ମୁମ୍ବାଇ,୨୭/୩ : ସାଉଥ ଷ୍ଟାର ରାମ ଚରଣ RRRର ଅପୁର୍ବ ସଫଳତା ପରେ ପୁଣି ଥରେ ବଡ଼ ହିଟ୍ ଦେବାକୁ ବହୁ ଅପେକ୍ଷାରେ । କିନ୍ତୁ ଏବେ ତାଙ୍କର ନୂଆ ଫିଲ୍ମ ପେଦ୍ଦୀ ଏହି ଅପେକ୍ଷାକୁ ଶେଷ କରିବାକୁ ପୂରା ପ୍ରସ୍ତୁତି । ୨୭ମାର୍ଚ୍ଚ ୧୯୮୫ରେ ଜନ୍ମଗ୍ରହଣ କରିଥିବା ରାମ ଚରଣ, ରାମ ନବମୀରେ ନିଜ ଜନ୍ମଦିନ ପାଳନ କରୁଛନ୍ତି। ନିଜ ଜନ୍ମଦିନରେ ସେ ପେଦ୍ଦୀ ସହ ନିଜର ନୂଆ ଲୁକ୍ ସେୟାର କରିଛନ୍ତି ।
ପେଦ୍ଦୀ ପହଲବାନ ଭୂମିକାରେ ନଜର ଆସୁଥିବା ରାମ ଚରଣଙ୍କ ଏହି ଲୁକ୍ ଦେଖିବା ପରେ ତାଙ୍କ ଫ୍ୟାନ୍ସ ଫିଲ୍ମକୁ ନେଇ ବହୁ ଉତ୍ସାହିତ ଅଛନ୍ତି। ଏହି ଫାଷ୍ଟ ଲୁକର ଭିଡ଼ିଓ ସହ ରାମ ଚରଣ ପେଦ୍ଦୀର ନୂଆ ରିଲିଜ ତାରିଖ ବି ଘୋଷଣା କରି ଦେଇଛନ୍ତି । ପ୍ରଥମରୁ ୨୭ମାର୍ଚ୍ଚରେ ରିଲିଜ ଲାଗି ସିଡ୍ୟୁଲ ହୋଇଥିଲା । ମାତ୍ର ଧୁରନ୍ଧର ୨ ରିଲିଜକୁ ଦେଖି ଏହାକୁ ପୁଣି ଥରେ ଘୁଞ୍ଚାଇ ଦିଆଯାଇଛି । ଏବେ ଏହି ଫିଲ୍ମ ୩୦ ଏପ୍ରିଲରେ ପରଦାକୁ ଆସିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି ।