ପ୍ରମୂଖ ଖବର
  • ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ପାରଳାଖେମୁଣ୍ଡି ସିଡିଏମଓ କାର୍ଯ୍ୟାଳୟର କିରାଣି, ପିଅନ
  • ||
  • ୭ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ, ରାଜ୍ୟରେ ଖୋଲିବ ଆଉ ୭ ନର୍ସିଂ କଲେଜ
  • ||
  • ୬୦୦୦ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ମୁନିଗୁଡ଼ା ହସ୍ପିଟାଲର ସ୍ୱାସ୍ଥ୍ୟକର୍ମୀ, ଏକକାଳୀନ ୨ ଟି ସ୍ଥାନରେ ଭିଜିଲାନ୍ସ ଚଢାଉ
  • ||
  • କଟକ : କେନାଲରେ ଗାଧୋଇବା ବେଳେ ଅଘଟଣ; ନବମ ଶ୍ରେଣୀ ଛାତ୍ରୀ ନିଖୋଜ
  • ||
  • ଇଡ଼ି ଅଫିସ୍‌ରେ ହାଜର ହେଲେ ପୂର୍ବତନ କ୍ରିକେଟର ସୁରେଶ ରାଇନା, ବେଟିଂ ଆପ୍‌ ମାମଲାରେ ହୋଇଥିଲା ସମନ୍
  • ||
  • ସୁନ୍ଦରଗଡ଼ : ପାରିବାରିକ କଳହରୁ ଗଡ଼ିଲା ମୁଣ୍ଡ, ସ୍ୱାମୀର ତଣ୍ଟି ଚିପି ହତ୍ୟା କଲା ସ୍ତ୍ରୀ
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ୧୫ ତାରିଖ ଯାଏଁ ଅତିପ୍ରବଳ ବର୍ଷା ସମ୍ଭାବନା
  • ||
  • ଗଞ୍ଜାମ : ଭାରସାମ୍ୟ ହରାଇ ଷ୍ଟପବୋର୍ଡରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ରାୟଗଡ଼ା : ଭାରସାମ୍ୟ ହରାଇ ଓଲଟିଲା OSRTC ବସ୍‌, ୧୫ ଆହତ
  • ||
  • ବିଶ୍ୱ ଅଙ୍ଗଦାନ ଦିବସ : ଓଡ଼ିଶାରେ ହେଲାଣି ୨ ହଜାର କିଡ୍‌ନୀ ପ୍ରତିରୋପଣ
  • ||
  • ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଢିଲା, ପରିକ୍ରମା କାନ୍ଥରେ ଧମକପୂର୍ଣ୍ଣ ମେସେଜ୍, ଆତଙ୍କବାଦୀ ଆକ୍ରମଣ ନେଇ ବଢିଲା ଆଶଙ୍କା
  • ||
  • ରାଜସ୍ଥାନ ଦୌସାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୧୦ ମୃତ
  • ||

ବଞ୍ଚି ଥାଉ ଥାଉ ଝିଅର ଅନ୍ତ୍ୟେଷ୍ଟି ନିମନ୍ତ୍ରଣ ପତ୍ର ବାଣ୍ଟିଲେ ବାପା, କହିଲେ ଆଜିଠୁ ସେ ମୋ ପାଇଁ ମରିଯାଇଛି...

Published By : Swapna Ray | August 13, 2025 5:50 PM

ରାଜସ୍ଥାନ, ୧୩।୮: ଅତ୍ୟନ୍ତ ଦୁଃଖର ସହ ସୂଚିତ କରୁଛୁ ଯେ, ଭେରୁଲାଲ ଜୋଶୀଙ୍କ ସୁପୁତ୍ରୀ ଶ୍ରୀମତୀ ପୂଜା ବାଇର ବିବାହ ସଞ୍ଜୟ ତିୱାଡ଼ୀଙ୍କ ସୁପୁତ୍ର ଭମ୍ୱର ତିୱାଡ଼ୀଙ୍କ ସହ ୨୫.୪.୨୦୨୫ ତାରିଖରେ ବିବାହ ହୋଇଥିଲା । ବିବାହ ପରେ ଦିନାଙ୍କ ୨୯.୭.୨୦୨୫ରେ ପୂଜା ଶାଶୁଘରୁ ପଳାଇଥିଲା । ଯାହା ପରଠୁ ଆମ ପୂରା ପରିବାର ପାଇଁ ସେ ସ୍ୱର୍ଗବାସୀ ହୋଇଯାଇଛି । ଦିନାଙ୍କ ୧୦.୮.୨୦୨୫ ରବିବାର ଦିନ ତା’ର ଦ୍ୱାଦଶ ଶୁଦ୍ଧିକ୍ରିୟା ଆୟୋଜିତ କରାଯାଇଛି ।  

