ପ୍ରମୂଖ ଖବର
  • ଯାତ୍ରା କଳିରେ ପଡିଲା ଯବନିକା, ୫ ବର୍ଷ ରହିବି ବର୍ଷେ ପରେ ମଞ୍ଚରେ ଚଢିବି କହିଲେ ପୀୟୂଷ
  • ||
  • ମହାକାଶକୁ ଉଡ଼ାଣ ଭରିବେ ଶୁଭାଂଶୁ ଶୁକ୍ଳା; ୬ ଥର ଘୁଞ୍ଚିଲା ପରେ ଆସନ୍ତାକାଲି ଲଞ୍ଚ ହେବ ଆକ୍ସିଓମ୍‌-୪ ମିଶନ୍
  • ||
  • ଗଞ୍ଜାମ: ୨ ଦଳିତଙ୍କୁ ଲଣ୍ଡା କରି ଆଣ୍ଠେଇ ଚଲାଇବା ମାମଲା, ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିବ କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟି
  • ||
  • ବୁଧବାର BMC କର୍ପୋରେସନ ବୈଠକ: ଏକାଧିକ ପ୍ରସ୍ତାବରେ ବାଜିବ ମୋହର, ଉଠିବ ଜଳବନ୍ଦୀ ଓ ଡେଙ୍ଗୁ ପ୍ରସଙ୍ଗ
  • ||
  • ପାଟନାରେ ପୂର୍ବାଞ୍ଚଳ ଶକ୍ତି ମନ୍ତ୍ରୀ ସମ୍ମିଳନୀ, ଆଜି ଯୋଗ ଦେବେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ
  • ||
  • ମହାପ୍ରଭୁଙ୍କୁ ଲାଗି ହେବା ପୂର୍ବରୁ ଦଶମୂଳ ମୋଦକ ଚୋରି, ମାରା ମହୌଷଧି ଶ୍ରୀଜିଉଙ୍କୁ ଲାଗି ହେଲା କିପରି ?
  • ||
  • ଗୋପାଳପୁର ଗଣଦୁଷ୍କର୍ମ ମାମଲା, ୬ ଅଭିଯୁକ୍ତଙ୍କୁ ଦିନିକିଆ ରିମାଣ୍ଡରେ ନେବ କ୍ରାଇମ୍‌ବ୍ରାଞ୍ଚ
  • ||
  • କେନ୍ଦୁଝର: ଟ୍ରକ୍ ପଛରେ ପିଟିହେଲା କନ୍ୟାଯାତ୍ରୀ ବସ୍, ଜଣେ ମୃତ ୧୩ ଗୁରୁତର
  • ||
  • ଇରାନ୍-ଇସ୍ରାଏଲ୍ ଯୁଦ୍ଧ ନେଇ ଟ୍ରମ୍ପ୍‌ଙ୍କ ବଡ଼ ଘୋଷଣା, ୧୨ ଦିନ ପରେ ସମ୍ପୂର୍ଣ୍ଣ ଅସ୍ତ୍ରବିରତି ଘୋଷଣା
  • ||
  • ଘୂର୍ଣ୍ଣିବଳୟ ପ୍ରଭାବରେ ଲଗାଣ ବର୍ଷା: ସପ୍ତାହେ ଯାଏ ପ୍ରବଳ ଛେଚିବ,୨୫ରେ ୩ଟି,୨୬ରେ ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟର ପରୀକ୍ଷା ଫଳ ପ୍ରକାଶ; ପିଜିରେ ପାସ୍ ହାର ୮୬.୪୬%, ୟୁଜିରେ ୪୯.୪୭ %

Published By : Anindita Ratha | June 6, 2025 2:15 PM

ବଲାଙ୍ଗୀର,୦୬/୦୬: ପ୍ରକାଶ ପାଇଲା ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟର ପରୀକ୍ଷା ଫଳ। ଏନେଇ ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ଡ.ଉମା ବଲ୍ଲଭ ମହାପାତ୍ର ଆଜି ସୂଚନା ଦେଇଛନ୍ତି। ଚଳିତଥର ସ୍ନାତକ ସାମଗ୍ରିକ ପାସ ହାର ୪୯.୪୭ ରହିଛି । ସେଥିରୁ କଳାରେ ୫୨.୨୦%, ବିଜ୍ଞାନରେ ୪୩.୦୮%, ବାଣିଜ୍ୟରେ ୩୮.୯୮% ଛାତ୍ରଛାତ୍ରୀ ପାସ୍ କରିଛନ୍ତି।  ଯୁବୋଦୟର ଆଞ୍ଜେଳିନା ପାଣିଗ୍ରାହୀ  ବିଶ୍ଵବିଦ୍ୟାଳୟ ଟପ୍ପର ହୋଇଛନ୍ତି। ସେହିପରି ସ୍ନାତକୋତ୍ତରରେ ୮୬.୪୬ ପ୍ରତିଶତ ପାସ୍ ହାର ରହିଛି । କଳା ସ୍ନା୍ତକୋତ୍ତରରେ ପାସ୍ ହାର ୮୯.୨୪, ବାଣିଜ୍ୟରେ ୬୭.୫୦, ବିଜ୍ଞାନରେ ୮୫.୭୧ ପ୍ରତିଶତ ରହିଛି। 

ବିଜ୍ଞାନ ବିଭାଗର ନିକିତା ରାଣୀ ସାହୁ, ଆଶୁତୋଷ ମିଶ୍ର, ଶୁଭଶ୍ରୀ ପାତ୍ର ୯.୬୧ ସିଜିପିଏ ସହିତ ବିଶ୍ଵବିଦ୍ୟାଳୟ ଟପ୍ପର ହୋଇଛନ୍ତି। ଏହାବାଦ ଇନଟିଗ୍ରେଟେଡ ବିଇଡି ଏମଇଡି ଶତ ପ୍ରତିଶତ ପାସ୍ ହାର ରହିଥିବା ବେଳେ ସଚିଦାନନ୍ଦ ମିଶ୍ର ଟପ୍ପର ହୋଇଛନ୍ତି । ସେହିପରି ନର୍ସିଂରେ ଆଲିସା ପ୍ରଧାନ ଟପ୍ପର ହୋଇଥିବା ବେଳେ ପାସ ହାର୍ ୧୦୦ ପ୍ରତିଶତ ରହିଛି। ଆଜି ଫଳାଫଳ ପ୍ରକାଶ ସମୟରେ ପିଜି କାଉନସିଲ ଅଧ୍ୟକ୍ଷ ରାଜକିଶୋର ପାତ୍ର, କୁଳ ସଚିବ ହରପ୍ରସାଦ ଭୋଇ, ପରୀକ୍ଷା ନିୟନ୍ତ୍ରକ ନରେନ୍ଦ୍ର ରାଉତ, ସୁଶାନ୍ତ ପଣ୍ଡା, ବିତ୍ତିୟ ନିୟନ୍ତ୍ରକ ଚନ୍ଦ୍ରମଣି ମିର୍ଦ୍ଧା , ଡ. ମନୋଜ ନାଗ, ମନୋରଞ୍ଜନ ପଟେଲ୍, ନିଲେନ୍ଦ୍ରୀ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.