ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଖୁବଶୀଘ୍ର ହେବ କ୍ରିସ୍‌-୪ ସଂପର୍କରେ ଘୋଷଣା, ଫିଲ୍ମ ନିର୍ଦ୍ଦେଶନାରୁ ଅବସର ନେବେ ରାକେଶ ରୋଶନ

Published By : Tapas Panda | November 18, 2024 9:44 PM

ମୁମ୍ବାଇ:  ବିଶିଷ୍ଟ ଫିଲ୍ମ ନିର୍ମାତା ଓ ନିର୍ଦ୍ଦେଶକ ଏବଂ ଅଭିନେତା ହ୍ରିତିକ ରୋଶନଙ୍କ ବାପା ରାକେଶ ରୋଶନ ବଡ଼ ଘୋଷଣା କରିଛନ୍ତି । ଫିଲ୍ମ ନିର୍ଦ୍ଦେଶନାରୁ ଅବସର ନେବେ ବୋଲି କହିଛନ୍ତି ରାକେଶ ରୋଶନ । ଅଭିନେତାରୁ ଫିଲ୍ମ ନିର୍ମାତା ହୋଇଥିବା ରାକେଶ ରୋଶନ ଏବେ କେବଳ ଫିଲ୍ମ ନିର୍ମାଣ ଉପରେ ଫୋକସ୍‌ କରିବେ । ଏହା ସହିତ ସେ ବହୁ ପ୍ରତିକ୍ଷିତ ଫିଲ୍ମ ‘କ୍ରିସ୍‌-୪’କୁ ନେଇ ବଡ଼ ସୂଚନା ମଧ୍ୟ ଦେଇଛନ୍ତି । ବଲିଉଡ ହଙ୍ଗାମା ସହ ସାକ୍ଷାତକାର ସମୟରେ ରାକେଶ ରୋଶନ କହିଛନ୍ତି, ସେ ଆଉ ନିର୍ଦ୍ଦେଶନା କରିବେ ନାହିଁ କିନ୍ତୁ କ୍ରିସ୍‌-୪ ସଂପର୍କରେ ଖୁବଶୀଘ୍ର ଘୋଷଣା କରିବେ । 

 ରାକେଶ ରୋଶନଙ୍କ ପୁଅ ହ୍ରିତିକଙ୍କ ଫିଲ୍ମ ‘ବ୍ୟାଙ୍ଗ ବ୍ୟାଙ୍ଗ’, ‘ଓ୍ବାର’ ଏବଂ ‘ଫାଇଟ୍‌ର’ର ପ୍ରଯୋଜକ ଥିଲେ । ଖୁବଶୀଘ୍ର କ୍ରିସ୍‌ ଫେରିବ ବୋଲି କହିଛନ୍ତି ରାକେଶ ରୋଶନ । ତେବେ ୨୦୦୩ରେ ‘କୋଇ ମିଲ ଗୟା’ ସହ ଏହି ସାଇ-ଫାଇ ଫ୍ରାଞ୍ଚାଇଜ୍‌ର ଆରମ୍ଭ କରିଥିଲେ ରାକେଶ ରୋଶନ । ଏହାକୁ ୨୦୦୬ରେ ଫିଲ୍ମ କ୍ରିସ୍‌ ମାଧ୍ୟମରେ ସୁପର ହିରୋ ସିରିଜ୍‌କୁ ପ୍ରବେଶ କରାଇଥିଲେ । ଏଥିରେ ହ୍ରିତିକ ରୋଶନ ଉଭୟ ରୋହିତ ଏଂ ତାଙ୍କ ପୁଅ କ୍ରିଷ୍ଣା ଭୂମିକାରେ ଅଭିନୟ କରିଛନ୍ତି । କ୍ରିଷ୍ଣା ହିଁ କ୍ରିସ୍‌ ହୋଇଥିବା ବେଳେ ପ୍ରଥମେ ପ୍ରିତି ଜିଣ୍ଟା ଏବଂ ପରେ ପ୍ରିୟଙ୍କା ଚୋପ୍ରା ଜୋନସ୍‌ ମୁଖ୍ୟ ନାୟିକା ଭୂମିକା ନିଭାଇଛନ୍ତି । ଏହା ବ୍ୟତୀତ ନସିରୁଦ୍ଦିନ ଶାହ, କଙ୍ଗନା ରଣାଓ୍ବତ ଏବଂ ବିବେକ ଓବରାୟ ବହୁତ ଭଲ ଅଭିନୟ କରି ଦର୍ଶକଙ୍କୁ ଆକୃଷ୍ଟ କରିପାରିଛନ୍ତି । 

 କ୍ରିସ୍‌ ସିରିଜ୍‌ର ଲୋକପ୍ରିୟତା ବହୁ ଅଧିକ ଥିବା ବେଳେ ଦର୍ଶକେ ଏହାର ସିକ୍ବେଲ୍‌ କ୍ରିସ୍‌-୪ ପାଇଁ ବେଶ ଉତ୍ସାହିତ ଅଛନ୍ତି । ସେପଟେ ହ୍ରିତିକ ରୋଶନ ନିକଟରେ ଫାଇଟର ଫିଲ୍ମରେ ନଜର ଆସିଥିଲେ । ତାଙ୍କ ସମେତ ଏହି ଫିଲ୍ମରେ ଅନିଲ କପୁର ଏବଂ ଦୀପିକା ପାଦୁକୋନ ପ୍ରମୁଖ ଚମତ୍କାର ଅଭିନୟ କରିଥିଲେ । ଏହା ପରେ ହ୍ରିତିକ ରୋଶନ ଓ୍ବାର-୨ ଏବଂ କ୍ରିସ୍‌-୪ରେ ନଜର ଆସିବେ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.