ପ୍ରମୂଖ ଖବର
  • ରଣଜୀ ଟ୍ରଫିର ଦ୍ୱିତୀୟ ଭାଗ: ଆଜିଠୁ ଗ୍ରାଉଣ୍ଡକୁ ଓହ୍ଲାଇବେ ରୋହିତ, ପନ୍ତ, ଗିଲ୍‌, ଜାଡ଼େଜା
  • ||
  • ଘନ କୁହୁଡ଼ିର ଚାଦର ତଳେ ଆଠଗଡ଼, ଯାତାୟତ ବାଧାପ୍ରାପ୍ତ
  • ||
  • କରଞ୍ଜିଆ : ଶିକାରୀଙ୍କୁ ଧରାଇ ଦେଲା ଏଆଇ କ୍ୟାମେରା, ୩ ଜଣଙ୍କୁ ଧରିଲା ସ୍ବତନ୍ତ୍ର ଏନଫୋର୍ସମେଣ୍ଟ୍ ଟିମ୍
  • ||
  • ରାଜ୍ୟରେ ରେକର୍ଡ ଭାଙ୍ଗିଲାଣି ତାତି: କୋରାପୁଟରେ ୩୩.୨ ଡିଗ୍ରୀ ପାର୍, ଆଗକୁ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ବଢ଼ିବ
  • ||
  • ଭଦ୍ରକ : ଇଲେକ୍ଟ୍ରୋନିକ୍ସ ଦୋକାନରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ
  • ||

ରାଜ କୁନ୍ଦ୍ରାଙ୍କୁ ସମନ ପଠାଇଲା ଇଡ଼ି ,କାର୍ଯ୍ୟାଳୟରେ ହାଜର ହେବାକୁ ନିର୍ଦ୍ଦେଶ

Published By : Anindita | December 1, 2024 10:45 AM

ନୂଆଦିଲ୍ଲୀ,୦୧/୧୧: ବଢିବାରେ ଲାଗିଛି ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ଅଡୁଆ। ପୁଣିଥରେ ଜେରା କରିବ ଇଡି । ଏନେଇ ମନିଲଣ୍ଡରିଂ ମାମଲାରେ ତାଙ୍କୁ ସମନ ପଠାଇଛି ଇଡ଼ି । ଏଥିସହ ତାଙ୍କୁ ପଚରାଉଚରା କରିବା ପାଇଁ ମୁମ୍ବାଇ ଇଡି ଅଫିସକୁ ଡକାଯାଇଛି। ତେବେ ରାଜ କୁନ୍ଦ୍ରାଙ୍କୁ ଚଳିତ ସପ୍ତାହରେ ହିଁ ତଦନ୍ତକାରୀ ଏଜେନ୍ସିରେ ହାଜର ହେବାକୁ କୁହାଯାଇଛି। ଏଥିସହ  ଇଡି ମୁମ୍ବାଇ ଏବଂ ଉତ୍ତରପ୍ରଦେଶର କେତେକ ସହରର ୧୫ଟି ସ୍ଥାନରେ ଚଢ଼ାଉ କରିଥିଲା। ଏଥିରେ ୪୯ ବର୍ଷିୟ କୁନ୍ଦ୍ରାଙ୍କ ଘର ଏବଂ ଅଫିସ ସମେତ ଅନ୍ୟ କେତେକ ସ୍ଥାନ ମଧ୍ୟ ସାମିଲ ଥିଲା ତେବେ ଚଢ଼ାଉ ପରେ ଏହି ସମନ ଜାରି କରାଯାଇଛି।  

ତେବେ ଏହି ମାମଲା ସହ ଜଡିତ ଅନ୍ୟ ଲୋକଙ୍କୁ ମଧ୍ୟ ଇଡି ସମନ ଜାରି କରି ପଚରାଉଚରା ପାଇଁ ଡାକିଛି। ରାଜ କୁନ୍ଦ୍ରଙ୍କୁ ସୋମବାର ସକାଳ ୧୧ଟାରେ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଛି। ଏନେଇ  କୁନ୍ଦ୍ରାଙ୍କ ଓକିଲ କହିଛନ୍ତି , ରାଜ କୁନ୍ଦ୍ରା କୌଣସି ଅପରାଧ କରିନାହାଁନ୍ତି। ମୁଁ ଏପର୍ଯ୍ୟନ୍ତ ତାଙ୍କ ସହ କଥା ହୋଇନାହିଁ। କିନ୍ତୁ ସେ ନିର୍ଦ୍ଦୋଷ। ମୁମ୍ବାଇ ପୁଲିସର ଚାର୍ଜସିଟ ଅନୁଯାୟୀ ରାଜ କୁନ୍ଦ୍ରାଙ୍କ କାରବାର ଆଇନଗତ ଅଟେ। ସେ ଟିକସ ଦେଇଛନ୍ତି। ରାଜ କୁନ୍ଦ୍ରା ଟଙ୍କା ହେରଫେର ଭଳି କୌଣସି ଅପରାଧ କରିନାହାଁନ୍ତି। ଏହି ମନିଲଣ୍ଡରିଂ ମାମଲା ମେ' ୨୦୨୦ରେ ରାଜ କୁନ୍ଦ୍ରା ଓ ଅନ୍ୟମାନଙ୍କ ବିରୋଧରେ ରୁଜୁ ହୋଇଥିବା ଦୁଇଟି ଏଫ୍‌ଆଇଆର୍‌ ଓ ମୁମ୍ବାଇ ଦ୍ୱାରା ଦାଖଲ ହୋଇଥିବା ଚାର୍ଜସିଟରୁ ଆସିଛି। ଏହି ମାମଲାରେ ବ୍ୟବସାୟୀ ଏବଂ ଅନ୍ୟ କେତେକଙ୍କୁ ଗିରଫ ମଧ୍ୟ କରାଯାଇଥିଲା, ଯାହା ପରେ ସେମାନେ କୋର୍ଟରୁ ଜାମିନ ପାଇଥିଲେ। କୁନ୍ଦ୍ରାଙ୍କ ବିରୋଧରେ ଅର୍ଥ ହେରଫେରର ଏହା ହେଉଛି ଦ୍ୱିତୀୟ ମାମଲା।




Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.