ଭୁବନେଶ୍ବର,୧୫/୩ : ରାତି ପାହିଲେ ରାଜ୍ୟସଭା ନିର୍ବାଚନ ପାଇଁ ହେବ ମତଦାନ । ରାଜ୍ୟ ରାଜନୀତିରେ ଏବେ ଘୋଡ଼ା ବେପାରକୁ ନେଇ ଭୟ ଦେଖାଦେଇଥିବାବେଳେ ବିଜେଡି ଦଳରୁ ନିଲମ୍ବିତ କରିଥିବା ଦୁଇ ବିଧାୟକଙ୍କ ପାଇଁ ହ୍ବିପ୍ ଜାରି କରିଛି । ଚମ୍ପୁଆ ବିଧାୟକ ସନାତନ ମହାଖୁଡ଼ ଏବଂ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ନୋଟିସ୍ କରିଛି ଦଳ । ବିଜେଡି ଚିହ୍ନରୁ ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ର ନିର୍ବାଚନ ଜିତିଥିବାରୁ ବିଜେଡି ରାଜ୍ୟସଭା ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ଦଳ ତରଫରୁ ଚିଠି କରାଯାଇଛି । ନ ଦେଲେ ଏହା ସମ୍ବିଧାନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି ।

ସୂଚନା ଅନୁସାରେ, ବିଧାୟକ ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ରଙ୍କୁ ବିଜେଡିରୁ ଗତ କିଛିଦିନ ତଳେ ସସ୍ପେଣ୍ଡ କରାଯାଇଥିଲା । ଦଳ ବିରୋଧୀ କାର୍ଯ୍ୟ ପାଇଁ ସେମାନଙ୍କୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସସ୍ପେଣ୍ଡ କରିଥିଲେ ।