ବାରଙ୍ଗ,୧୭/୦୬: ରଜ ୩ ଦିନରେ ନନ୍ଦନକାନନର ଉଭୟ ଉଦ୍ୟାନରେ ୮୩ ହଜାର ୮୪୬ ଜଣ ପର୍ଯ୍ୟଟକ ବୁଲିଛନ୍ତି । ଶେଷ ରଜ ସୋମବାର ନନ୍ଦନକାନନର ଉଭୟ ଉଦ୍ୟାନରେ ୧୯ ହଜାର ୪୦୮ ଜଣ ପର୍ଯ୍ୟଟକ ବୁଲିଥିଲେ । ସେଥି ମଧ୍ୟରୁ ପ୍ରାଣୀ ଉଦ୍ୟାନରେ ୧୮ ହଜାର ୧୩୪ ଜଣ ଓ ଉଦ୍ଭିଦ ଉଦ୍ୟାନରେ ୧୨ ଶହ ୭୪ ଜଣ ପର୍ଯ୍ୟଟକ ବୁଲିଛନ୍ତି । ସକାଳେ ଅଳ୍ପ ସଂଖ୍ୟକ ପର୍ଯ୍ୟଟକ ବୁଲି ଆସିଥିବା ବେଳେ ଅପରାହ୍ଣରେ ପର୍ଯ୍ୟଟକଙ୍କ ସଂଖ୍ୟା ବଢିଥିଲା ।
ଚଳିତ ବର୍ଷ ଦ୍ୱିତୀୟ ରଜରେ ରେକର୍ଡ ସଂଖ୍ୟକ ୩୯ ହଜାର ୫୮୨ ଜଣ ପର୍ଯ୍ୟଟକ ବୁଲିଛନ୍ତି । ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଅଧିକ ଟିକେଟ କାଉଣ୍ଟର ଖୋଲିବା ସହିତ ଅନଲାଇନ, ହ୍ୱାଟ୍ସଆପ ମାଧ୍ୟମରେ ଟିକେଟ କଟିବା ପାଇଁ ସୁବିଧା କରାଯାଇଥିଲା । ପ୍ରାଣୀ ଉଦ୍ୟାନ ମଧରେ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ଅଧିକ ସୁରକ୍ଷା କର୍ମୀ, ଅଧିକ ପାଣି ପଏଣ୍ଟ, ବିଶ୍ରାମ ସ୍ଥଳୀ ଉପରେ ଅଧିକ ଧ୍ୟାନ ଦିଆ ଯାଇଥିଲା ।