ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ନୀତିଶ ରାଣାଙ୍କ ଦମଦାର ଅର୍ଦ୍ଧଶତକ, ସିଏସକେ ଆଗରେ ୧୮୩ ରନ୍‌ ଟାର୍ଗେଟ

Published By : Tapas Panda | March 30, 2025 9:31 PM

Image Courtesy: espncricinfo

ଗୌହାଟି: ରାଜସ୍ଥାନ ରୟାଲ୍ସ ଚେନ୍ନାଇ ସୁପର କିଙ୍ଗସ୍‌କୁ ଜିତିବା ପାଇଁ ୧୮୩ ରନର ଟାର୍ଗେଟ ଦେଇଛି। ନୀତିଶ ରାଣା ଦଳ ପାଇଁ ଚମତ୍କାର ପ୍ରଦର୍ଶନ କରିଛନ୍ତି । ରାଣା ୩୬ଟି ବଲ ଖେଳି ୮୧ ରନ କରିଛନ୍ତି। ସେ ୧୦ଟି ଚୌକା ଏବଂ ୫ଟି ଛକା ମାରିଛନ୍ତି। ରିୟାନ ପରାଗ ୩୭ ରନ କରିଥିବା ବେଳେ ସଞ୍ଜୁ ସାମସନ ୨୦ ରନ କରି ଆଉଟ ହୋଇଥିଲେ। ଯଶସ୍ୱୀ ଜୟସ୍ୱାଲ ୪ ରନ କରି ପାଭିଲିୟନ ଫେରିଥିଲେ। ଧ୍ରୁବ ଜୁରେଲ ୩ ରନ କରି ଆଉଟ ହୋଇଥିଲେ ଏବଂ ହସରଙ୍ଗା ୪ ରନ କରି ଆଉଟ ହୋଇଥିଲେ।

ଚେନ୍ନାଇର ବୋଲରଙ୍କ କମାଲ ଦେଖିବାକୁ ମିଳିଛି । ଚେନ୍ନାଇ ସୁପର କିଙ୍ଗସ୍‌ ପକ୍ଷରୁ ନୁର ଅହମ୍ମଦ, ମହିଶ ପଥିରାନା ଏବଂ ଖଲିଲ ଅହମ୍ମଦ ୨ଟି ଲେଖାଏଁ ୱିକେଟ ନେଇଛନ୍ତି । ରବିଚନ୍ଦ୍ରନ ଅଶ୍ୱିନ ଏବଂ ରବିନ୍ଦ୍ର ଜାଡେଜା ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି। ସବୁଠାରୁ ବଡ଼ କଥା ହେଉଛି, ୨୦୧୯ ପରଠାରୁ ଚେନ୍ନାଇ ଟିମ୍‌ କେବେ ବି ୧୮୦ ରନ୍‌ ଚେଜ୍‌ କରି ବିଜୟୀ ହୋଇନାହିଁ ।

IPL 2025ର ୧୧ତମ ମ୍ୟାଚ୍ ଗୌହାଟିର ବାରସାପାରା କ୍ରିକେଟ ଷ୍ଟାଡିୟମରେ ରାଜସ୍ଥାନ ରୟାଲ୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ CSK ଦଳର ଅଧିନାୟକ ଋତୁରାଜ ଗାୟକୱାଡ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ, ଯାହା ପ୍ରଥମ ଓଭରରେ ଯଶସ୍ୱୀ ଜୟସ୍ୱାଲ ଆଉଟ୍ ହେବା ପରେ ଠିକ୍ ପ୍ରମାଣିତ ହୋଇଥିଲା। ଏହା ପରେ, ନମ୍ବର-୩ରେ ବ୍ୟାଟିଂ କରିବାକୁ ଆସିଥିବା ନୀତିଶ ରାଣା ଏହି ମ୍ୟାଚ୍‌ରେ ସମ୍ପୂର୍ଣ୍ଣ ଭିନ୍ନ ଶୈଳୀରେ ବ୍ୟାଟିଂ କରିଥିଲେ । 

ସେପଟେ ପାୱାରପ୍ଲେରେ ରାଜସ୍ଥାନ ରୟାଲ୍ସ ୧ ୱିକେଟ୍ ହରାଇ ୭୯ ରନ୍ କରିଥିଲା, ଯାହା IPL ଇତିହାସରେ ଚେନ୍ନାଇ ସୁପର କିଙ୍ଗସ୍‌ ବିପକ୍ଷରେ ପ୍ରଥମ ୬ ଓଭରରେ କୌଣସି ଦଳ ଦ୍ୱାରା ସର୍ବାଧିକ ସ୍କୋର। ଏହି ତାଲିକାର ଶୀର୍ଷରେ ରାଜସ୍ଥାନ ରୟାଲ୍ସ ମଧ୍ୟ ଅଛି । ୨୦୨୧ରେ ଆବୁଧାବି ଗ୍ରାଉଣ୍ଡରେ ଖେଳାଯାଇଥିବା ମ୍ୟାଚ୍‌ରେ ପ୍ରଥମ ୬ ଓଭରରେ ଗୋଟିଏ ୱିକେଟ୍ ହରାଇ ୮୧ ରନ୍ କରିଥିଲା ଆରଆର। ଦ୍ୱିତୀୟ ସ୍ଥାନରେ ଲକ୍ଷ୍ନୌ ସୁପରଜାଏଣ୍ଟସ୍‌ ଅଛି । ୨୦୨୩ ମସିହାରେ ଚେନ୍ନାଇ ଗ୍ରାଉଣ୍ଡରେ ସିଏସକେ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ରେ ପାୱାରପ୍ଲେରେ ଗୋଟିଏ ୱିକେଟ୍ ହରାଇ ୮୦ ରନ୍ କରିଥିଲା ଏଲଏସଜି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.