ପ୍ରମୂଖ ଖବର
  • ଗଞ୍ଜାମ: ରାସ୍ତାରୁ ୧୦ ଫୁଟ ତଳକୁ ଖସିଲା ବାଇକ୍‌, ଯୁବକ ମୃତ
  • ||
  • ଭୁବନେଶ୍ୱର: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଲେ
  • ||
  • ରାଜଧାନୀରୁ ୪ କୋଟିର ମାରିଜୁଆନା ଜବତ, ପ୍ରେମୀ ଯୁଗଳ ଅଟକ
  • ||
  • ଶ୍ରୀମନ୍ଦିର ପରିସରରେ ହେବ ସ୍ତନ୍ୟପାନ ଗୃହ, ମହିଳା ପର୍ଯ୍ୟଟକଙ୍କୁ ମିଳିବ ସୁବିଧା
  • ||
  • ଶିକ୍ଷା ବିଭାଗର ନିର୍ଦ୍ଦେଶନାମାକୁ ଫୁ... ସ୍ଵାଧିନତା ଦିବସରେ ଦେଲେନି ମଧ୍ୟାହ୍ନ ଭୋଜନ, ୫୬ଟି ସ୍କୁଲ୍‌କୁ ନୋଟିସ୍
  • ||
  • ଟାରିଫ୍ ୱାର ଭିତରେ ଭାରତରେ ତାର ରାଷ୍ଟ୍ରଦୂତ ବଦଳାଇବ ଆମେରିକା, ସର୍ଜିଆ ଗୋରଙ୍କ ନାମ ଘୋଷଣା କଲେ ଟ୍ରମ୍ପ
  • ||
  • ପଞ୍ଜାବରେ ଏଲପିଜି ଟ୍ୟାଙ୍କରରେ ଭୟଙ୍କର ବ୍ଲାଷ୍ଟ : ଜଳିଗଲା ୧୫ଟି ଦୋକାନ, ୨ ଜୀବନ୍ତ ଦଗ୍ଧ, ୩୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ଚମୋଲିରେ ରାତି ଅଧରେ ଫାଟିଲା ବାଦଲ; ଥରାଲୀ ଗାଁରେ ଧ୍ୱଂସଲୀଳା, ପୋତି ହୋଇଗଲା ଘର
  • ||
  • ଶ୍ରୀମନ୍ଦିରରେ ସାତପୁରୀ ଅମାବାସ୍ୟାର ସ୍ୱତନ୍ତ୍ର ନୀତି, ସକାଳଧୂପରେ ଠାକୁରଙ୍କୁ ସାତପୁରୀ ଭୋଗ ଅର୍ପଣ ହେବ
  • ||
  • ସମ୍ବଲପୁର: ଖୋଲିଲା ହୀରାକୁଟ ଗେଟ, ୪ ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ
  • ||
  • ଯୁକ୍ତ ତିନି ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଆବେଦନ ଆରମ୍ଭ, ଖାଲିପଡ଼ିଛି ୯୯ ହଜାର ସିଟ୍‌
  • ||
  • ଲଘୁଚାପ ସକ୍ରିୟ: ଆଜିଠୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା,୩ ଜିଲ୍ଲାକୁ ଅରେଞ୍ଜ, ୨୦ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||

ରାଜେଶ ଓଝା ହତ୍ୟା ମାମଲା: ସହଯୋଗୀ ଅଟକ, ମୁଖ୍ୟ ଅଭିଯୁକ୍ତ ଫେରାର୍

Published By : Manoj | August 23, 2025 2:48 PM

ପୁରୀ,୨୩/୦୮: ବଳିଆପଣ୍ଡାରେ ବାସେଳିସାହି ଲୋକନାଥ ରୋଡ ଥାନପତି ଲେନ୍‌ର ରାଜେଶ ଓଝା ହତ୍ୟା ମାମଲା । ହତ୍ୟାକାଣ୍ଡରେ ୨ ଜଣଙ୍କ ସମ୍ପୃକ୍ତ ଥିବା ବଳିଆପଣ୍ଡା ଥାନା ତଦନ୍ତ ବେଳେ ଜାଣିବାକୁ ପାଇଛି । ଦୁଇ ଜଣଙ୍କ ମଧ୍ୟରୁ ଜଣଙ୍କୁ ପୁଲିସ ଅଟକ ରଖି  ପଚରାଉଚରା କରୁଥିବା ବେଳେ ଅନ୍ୟ ଜଣଙ୍କୁ ଧରିବା ଲାଗି ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି। ଏନେଇ ବଳିଆପଣ୍ଡା ଥାନା ଆଇଆଇସି ସଙ୍ଗୀତା ଦାଶ କହିଛନ୍ତି ।

ଆଇଆଇସିଙ୍କ ସୂଚନା ଅନୁଯାୟୀ, ହତ୍ୟାକାଣ୍ଡର କାରଣ ଜଣାଡ଼ିଥିବା ବେଳେ ଅଧିକ ତଥ୍ୟ ସଂଗ୍ରହ ଲାଗି ତଦନ୍ତ ଜାରି ରଖିଛି । ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଫେରାର୍‌ ଥିବା ବେଳେ ତା’ର ସହଯୋଗୀକୁ  ପୁଲିସ ଥାନାରେ ଅଟକ ରଖିଛି । ମୃତ ରାଜେଶଙ୍କ ବଡ଼ଭାଇ ରତ୍ନକର ଓଝାଙ୍କ ଅଭିଯୋଗକ୍ରମେ ପୁଲିସ ଏକ ହତ୍ୟା ମାମଲା  ରୁଜୁ କରି ଶୁକ୍ରବାର ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହନ୍ତାନ୍ତର କରିଛି । ଅନ୍ୟପକ୍ଷରେ ହତ୍ୟାକାଣ୍ଡକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜାରି ରହିଛି । 

ରତ୍ନାକରଙ୍କ ଅଭିଯୋଗ ଅନୁସାରେ, ଗୁରୁବାର ଅପରାହ୍ନ ୫ଟାରେ  ମୁଖ୍ୟ ଅଭିଯୁକ୍ତ ବିଶ୍ୱନାଥ ମହାରଣା ଓ ଅନ୍ୟ ଜଣେ ରାଜେଶଙ୍କୁ ବେଳାଭୂମି ଯିବା ଲାଗି ଡାକି ନେଇଥିଲେ । ରାତ୍ର ୯ଟା ପର୍ଯ୍ୟନ୍ତ  ରାଜେଶ ଘରକୁ ନ ଫେରିବାରୁ ମନରେ ସନ୍ଦେହଜାତ ହୋଇଥିଲା । ଏନେଇ ସେ ଥାନାରେ ଅଭିଯୋଗ କରିଥିଲେ । ଏକ ଛୁରିରେ  ରାଜେଶଙ୍କ ବେକକୁ ଏକାଧିକବାର ଭୁସି ହତ୍ୟା କରାଯାଇଛି ବୋଲି ପଞ୍ଚନାମା ବେଳେ ଜଣାପଡ଼ିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.