ମୁମ୍ବାଇ: ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ଏବଂ ପ୍ରସିଦ୍ଧ ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ସମସ୍ୟା ବଢ଼ିବାରେ ଲାଗିଛି ୬୦ କୋଟି ଟଙ୍କାର ଠକେଇ ମାମଲା ଆହୁରି ଜଟିଳ ହେଛି। ଏବେ ରିପୋର୍ଟ ଆସିଛି ଯେ, ଏହି ଟଙ୍କାର କିଛି ଅଂଶ ଚଳଚ୍ଚିତ୍ର ପ୍ରଯୋଜକ ଏକତା କପୁର, ଅଭିନେତ୍ରୀ ବିପାଶା ବସୁ ଏବଂ ନେହା ଧୂପିଆଙ୍କ ଆକାଉଣ୍ଟକୁ ଯାଇଛି । ଏହି ମାମଲାରେ ମୁମ୍ବାଇ ପୁଲିସର ଅର୍ଥନୈତିକ ଅପରାଧ ଶାଖା ଖୁବଶୀଘ୍ର ଏକତା କପୁର, ବିପାଶା ବସୁ ଏବଂ ନେହା ଧୂପିଆଙ୍କୁ ନୋଟିସ୍ ଜାରି କରି ପଚରାଉଚରା ପାଇଁ ଡାକିବ । ନୋଟିସ୍ ଜାରି କରି ମୁମ୍ବାଇ ପୁଲିସ ଟଙ୍କା କାରବାର ସମ୍ପର୍କରେ ଜାଣିବାକୁ ଚାହିଁବ

 

ବ୍ୟବସାୟୀ ଦୀପକ କୋଠାରୀ ଅଭିଯୋଗ କରିଥିଲେ, ଶିଳ୍ପା ଶେଟ୍ଟୀ ଏବଂ ରାଜ କୁନ୍ଦ୍ରା ତାଙ୍କ ପାଖରୁ ୬୦ କୋଟି ଟଙ୍କା ଠକି ନେଇଛନ୍ତି । ଏହା ପରଠାରୁ ଶିଳ୍ପା ଏବଂ ରାଜ୍‌ଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି । ଏହି ମାମଲାରେ ଅର୍ଥନୈତିକ ଅପରାଧ ଶାଖା କୁନ୍ଦ୍ରାଙ୍କ କମ୍ପାନୀର ଆର୍ଥିକ କାରବାରର ତଦନ୍ତ କରୁଛି । ଅଭିଯୋଗକାରୀଙ୍କ ଅଭିଯୋଗ ଅନୁଯାୟୀ, ପାଣ୍ଠିର ଅପବ୍ୟବହାର ହୋଇଛି କି ନାହିଁ ତାହା ଜାଣିବାକୁ ତଦନ୍ତ ଜାରି ରହିଛି ଚଳିତ ସପ୍ତାହରେ, ରାଜ କୁନ୍ଦ୍ରାଙ୍କୁ ଏହି ମାମଲାରେ ପ୍ରାୟ ପାଞ୍ଚ ଘଣ୍ଟା ଜେରା କରାଯାଇଥିଲା ଏହି ସମୟରେ ସେ ଆର୍ଥିକ କାରବାର ସଂପର୍କରେ ସ୍ୱୀକାର କରିଥିଲେ । ଏହି ପଚରାଉଚରା ସମୟରେ, ନେହା, ଏକତା ଏବଂ ବିପାଶାଙ୍କ ନାଁ ସାମ୍ନାକୁ ଆସିଛି ।

 

ବେଷ୍ଟ ଡିଲ୍ ଟିଭି ଏକ ଇ-କମର୍ସ ପ୍ଲାଟଫର୍ମ ଥିଲା, ଯାହା ଟେଲିଭିଜନ ସେଲିବ୍ରିଟିଙ୍କ ଦ୍ୱାରା ବିଭିନ୍ନ ଉତ୍ପାଦ ବିକ୍ରି କରୁଥିଲା। ତଦନ୍ତରୁ ଜଣାପଡିଛି ଯେ, ଅନେକ ବଲିଉଡ୍ ଷ୍ଟାର ଚ୍ୟାନେଲରେ ସେମାନଙ୍କର ଉତ୍ପାଦର ପ୍ରଚାର କରୁଥିଲେ କମ୍ପାନୀଠାରୁ ସେମାନଙ୍କୁ ଟଙ୍କା ମିଳୁଥିଲା ଅର୍ଥନୈତିକ ଅପରାଧ ଶାଖା ଏବେ ଏହି ସେଲିବ୍ରିଟିଙ୍କଠାରୁ ଜାଣିବାକୁ ଚାହୁଁଛି ଯେ, ସେମାନଙ୍କୁ କେଉଁ କାମ ପାଇଁ କେତେ ଟଙ୍କା ଦିଆଯାଇଥିଲା । ଏହି ମାମଲାରେ, ମୁମ୍ବାଇ ପୁଲିସ ରାଜ କୁନ୍ଦ୍ରା ଏବଂ ଶିଳ୍ପା ଶେଟ୍ଟୀଙ୍କ ବିରୁଦ୍ଧରେ ଲୁକ୍ ଆଉଟ୍ ନୋଟିସ୍ ଜାରି କରିଛି । ଫଳରେ ସେମାନଙ୍କ ପାଇଁ ଦେଶ ବାହାରକୁ ଯାତ୍ରା କରିବା କଷ୍ଟକର ହୋଇପଡ଼ି