ନୂଆଦିଲ୍ଲୀ,୨୦/୧୨: ସରିଲା ସଂସଦର ଶୀତ ଅଧିବେଶନ । ଶେଷ ଦିନରେ ଚାଲିପାରିଲା ନାହିଁ ଗୃହ। ହୋ ହାଲ୍ଲା ମଧ୍ୟରେ ଶେଷ ହୋଇଛି ସଂସଦର ଶୀତ ଅଧିବେଶନ । ଅନିର୍ଦ୍ଧିଷ୍ଟକାଳ ଯାଏଁ ଗୃହ ମୁଲତବୀ ହୋଇଛି । ଉଭୟ ଗୃହକୁ ସାଇନ ଏ ଡାଏ ଘୋଷଣା କରିଛନ୍ତି ବାଚସ୍ପତି । ପ୍ରଥମେ ଲୋକସଭା ଓ ପରେ ରାଜ୍ୟସଭାକୁ ସାଇନ ଏ ଡାଏ ଘୋଷଣା ହୋଇଛି । ମୁଲତବୀ ଯୋଗୁଁ ଲୋକସଭାରର ୬୫ ଘଣ୍ଟା ବରବାଦ ହୋଇଛି ।
ସଂସଦର ଶୀତ ଅଧିବେଶନର ଶେଷ ଦିନରେ ଉଭୟ ଗୃହରେ ଜୋରଦାର ହଙ୍ଗାମା ହୋଇଥିଲା । ଶେଷ ଦିନରେ ବିଜେପି ଓ କଂଗ୍ରେସ ମଧ୍ୟରେ ଜୋରଦାର ହୋ ହାଲ୍ଲା ହୋଇଥିଲା । ଆଜି (ଶୁକ୍ରବାର) ଅଧିବେଶନର ଅନ୍ତିମ ଦିନ ଥିଲା । ମାତ୍ର ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣି ଅଚଳ ହୋଇଥିଲା । ବିରୋଧୀ ସାଂସଦ ଆମ୍ବେଦକରଙ୍କ ଉପନାମକୁ ନେଇ ହଙ୍ଗାମା କରିଥିଲେ । ପୋଡିୟମ ପାଖକୁ ଆସି ବିରୋଧୀ ସାଂସଦ ହଙ୍ଗାମା କରିଥିଲେ । ବାଚସ୍ପତି ବାରମ୍ବାର କହିବା ପରେ ବି କେହି କର୍ଣ୍ଣପାତ କରି ନଥିଲେ । ଫଳରେ ପ୍ରଥମେ ଲୋକସଭା ଓ ପରେ ରାଜ୍ୟସଭାକୁ ସାଇନ ଏ ଡାଏ ଘୋଷଣା କରାଯାଇଥିଲା ।
Rajya Sabha adjourned sine die. Lok Sabha was adjourned sine die, earlier this morning
— ANI (@ANI) December 20, 2024
Winter Session of Parliament concludes pic.twitter.com/U0ybvvAQS9
ଶେଷ ଦିନରେ ଜୋର ଧରିଲା ରାଜନୀତି- ଶୀତ ଅଧିବେଶନର ଅନ୍ତିମ ଦିନରେ ସଂସଦରେ ରାଜନୀତି ଜୋର ଧରିଥିଲା । ସଂସଦରେ ଧସ୍ତାଦସ୍ତି ଘଟଣା ଓ ୨ ବିଜେପି ସାଂସଦ ପ୍ରତାପ ଷଡଙ୍ଗୀ ଓ ମୁକେଶ ରାଜପୁତ ଆହତ ହେବାକୁ ନେଇ ରାଜନୀତି ଉଷ୍ମ ହୋଇଥିଲା । ସଂସଦରେ ଧସ୍ତାଧସ୍ତିଠୁ ନେଇ ଆମ୍ବେଦକରଙ୍କ ଉପନାମ ଯାଏ ଘଟଣାକୁ ନେଇ ହାତରେ ପ୍ଲାକାର୍ଡ ଧରି ବିଜୟ ଚୌକଠୁ ନେଇ ସଂସଦ ଭବନ ଯାଏ ମାର୍ଚ୍ଚ କରିଥିଲେ । ଅଧିବେଶନର ଶେଷ ଦିନରେ ଏକ ଦେଶ ଏକ ନିର୍ବାଚନ ବିଲକୁ ଜେପିସି ନିକଟକୁ ପଠାଇବାକୁ ପ୍ରସ୍ତାବ ମଞ୍ଜୁରୀ ଦିଆଯାଇଛି ।
ପ୍ରକାଶ ଥାଉ କି, ନଭେମ୍ବର ୨୫ ତାରିଖରୁ ସଂସଦର ଶୀତ ଅଧିବେଶନ ଆରମ୍ଭ ହୋଇଥିଲା । ଏଥିରେ ୧୯ଟି କାର୍ଯ୍ୟ ଦିବସ ରହିଥିଲା । ମୋଟ ୨୧ଟି ବିଧେୟକ ଉପରେ ଆଲୋଚନା ହେବାର ଥିଲା । ଅତିବେଶୀରେ ୫ଟି ଦିନ ଉଭୟ ଗୃହରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଥିବ ବାକି କୌଣସି ଦିନ ଗୃହ ଚାଲିପାରିନଥିଲା । ଆଦାନୀ, ମଣିପୁର ଓ ସମ୍ବଲ ହିଂସାକୁ ମୁଦ୍ଦା କରି ବିରୋଧୀ ହୋ ହାଲ୍ଲା କରୁଥିଲେ । ଏହି ପ୍ରସଙ୍ଗରେ ଶାସକ ଦଳକୁ ଜବାବ ମାଗି ଗୃହରେ ହଙ୍ଗାମା କରୁଥିଲେ । ବାଚସ୍ପତ୍ତିଙ୍କ ଅନୁରୋଧ ପରେ ବି ଶୁଣୁନଥିଲେ ବିରୋଧୀ । ଫଳରେ ବାରମ୍ବାର ଗୃହକୁ ମୁଲତବୀ କରିବାକୁ ପଡୁଥିଲା ।