୍ଧ ଜିଲ୍ଲାରେ ରେଳ ସେବାର ହେଲା ଶୁଭାରମ୍ଭ; ଆଭାସୀ ଜରିଆରେ ପ୍ରଧାନମନ୍ତ୍ରୀ କେଲେ ଉଦଘାଟନ

Published By : Bijay Swain | June 20, 2025 7:08 PM

ବୌଦ୍ଧ,୨୦/୬: ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ରେଳ ମାନଚିତ୍ରରେ ବୌଦ୍ଧ ଜିଲ୍ଲା ଯୋଡ଼ି ହୋଇଛି ।  ଖୋର୍ଦ୍ଧା ବଲାଙ୍ଗିର ରେଳପଥ କାର୍ଯ୍ୟ ପୁରୁଣା କଟକ ପର୍ଯ୍ୟନ୍ତ ଶେଷ ହୋଇଛି । ଆଜି ବୌଦ୍ଧ ଜିଲ୍ଲାରେ ରେଳ ସେବାର ହେଲା ଶୁଭାରମ୍ଭ । ଆଭାସୀ ଜରିଆରେ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ କେଲେ ଏହାର ଉଦଘାଟନ । ଏକା ଥର କେ ଦୁଇଟି ସ୍ଥାନରୁ ବୌଦ୍ଧ ଏବଂ ପୁରୁଣାକଟକରୁ ଗଡିଲା ରେଳ । 

ଏହି ଅବସରରେ ବୌଦ୍ଧ ଓ ପୁରୁଣାକଟକ ଠାରେ ଦୁଇଟି ସ୍ଵତନ୍ତ୍ର କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା। ବୌଦ୍ଧ ରେଳ ଷ୍ଟେସନ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବୌଦ୍ଧ ବିଧାୟକ ତଥା ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ, ସମ୍ମାନୀତ ଅତିଥି ଭାବେ ଜ଼ିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା, ଆରକ୍ଷୀ ଅଧିକ୍ଷକ, ରାହୁଲ କୁମାର ଗୋଏଲ, ସମ୍ବଲପୁର ର ଡି ଆର ଏମ ସୁବାଷ ଚନ୍ଦ୍ର ଚୌଧୁରୀ ଯୋଗ ଦେଇଥିଲେ । ଟ୍ରେନ ମ୍ୟାନେଜର ଜି ଗଣପତି ରାଓ ସଭା କୁ ପରିଚାଳନା କରିଥିଲେ । 

ଆୟୋଜିତ ସଭାରେ ଖୋର୍ଦ୍ଧା ବଲାଙ୍ଗିର ରେଲ ଲାଇନ ପାଇଁ ସେଣ୍ଟ୍ରାଲ ଆକ୍ସନ ପାଇଁ ବଲାଙ୍ଗିର ଜ଼ିଲ୍ଲାର ଗୋପାଲଜୀ ପାଣିଗ୍ରାହୀ, ଭବାନୀଶଙ୍କର ଶତପଥି, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ରମେଶ କୁମାର ଅଗ୍ରୱାଲ, ସୁବର୍ଣ୍ଣପୁର ଜ଼ିଲ୍ଲାର ଗୋବିନ୍ଦ ମହାରଣା, ଶ୍ୟାମ ଓମ ପ୍ରକାଶ ମିଶ୍ର, ବଳଦେବ ବେଦବାଗ ଏବଂ ବୌଦ୍ଧ ଜ଼ିଲ୍ଲାର ଯୁଗଳ କିଶୋର ସାମଲ,  ବିଶେଶ୍ୱର ପୃଷ୍ଟି, ପ୍ରଦୋଷ କୁମାର ମିଶ୍ର, ଦେବାଶିଷ ପୁରୋହିତ, ରଘୁନାଥ ଷଡ଼ଙ୍ଗୀ, ଚିତ୍ତରଞ୍ଜନ ଦାଶ, ସୌମିତ୍ରୀ ନାୟକ, ସୁଧୀର କୁମାର କର୍ଣ୍ଣଙ୍କୁ ସମ୍ବର୍ଦ୍ଧନା କରିଥିଲେ ଅତିଥି ବୃନ୍ଦ । ସୋନପୁରରୁ ପୁରୁଣା କଟକ ୧୩୭୬ କୋଟି ଟଙ୍କା ବ୍ୟୟରେ ୭୩ କିଲୋ ମିଟର ରେଳ ପଥ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.