ମୁମ୍ୱାଇ : ହ୍ରିତିକ୍‌ ରୋଶନ ଓ ସୁଜୈନ ଖାନ ଡିସେମ୍ୱର ୨୦୦୦ରେ ପ୍ରେମ ବିବାହ କରିଥିଲେ। ଏହା ସେହି ବର୍ଷ ଥିଲା ଯେବେ ହ୍ରିତିକ୍‌ ଫିଲ୍ମରେ ନିଜର ଡେବ୍ୟୁ କରିଥିଲେ। ହେଲେ ଭାଗ୍ୟରେ ଆଉ କିଛି ଥିଲା । କାରଣ ନଭେମ୍ୱର ୨୦୧୪ ରେ ଦୁହିଁଙ୍କର ତଲାକ୍‌ ହୋଇଥିଲା।  ସେ ବିବାହର ୧୪ ବର୍ଷ ପରେ ଅଲଗା ହୋଇଗଲେ , କିନ୍ତୁ ବନ୍ଧୁ ଭାବେ ରହିଛନ୍ତି ଏବଂ ନିଜ ପୁଅ ରିହାନ ଓ ହ୍ରିଦାନଙ୍କୁ ମିଶି ପାଳନ ପୋଷଣ କରୁଛନ୍ତି।

ବର୍ତ୍ତମାନ , ସୁଜୈନ ଅର୍ସଲାନ ଗୋନିଙ୍କୁ ଡେଟ୍‌ କରୁଛନ୍ତି , ସେପଟେ ହ୍ରିତିକ୍‌ ସବା ଆଜାଦ୍‌ଙ୍କ ସହ ରିଲେସନସିପ୍‌ରେ ଅଛନ୍ତି। ହ୍ରିତିକ୍‌ ଓ ସୁଜୈନ ପରସ୍ପରର ଥିବା ପାର୍ଟନରଙ୍କ ବନ୍ଧୁ ମଧ୍ୟ ଏବଂ ଅନେକ ସମୟରେ ସାଥିରେ ବୁଲାବୁଲି କରନ୍ତି। ହେଲେ ଏବେ ବି ଏହା ଜଣାପଡ଼ି ନାହିଁ ହ୍ରିତିକ୍‌ ଓ ସୁଜୈନଙ୍କ ମଧ୍ୟରେ କଣ ଭୁଲ ହୋଇଥିଲା, ରାକେଶ ରୋଶନ ଏବେ ଏହି ବିଷୟରେ କହିଛନ୍ତି। ଫିଲ୍ମ ନିର୍ମାତା ୟୁବା ସହ କଥାବାର୍ତ୍ତା ବେଳେ କହିଛନ୍ତି , ଯାହା କିଛି ବି ହେଲା ତାହା ଦୁହିଁଙ୍କ ମଧ୍ୟରେ ହୋଇଛି। ମୋ ପାଇଁ ସୁଜୈନ ସୁଜୈନ ହିଁ ରହିଛନ୍ତି। ସେମାନେ ତାହା ଥିଲେ , ଯିଏ ପ୍ରେମରେ ପଡ଼ି ଥିଲେ , ସେ ତାହା ଥିଲେ ଯାହାଙ୍କ ମଧ୍ୟରେ ଭୁଲ୍‌ ବୁଝାମଣା ଥିଲା ଏବଂ ତାଙ୍କୁ ଏହାକୁ ସମାଧାନ କରିବାର ଥିଲା। ଆମ ପାଇଁ ସେ ଆମର ଘରକୁ ଆସିଲେ , ଏବଂ ସେ ଏବେ ବି ଆମ ଘରର ସଦସ୍ୟ ଅଛନ୍ତି।

ଏହି ଚାଟ୍‌ରେ ରାକେଶ ରୋଶନ ନିଜ ପିଲା ହ୍ରିତିକ୍‌ ଓ ସୁନୈନା ରୋଶନଙ୍କ ସହ ନିଜର ବଣ୍ଡିଂ ବିଷୟରେ ମଧ୍ୟ କହିଛନ୍ତି । ହ୍ରିତକ୍‌ ଓ  ମୋ ଝିଅ ମୋତେ ଟିକେ ଡ଼ରନ୍ତି । ମୋକେ ଜଣା ନାହିଁ, ବୋଧହୁଏ ଏଥିପାଇଁ କାରଣ  ମୁଁ ଜଣେ ଅନୁଶାସିତ ବ୍ୟକ୍ତି। ମୁଁ କୌଣସି  ବିରକ୍ତିକର ବ୍ୟକ୍ତି ନୁହେଁ । ମୁଁ ଏମିତି ବ୍ୟକ୍ତି ନୁହେଁ ଯିଏ କାହାକୁ ତାଗିଦ୍‌ କରିବ, କିନ୍ତୁ ମୁଁ ବହୁତ ଅନୁଶାସିତ । ଯେବେ ସେ ସାନ ଥିଲେ , ତ ସେମାନେ ମୋ ସହ ଖୋଲିକରି କଥା ହେଉ ନଥିଲେ । ଏବେ ସେମାନେ କରନ୍ତି । ଏବେ ଆମେ ଘରେ ବନ୍ଧୁ ପରି ରହୁଛୁ। 

ନିକଟରେ  ଦ ରୋଶନ୍ସ ନାମକ ଏକ ଡକ୍ୟୁମେଣ୍ଟ୍ରି ରିଲିଜ ହୋଇଛି, ଯେଉଁଥିରେ ସଙ୍ଗୀତକାର ରୋଶନ ଲାଲ ନାଗରଥ , ରାଜେଶ ରୋଶନ , ରାକେଶ ରୋଶନ ଓ ହ୍ରିତିକଙ୍କ ସିନେମା ଯାତ୍ରାକୁ ଦର୍ଶା ଯାଇଛି। ଡକ୍ୟୁମେଣ୍ଟ୍ରିରେ ଶାହରୁଖ ଖାନ , ପ୍ରିୟଙ୍କା ଚୋପ୍ରା , ଜୋନାସ , ପ୍ରିତି ଜିଣ୍ଟା , ଆଶା ଭୋସଲେ, ସୋନୁ ନିଗମଙ୍କ ଭଳି ଆହୁରି ଅନେକ ସେଲେବ୍ସ ସାମିଲ ଥିଲେ। 

ୱାର୍କଫ୍ରଣ୍ଟର କଥା ଯଦି କହିବା ତ ହ୍ରିତିକ୍‌ ରୋଶନଙ୍କୁ ଶେଷ ଥର ଏରିଆଲ ଆକ୍ସନ ଫିଲ୍ମ ଫାଇଟର ରେ ଦେଖାଯାଇ ଥିଲା, ଯାହାକୁ ଦର୍ଶକଙ୍କ ମଧ୍ୟରେ ଭଲ ରିଭ୍ୟୁ ମିଳିଥିଲା ଏବଂ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିଲା। ଏହି ଫିଲ୍ମରେ ଦୀପିକା ପାଦୁକୋଣ ମୁଖ୍ୟ ଭୂମିକାରେ ଥିଲେ।