ବାରଙ୍ଗ,୧୭/୦୬: ରଜ ୩ ଦିନରେ ନନ୍ଦନକାନନର ଉଭୟ ଉଦ୍ୟାନରେ ୮୩  ହଜାର ୮୪୬ ଜଣ ପର୍ଯ୍ୟଟକ ବୁଲିଛନ୍ତି । ଶେଷ ରଜ ସୋମବାର ନନ୍ଦନକାନନର  ଉଭୟ ଉଦ୍ୟାନରେ ୧୯ ହଜାର ୪୦୮ ଜଣ ପର୍ଯ୍ୟଟକ ବୁଲିଥିଲେ । ସେଥି ମଧ୍ୟରୁ ପ୍ରାଣୀ ଉଦ୍ୟାନରେ ୧୮ ହଜାର  ୧୩୪ ଜଣ ଓ ଉଦ୍ଭିଦ ଉଦ୍ୟାନରେ ୧୨ ଶହ ୭୪ ଜଣ ପର୍ଯ୍ୟଟକ ବୁଲିଛନ୍ତି ।  ସକାଳେ ଅଳ୍ପ ସଂଖ୍ୟକ ପର୍ଯ୍ୟଟକ  ବୁଲି ଆସିଥିବା ବେଳେ ଅପରାହ୍ଣରେ  ପର୍ଯ୍ୟଟକଙ୍କ ସଂଖ୍ୟା ବଢିଥିଲା ।  

ଚଳିତ ବର୍ଷ ଦ୍ୱିତୀୟ ରଜରେ ରେକର୍ଡ  ସଂଖ୍ୟକ ୩୯ ହଜାର ୫୮୨ ଜଣ ପର୍ଯ୍ୟଟକ ବୁଲିଛନ୍ତି । ପର୍ଯ୍ୟଟକଙ୍କ  ସୁରକ୍ଷା ପାଇଁ ଅଧିକ ଟିକେଟ କାଉଣ୍ଟର ଖୋଲିବା ସହିତ ଅନଲାଇନ, ହ୍ୱାଟ୍ସଆପ  ମାଧ୍ୟମରେ ଟିକେଟ କଟିବା ପାଇଁ ସୁବିଧା କରାଯାଇଥିଲା । ପ୍ରାଣୀ ଉଦ୍ୟାନ ମଧରେ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ଅଧିକ  ସୁରକ୍ଷା କର୍ମୀ, ଅଧିକ ପାଣି ପଏଣ୍ଟ,  ବିଶ୍ରାମ ସ୍ଥଳୀ ଉପରେ ଅଧିକ ଧ୍ୟାନ ଦିଆ ଯାଇଥିଲା ।