ନୂଆଦିଲ୍ଲୀ,୨୩।୧୧: ସିନ୍ଧ୍ ପ୍ରଦେଶ ଭାରତର ଅଂଶ ନୁହେଁ, କିନ୍ତୁ ହୁଏତ ଆଗକୁ ସୀମା ବଦଳିପାରେ। ଏହି ଅଞ୍ଚଳ ଭାରତର ଅଂଶ ପାଲଟିପାରେ। ଏଭଳି କିଛି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ସିନ୍ଧୁ ନଦୀ ନିକଟରେ ଥିବା ସିନ୍ଧ୍ ପ୍ରଦେଶ ୧୯୪୭ ରେ ବିଭାଜନ ପରେ ପାକିସ୍ତାନକୁ ଚାଲିଯାଇଥିଲା। ଏହି ସମୟରେ ସେଠାରେ ରହୁଥିବା ସିନ୍ଧି ଲୋକ ଭାରତରେ ରହି ଯାଇଥିଲେ।
ପ୍ରତିରକ୍ଷାମନ୍ତ୍ରୀ କହିଛନ୍ତି ସିନ୍ଧି ହିନ୍ଦୁ ଭାବରେ ଲାଲକୃଷ୍ଣ ଆଡଭାନୀଙ୍କ ପୀଢିର ଲୋକ ଆଜି ପର୍ଯ୍ୟନ୍ତ ଭାରତଠାରୁ ସିନ୍ଧ୍ ପ୍ରଦେଶକୁ ଅଲଗା କରାଯିବାକୁ ସ୍ବୀକାର କରିପାରୁ ନାହାଁନ୍ତି। ସେ କହିଛନ୍ତି, ଆଡଭାନୀ ଜୀ ଏହି କଥାକୁ ନେଇ ନିଜର ବହିରେ ମଧ୍ୟ ଉଲ୍ଲେଖ କରିଛନ୍ତି। କେବଳ ସିନ୍ଧ୍ ନୁହେଁ, ବଂର ପୁରା ଭାରତରେ ହିନ୍ଦୁ ସିନ୍ଦୁ ନଦୀକୁ ପବିତ୍ର ମାନନ୍ତି। ସିନ୍ଧ୍ ପ୍ରଦେଶର ବହୁ ପରିମାଣରେ ମୁସଲମାନ ଭାବନ୍ତି ଯେ, ସିନ୍ଦୁ ନଦୀର ପାଣି ମକ୍କାର ଆବ-ଇ-ଜମଜମର ପାଣି ଭଳି ପବିତ୍ର। ଏହି କଥା ଆଡଭାନୀ ଜୀ ତାଙ୍କ ବହିରେ ଲେଖିଛନ୍ତି। ଆଜି ଯଦିଓ ସିନ୍ଧ୍ ପ୍ରଦେଶ ଭାରତର ଅଂଶ ନୁହେଁ, କିନ୍ତୁ ସଭ୍ୟତାତ୍ମକ ଭାବରେ ସିନ୍ଧ୍ ସବୁବେଳେ ଭାରତର ଅଂଶ ରହିବ। ଯେଉଁ ପର୍ଯ୍ୟନ୍ତ ଭୂଖଣ୍ଡର କଥା ଆସେ ତେବେ କହିହେବ ଯେ ସୀମା ବଦଳାଇ ହେବ।
ଏହା ପୂର୍ବରୁ ୨୨ ସେପ୍ଟେମ୍ବରରେ ମରକୋରେ ଭାରତୀୟ ସମୁଦାୟ ସହ କଥା ହୋଇ ସିଂହ କହିଥିଲେ ତାଙ୍କୁ ବିଶ୍ବାସ ରହିଛି ଭାରତ ବିନା କୌଣସି ଆକ୍ରାମକ ପଦକ୍ଷେପ ନଉଠାଇ ପିଓକେ ଫେରିପାରେ। କାରଣ ପିଓକେର ଲୋକ ଦଖଲ କରିଥିବା ଲୋକଙ୍କଠାରୁ ସ୍ବାଧିନତା ଦାବି କରୁଛନ୍ତି। ପିଓକେ ନିଜକୁ ନିଜେ ଆମର ହୋଇଯିବ। ପିଓକେରେ ଦାବି ଆରମ୍ଭ ହୋଇଯାଇଛି, ଆପଣ ନାରାବାଜି ତ ଶୁଣିଥିବେ।