ନୂଆଦିଲ୍ଲୀ,୨୩/୧୨; ଆସନ୍ତାବର୍ଷ ନିର୍ବାଚନ ମାହୋଲ ସରଗରମ ରହିବ । ସଂସଦର ରାଜ୍ୟସଭାରେ ୨୦୨୬ରେ ବଡ଼ ପରିବର୍ତ୍ତନ ହୋଇପାରେ । ଆସନ୍ତାବର୍ଷ ପଶ୍ଚିମବଙ୍ଗ, ଆସାମ ଏବଂ ତାମିଲନାଡୁ ସମେତ ଅନେକ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ରାଜ୍ୟସଭାରେ ୭୫ ଆସନରେ ନିର୍ବାଚନ ହେବାକୁ ଯାଉଛି । ଏହି ଆସନଗୁଡ଼ିକ ଏପ୍ରିଲ, ଜୁନ୍‌ ଏବଂ ନଭେମ୍ବରରେ ଖାଲି ହେବ । ଏହାପରେ ରାଜ୍ୟସଭାରେ ଏନଡ଼ିଏ ଏବଂ ଇଣ୍ଡିଆ ମେଣ୍ଟର କଣ ସମୀକରଣ ହେବ । ଆଗାମୀ ଦିନରେ ବିହାରରେ ୫ ଏବଂ ଉତ୍ତରପ୍ରଦେଶରେ ୧୦ ରାଜ୍ୟସଭା ଆସନରେ ଖାଲି ହେବ । ଏହା ବ୍ୟତୀତ ମହାରାଷ୍ଟ୍ର, ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ପଶ୍ଚିମବଙ୍ଗ ଏବଂ ତାମିଲନାଡୁ ସହିତ ଅନେକ ଉତ୍ତରପୂର୍ବ ରାଜ୍ୟର ଆସନ ବି ଖାଲି ହେବ ।
 

ଏହି ବରିଷ୍ଠ ନେତାଙ୍କର ସରିବ କାର୍ଯ୍ୟକାଳ- ୨୦୨୬ରେ ରାଜ୍ୟସଭା ନିର୍ବାଚନ ମହତ୍ତ୍ୱପୂର୍ଣ୍ଣ ହେବ । ସଂସଦରେ ଆଗକୁ ଲେଜିଷ୍ଟଲେଟିଭ ଏଜେଣ୍ଡା ସ୍ଥିର ହେବ । ୨୦୨୬ରେ ଯେଉଁ କିମ୍ବଦନ୍ତୀ ନେତାଙ୍କ କାର୍ଯ୍ୟକାଳ ଶେଷ ହେବ ସେମାନଙ୍କ ମଧ୍ୟରୁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, ପୂର୍ବ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡ଼ା, ଦିଗବିଜୟ ସିଂହ, ଶରଦ ପାୱାର ଏବଂ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ, ବିଏଲ ବର୍ମା, ରବନୀତ ସିଂହ ଏବଂ ଜର୍ଜ କୁରିୟନ ସାମିଲ ଅଛନ୍ତି । ଏବେ କୁହାଯାଇ ପାରିବ ନାହିଁ କି, ଏମାନଙ୍କ ଭିତରୁ କେତେ ନେତାଙ୍କର ଗୃହ ବାହୁଡ଼ା ହେବ ଏବଂ କେତେ ନୂଆ ଚେହେରା ଦେଖିବାକୁ ମିଳିବ । ବର୍ତ୍ତମାନ ରାଜ୍ୟସଭାରେ ଏନଡିଏର ୧୨୯ ସିଟ୍ ଅଛି । ବିରୋଧୀ ଦଳର କେବଳ ୭୮ ଆସନ ରାଜ୍ୟସଭାରେ ରହିଛି । ୨୦୨୬ରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନରେ ଶକ୍ତି ସନ୍ତୁଳିତ ହୋଇପାରେ । ଏହାଛଡା ବିଧାନସଭା ନିର୍ବାଚନ ରାଜନୈତିକ ଦଳର ରଣନୀତିରେ ପରିବର୍ତ୍ତନ କରିବ । ବିହାରର ୫ ସିଟ୍ ଏପ୍ରିଲ ଖାଲି ହେବ । ଆରଜେଡିର ପ୍ରେମ ଚାନ୍ଦ ଗୁପ୍ତା, ଅନରେନ୍ଦ୍ର ଧାରୀ ସିଂହ, ଜେଡିୟୁର ହରିବଂଶ ନାରାୟଣ ସିଂହ ଏବଂ କେନ୍ଦ୍ରୀୟ ମନ୍ତ୍ରୀ ରାଜନାଥ ଠାକୁରଙ୍କ ସହିତ ଉପେନ୍ଦ୍ର କୁଶୱାହାଙ୍କ କାର୍ଯ୍ୟକାଳ ଏପ୍ରିଲରେ ଶେଷ ହେଉଛି । ଏହା ଛଡ଼ା ଝାଡ଼ଖଣ୍ଡ, ଆନ୍ଦ୍ରପ୍ରଦେଶ, ତେଲେଙ୍ଗାନା, ପଶ୍ଚିମବଙ୍ଗ ଏବଂ ତାମିଲନାଡୁ ସାଂସଦଙ୍କର ବି କାର୍ଯ୍ୟକାଳ ଶେଷ ହେବ । ନଭେମ୍ବରରେ ଉତ୍ତରପ୍ରଦେଶ ସିଟ ବି ଖାଲି ହେବ । ମଧ୍ୟପ୍ରଦେଶ, ଆସାମ, ଅରୁଣାଚଳପ୍ରଦେଶ, ମେଘାଳୟ,ମିଜୋରାମ, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ ଏବଂ ରାଜସ୍ଥାନରେ ବି ଅନେକ ସିଟ୍ ଖାଲି ହେବାର ଅଛି ।​​​​​​​

ବିହାର ବିଧାନସଭା ନିର୍ବାଚନରେ ଏନଡିଏର ଦମଦାର ବିଜୟ ପରେ ବିଜେପି ଏବଂ ଜେଡିୟୁ ଦୁଇଟି ଲେଖାଏ ଆସନରେ କବଜା କରିବାର ସମ୍ଭାବନା ରହିଛି । ଉପେନ୍ଦ୍ର କୁଶୱାହାଙ୍କ ବ୍ୟତୀତ କିଛି ନେତାଙ୍କର ଗୃହକୁ କମବ୍ୟାକ କରିପାରନ୍ତି  । ମହାରାଷ୍ଟ୍ରର ୭ ରାଜ୍ୟସଭା ଆସନ ପାଇଁ ଏପ୍ରିଲରେ ନିର୍ବାଚନ ହୋଇପାରେ । ଶରଦ ପାୱାର, ପ୍ରିୟଙ୍କା ଚର୍ତୁବେଦୀ ଏବଂ କେନ୍ଦ୍ର ମନ୍ତ୍ରୀ ରାମଦାସ ଆଠବଲେଙ୍କ କାର୍ଯ୍ୟକାଳ ସମାପ୍ତ ହେଉଛି ।
​​​​​​​