ଛପା ସରିଛି ଅନ୍ତ୍ୟେଷ୍ଟି ନିମନ୍ତ୍ରଣ ପତ୍ର । ଫଟୋରେ ଦିଆସରିଛି ଫୁଲମାଳ । ଏ ହେଉଛି ଜଣେ ଝିଅର ସୁଦ୍ଧିକ୍ରିୟା କାର୍ଡ । ଯାହାକୁ ଛପାଇଛନ୍ତି ଝିଅର ବାପା । ସେ ପୁଣି ଝିଅ ବଞ୍ଚି ଥାଉ ଥାଉ । ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଶୁଦ୍ଧିକ୍ରିୟାର ଆୟୋଜନ କରିଛନ୍ତି ନିଜେ ବାପା । କାର୍ଡ ଦେଇ ଗାଁ ଲୋକଙ୍କୁ ନିମନ୍ତ୍ରଣ କଲେ । ଝିଅର ୧୧ ଦିନିଆ ଭୋଜି ଦେଲେ । ରାଜସ୍ଥାନ ଭିଲୱାଡ଼ା ଜିଲ୍ଲାର ଆସିନ୍ଦ ଉପଖଣ୍ଡର ସରେରି ଗାଁରେ ଏପରି ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ବାପା ତାଙ୍କ ଜୀବିତ ଝିଅର ମଲା କାର୍ଡ ଛାପି ଏକ ଶୋକସଭାର ଆୟୋଜନ କରିଥିଲେ । ବଞ୍ଚି ଥାଉ ଥାଉ ନିଜ ଝିଅକୁ କାହିଁକି ସୁଦ୍ଧି ହେଲେ ବାପା ? ଏ ଘଟଣା ପଛରେ କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । 

ବରେଲି ଗାଁ ବାସିନ୍ଦା ଭୈରୁଲାଲ ଜୋଶୀ । ସମାଜକୁ କଳଙ୍କିତ କରିବାରୁ ନିଜ ଝିଅ ପୂଜାକୁ ଏଭଳି ଦଣ୍ଡ ଦେଇଛନ୍ତି ଭୈରୁଲାଲ । ଝିଅ ବଞ୍ଚି ଥାଉ ଥାଉ ତାକୁ ମୃତ ବୋଲି ଘୋଷଣା କରିଛନ୍ତି । ସମାଜକୁ ବାର୍ତ୍ତା ଦେବା ଉଦ୍ଦେଶ୍ୟରେ ସେ ଏଭଳି ପଦକ୍ଷେପ ନେଇଛନ୍ତି । ଭେରୁଲାଲ ବିବାହରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ସେହି ଗାଁର ବାସିନ୍ଦା ସଞ୍ଜୟ ତିୱାରୀଙ୍କ ସହ ଖୁବ୍ ଧୁମଧାମରେ ପୂଜାର ବିବାହ କରାଇଥିଲେ । ବିବାହର କିଛି ଦିନ ପରେ ସ୍ୱାମୀ ସଞ୍ଜୟ ତିୱାରୀଙ୍କ ସମ୍ପର୍କୀୟ ସୂରଜ ତିୱାରୀଙ୍କ ସହ ପୂଜାଙ୍କର ଗଢ଼ିଉଠିଥିଲା ପ୍ରେମ ସମ୍ପର୍କ । ପରେ ନିଜ ବୈବାହିକ ଜୀବନ ଶେଷ କରି ସୂରଜଙ୍କ ସହ ଘରୁ ପଳାଇ ତାଙ୍କୁ ପ୍ରେମ ବିବାହ କଲେ । ପୋଲିସ ଯେତେବେଳେ ପୂଜାଙ୍କୁ ଥାନାକୁ ଆଣିଲା, ସେ ତାଙ୍କ ବାପାଙ୍କ ବିରୁଦ୍ଧରେ ଏକ ବୟାନ ଦେଲେ । ତାଙ୍କର ଏହି ବୟାନରେ ଆଘାତ ପାଇ ପିତା ଭୈରୁଲାଲ ଯୋଶୀ କହିଥିଲେ, ଆଜିଠାରୁ ପୂଜା ମୋ ପାଇଁ ମରିଗଲା । 

ଝିଅ ଦେଇଥିବା ଯନ୍ତ୍ରଣାରେ ଆଘାତ ପାଇଥିବା ବାପା ତାଙ୍କ ଜୀବିତ ଝିଅକୁ ସାରା ଗାଁରେ ମୃତ ବୋଲି ଘୋଷଣା କଲେ ଏବଂ ଝିଅ ନାଁରେ ଏକ ସୁଦ୍ଧିକ୍ରିୟା କାର୍ଡ ଛାପିଲେ । ଏଥିସହ ତାଙ୍କ ସୁଦ୍ଧିକ୍ରିୟା ଲାଗି ୧୨ ଦିନ ପାଇଁ ଘର ବାହାରେ ଏକ ଶୋକସଭାର ଆୟୋଜନ କରାଯାଇଥିଲା । ଭୈରୁଲାଲ ଜୋଶୀଙ୍କ ଝିଅ ପୂଜା ବାଈ ୨୦୨୫ ମସିହା ଏପ୍ରିଲ ମାସ ୨୫ ତାରିଖରେ ସଞ୍ଜୟ ତିୱାରୀଙ୍କୁ ବିବାହ କରିଥିଲେ । ବିବାହ ପରେ ୨୯ ଜୁଲାଇରେ ତାଙ୍କ ଝିଅ ପୂଜାର ଦେହାନ୍ତ ହୋଇଛି ବୋଲି ବାପା ଅନ୍ତ୍ୟେଷ୍ଟି ନିମନ୍ତ୍ରଣ ପତ୍ରରେ ଛପାଇଥିଲେ । ୧୦ ଅଗଷ୍ଟ ରବିବାର ତାଙ୍କ ସୁଦ୍ଧିକ୍ରିୟା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ତାଙ୍କ ଝିଅ ପୂଜା ସମାଜ ପାଇଁ ଲଜ୍ଜା ଜନକ କାମ କରିଛି ବୋଲି କହିଲେ ଭୈରୁଲାଲ । ତେଣୁ ବଞ୍ଚିଥିବା ଅବସ୍ଥାରେ ସେ ତାଙ୍କ ଝିଅକୁ ମୃତ ଘୋଷଣା କରି ସମାଜକୁ ଏକ ବାର୍ତ୍ତା ଦେଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.