ନୂଆଦିଲ୍ଲୀ,୧୦/୦୮: ଭାରତ ଦୁନିଆର ସବୁଠୁ ଦ୍ରୁତ ବିକାଶଶୀଳ ଦେଶ । କିଛି ଲୋକ ଅଛନ୍ତି ଯେଉଁମାନେ ଭାରତର ବିକାଶକୁ ସହି ପାରୁନାହାନ୍ତି । ନିଜକୁ ଦୁନିଆର ବସ୍ ବୋଲି ବୋଲି କହୁଛନ୍ତି । ସେ ବୁଝି ପାରୁନାହାନ୍ତି ଭାରତ କିପରି ଏତେ ସ୍ପିଡ଼ରେ ଆଗକୁ ବଢୁଛି । କିଛି ବସ୍ ଭାରତର ବିକାଶକୁ ଇର୍ଷା କରୁଛନ୍ତି । ଭୋପାଳରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପରୋକ୍ଷ ଭାବେ ଟାର୍ଗେଟ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।

'କିଛି ବସ୍ ଇର୍ଷା କରୁଛନ୍ତି'- ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, "ଭାରତ ଯେଉଁ ଗତିରେ ବିକାଶ କରୁଛି କିଛି ଲୋକ ଅଛନ୍ତି ଯେଉଁମାନେ ସେଥିରେ ଖୁସି ନୁହଁନ୍ତି । ସେମାନେ ଏହାକୁ ପସନ୍ଦ କରୁନାହାଁନ୍ତି । 'ଆମେ ତ ସମସ୍ତଙ୍କ ବସ୍‌', ଭାରତ ଏତେ ଦ୍ରୁତ ଗତିରେ କିପରି ବିକାଶ କରୁଛି  ? ଅନେକ ଚେଷ୍ଟା କରୁଛନ୍ତି ଯେ, କିଛି ଏମିତି କରାଯାଉ କି, ଭାରତରେ ଭାରତବାସୀଙ୍କ ହାତରେ ତିଆରି ଜିନିଷଗୁଡ଼ିକ ଅନ୍ୟ ଦେଶକୁ ଯାଉ ଓ ସେହି ଦେଶଗୁଡ଼ିକରେ ତିଆରି ଜିନିଷଗୁଡ଼ିକ ଅପେକ୍ଷା ମହଙ୍ଗା ହୋଇଯାଉ । ଯାହା ଫଳରେ ବିଶ୍ୱ ସେଗୁଡ଼ିକୁ କିଣିବ ନାହିଁ । ଏହି ପ୍ରୟାସ କରାଯାଉଛି । କିନ୍ତୁ ଭାରତ ଏତେ ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ମୁଁ ପୂର୍ଣ୍ଣ ବିଶ୍ୱାସ ସହିତ କହୁଛି ଯେ ଏବେ ବିଶ୍ୱର କୌଣସି ଶକ୍ତି ଭାରତକୁ ବିଶ୍ୱର ଏକ ବଡ଼ ଶକ୍ତି ହେବାରୁ ରୋକି ପାରିବ ନାହିଁ । "

ପ୍ରତିରକ୍ଷାମନ୍ତ୍ରୀ ଆହୁରି କହିଛନ୍ତି କି, ମୁଁ ପ୍ରତିରକ୍ଷା କ୍ଷେତ୍ର ବିଷୟରେ କହିବାକୁ ଚାହିଁବି କି ଆପଣ ଜାଣି ଖୁସି ହେବେ ଏବେ ଆମେ ୨୪ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରତିରକ୍ଷା ସାମଗ୍ରୀ ରପ୍ତାନି କରୁଛୁ । ଏହା ଭାରତର ଶକ୍ତି, ଏହା ନୂତନ ଭାରତର ନୂତନ ପ୍ରତିରକ୍ଷା କ୍ଷେତ୍ର ଏବଂ ରପ୍ତାନି ନିରନ୍ତର ବୃଦ୍ଧି ପାଉଛି । "

ଭୋପାଳରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ବିଇଏମଏଲର ନୂଆ ରେଳ କୋଚ ଫ୍ୟାକ୍ଟ୍ରୀର ଭୂମି ପୂଜନ କରି ଭାରତ ଦୁନିଆର ସବୁଠୁ ଦ୍ରୁତ ଗତିରେ ବିକାଶିତ ହେଉଥିବା ଦେଶ ବୋଲି କହିଛନ୍ତି । କିଛି ଲୋକ ଏହାକୁ ସହି ପାରୁ ନଥିଲା କହିଛନ୍ତି । ଅପରେସନ୍ ସିନ୍ଦୂରର ଆଲୋଚନା କରି ଆତଙ୍କୀଙ୍କୁ କଡ଼ା ଜବାବ ଦିଆଯାଇଥିବା କହିଛନ୍ତି । ଏହା ସହିତ ମଧ୍ୟପ୍ରଦେଶକୁ ମର୍ଡନ ପ୍ରଦେଶ ବୋଲି କହିଛନ୍ତି । ନୂଆ ଫ୍ୟାକ୍ଟ୍ରି ୧,୮୦୦ କୋଟି ଟଙ୍କା ନିବେଶରେ ହେବ । ବନ୍ଦେ ଭାରତ ପରି କୋଚ ଦେଶର ପରିବହନ କ୍ଷେତ୍ରକୁ ନୂଆ ଗତି ଦେବ ।