ପ୍ରମୂଖ ଖବର
  • ବାଟବାଟୀ ବ୍ୟାଟଲ ; ଟସ୍ ଜିତି ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି, ବୋଲିଂ କରିବ ଭାରତ, ଫେରିଲେ କୋହଲି
  • ||
  • ଯାଜପୁର : ଶୋଇଥିବା ବେଳେ ଷ୍ଟୁଡିଓ ମାଲିକଙ୍କୁ ନିର୍ମମ ହତ୍ୟା, ପୋଲିସର ତଦନ୍ତ ଆରମ୍ଭ
  • ||
  • ଛତିଶଗଡ଼ ବିଜାପରୁରେ ଏନ୍‌କାଉଣ୍ଟ, ଯବାନଙ୍କ ଗୁଳିରେ ଟଳିଲେ ୧୨ ମାଓବାଦୀ
  • ||
  • ନକଲି ଗୁଟଖା ଫ୍ୟାକ୍ଟ୍ରିରେ ଦିଲ୍ଲୀ, ଆନ୍ଧ୍ର ଜିଏସ୍‌ଟି ଟିମ୍‌ର ଚଢ଼ାଉ, ବିଭିନ୍ନ ସାମଗ୍ରୀ ଜବତ
  • ||
  • ଜଗତସିଂହପୁର ପିଏନ୍‌ବି ବ୍ୟାଙ୍କରେ ଅଗ୍ନିକାଣ୍ଡ, ନିଆଁ ଆୟତ୍ତ କରିବାକୁ ଉଦ୍ୟମ ଜାରି
  • ||
  • ହେଲିକପ୍ଟର ଯୋଗେ କଟକ ଯିବେ ମୁଖ୍ୟମନ୍ତ୍ରୀ, ବାରବାଟୀରେ ଭାରତ- ଇଂଲଣ୍ଡ ଲଢ଼େଇ ଦେଖିବେ
  • ||
  • ବାରବାଟୀ ଲଢ଼େଇ: ସୁପର ସନ୍‌ଡେ'ରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ, ଟିମ୍‌କୁ ଫେରିବେ କୋହଲି, ରିଷଭ
  • ||
  • ରବିବାରଠୁ ଉପରମୁହାଁ ହେବ ପାରଦ,୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

ହ୍ରିତିକ –ସୁଜୈନଙ୍କ ଛାଡ଼ପତ୍ର ନେଇ ରାକେଶ ରୋଶନଙ୍କ ଖୁଲାସା , କହିଲେ – ସେମାନ ପରସ୍ପରକୁ ଭଲ ପାଇ ଥିଲେ ...

Published By : Prameya | February 1, 2025 8:17 PM

ମୁମ୍ୱାଇ : ହ୍ରିତିକ୍‌ ରୋଶନ ଓ ସୁଜୈନ ଖାନ ଡିସେମ୍ୱର ୨୦୦୦ରେ ପ୍ରେମ ବିବାହ କରିଥିଲେ। ଏହା ସେହି ବର୍ଷ ଥିଲା ଯେବେ ହ୍ରିତିକ୍‌ ଫିଲ୍ମରେ ନିଜର ଡେବ୍ୟୁ କରିଥିଲେ। ହେଲେ ଭାଗ୍ୟରେ ଆଉ କିଛି ଥିଲା । କାରଣ ନଭେମ୍ୱର ୨୦୧୪ ରେ ଦୁହିଁଙ୍କର ତଲାକ୍‌ ହୋଇଥିଲା।  ସେ ବିବାହର ୧୪ ବର୍ଷ ପରେ ଅଲଗା ହୋଇଗଲେ , କିନ୍ତୁ ବନ୍ଧୁ ଭାବେ ରହିଛନ୍ତି ଏବଂ ନିଜ ପୁଅ ରିହାନ ଓ ହ୍ରିଦାନଙ୍କୁ ମିଶି ପାଳନ ପୋଷଣ କରୁଛନ୍ତି।

ବର୍ତ୍ତମାନ , ସୁଜୈନ ଅର୍ସଲାନ ଗୋନିଙ୍କୁ ଡେଟ୍‌ କରୁଛନ୍ତି , ସେପଟେ ହ୍ରିତିକ୍‌ ସବା ଆଜାଦ୍‌ଙ୍କ ସହ ରିଲେସନସିପ୍‌ରେ ଅଛନ୍ତି। ହ୍ରିତିକ୍‌ ଓ ସୁଜୈନ ପରସ୍ପରର ଥିବା ପାର୍ଟନରଙ୍କ ବନ୍ଧୁ ମଧ୍ୟ ଏବଂ ଅନେକ ସମୟରେ ସାଥିରେ ବୁଲାବୁଲି କରନ୍ତି। ହେଲେ ଏବେ ବି ଏହା ଜଣାପଡ଼ି ନାହିଁ ହ୍ରିତିକ୍‌ ଓ ସୁଜୈନଙ୍କ ମଧ୍ୟରେ କଣ ଭୁଲ ହୋଇଥିଲା, ରାକେଶ ରୋଶନ ଏବେ ଏହି ବିଷୟରେ କହିଛନ୍ତି। ଫିଲ୍ମ ନିର୍ମାତା ୟୁବା ସହ କଥାବାର୍ତ୍ତା ବେଳେ କହିଛନ୍ତି , ଯାହା କିଛି ବି ହେଲା ତାହା ଦୁହିଁଙ୍କ ମଧ୍ୟରେ ହୋଇଛି। ମୋ ପାଇଁ ସୁଜୈନ ସୁଜୈନ ହିଁ ରହିଛନ୍ତି। ସେମାନେ ତାହା ଥିଲେ , ଯିଏ ପ୍ରେମରେ ପଡ଼ି ଥିଲେ , ସେ ତାହା ଥିଲେ ଯାହାଙ୍କ ମଧ୍ୟରେ ଭୁଲ୍‌ ବୁଝାମଣା ଥିଲା ଏବଂ ତାଙ୍କୁ ଏହାକୁ ସମାଧାନ କରିବାର ଥିଲା। ଆମ ପାଇଁ ସେ ଆମର ଘରକୁ ଆସିଲେ , ଏବଂ ସେ ଏବେ ବି ଆମ ଘରର ସଦସ୍ୟ ଅଛନ୍ତି।

ଏହି ଚାଟ୍‌ରେ ରାକେଶ ରୋଶନ ନିଜ ପିଲା ହ୍ରିତିକ୍‌ ଓ ସୁନୈନା ରୋଶନଙ୍କ ସହ ନିଜର ବଣ୍ଡିଂ ବିଷୟରେ ମଧ୍ୟ କହିଛନ୍ତି । ହ୍ରିତକ୍‌ ଓ  ମୋ ଝିଅ ମୋତେ ଟିକେ ଡ଼ରନ୍ତି । ମୋକେ ଜଣା ନାହିଁ, ବୋଧହୁଏ ଏଥିପାଇଁ କାରଣ  ମୁଁ ଜଣେ ଅନୁଶାସିତ ବ୍ୟକ୍ତି। ମୁଁ କୌଣସି  ବିରକ୍ତିକର ବ୍ୟକ୍ତି ନୁହେଁ । ମୁଁ ଏମିତି ବ୍ୟକ୍ତି ନୁହେଁ ଯିଏ କାହାକୁ ତାଗିଦ୍‌ କରିବ, କିନ୍ତୁ ମୁଁ ବହୁତ ଅନୁଶାସିତ । ଯେବେ ସେ ସାନ ଥିଲେ , ତ ସେମାନେ ମୋ ସହ ଖୋଲିକରି କଥା ହେଉ ନଥିଲେ । ଏବେ ସେମାନେ କରନ୍ତି । ଏବେ ଆମେ ଘରେ ବନ୍ଧୁ ପରି ରହୁଛୁ। 

ନିକଟରେ  ଦ ରୋଶନ୍ସ ନାମକ ଏକ ଡକ୍ୟୁମେଣ୍ଟ୍ରି ରିଲିଜ ହୋଇଛି, ଯେଉଁଥିରେ ସଙ୍ଗୀତକାର ରୋଶନ ଲାଲ ନାଗରଥ , ରାଜେଶ ରୋଶନ , ରାକେଶ ରୋଶନ ଓ ହ୍ରିତିକଙ୍କ ସିନେମା ଯାତ୍ରାକୁ ଦର୍ଶା ଯାଇଛି। ଡକ୍ୟୁମେଣ୍ଟ୍ରିରେ ଶାହରୁଖ ଖାନ , ପ୍ରିୟଙ୍କା ଚୋପ୍ରା , ଜୋନାସ , ପ୍ରିତି ଜିଣ୍ଟା , ଆଶା ଭୋସଲେ, ସୋନୁ ନିଗମଙ୍କ ଭଳି ଆହୁରି ଅନେକ ସେଲେବ୍ସ ସାମିଲ ଥିଲେ। 

ୱାର୍କଫ୍ରଣ୍ଟର କଥା ଯଦି କହିବା ତ ହ୍ରିତିକ୍‌ ରୋଶନଙ୍କୁ ଶେଷ ଥର ଏରିଆଲ ଆକ୍ସନ ଫିଲ୍ମ ଫାଇଟର ରେ ଦେଖାଯାଇ ଥିଲା, ଯାହାକୁ ଦର୍ଶକଙ୍କ ମଧ୍ୟରେ ଭଲ ରିଭ୍ୟୁ ମିଳିଥିଲା ଏବଂ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିଲା। ଏହି ଫିଲ୍ମରେ ଦୀପିକା ପାଦୁକୋଣ ମୁଖ୍ୟ ଭୂମିକାରେ ଥିଲେ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.