ମୁମ୍ବାଇ,୧୬।୫: ବଲିଉଡ ନିର୍ଦ୍ଦେଶକ ରାମ ଗୋପାଳ ବର୍ମା ଇଣ୍ଡଷ୍ଟ୍ରିର ସେହି କିଛି ନାମ ମଧ୍ୟରୁ ଜଣେ ଯିଏ ତାଙ୍କ ସମୟରେ ପ୍ରଚୁର ଷ୍ଟାରଡମ୍ ହାସଲ କରିଥିଲେ, କିନ୍ତୁ ବର୍ତ୍ତମାନ ଲୋକମାନେ ତାଙ୍କ କଥାକୁ ଟିକେ ବି ଧ୍ୟାନ ଦିଅନ୍ତି ନାହିଁ। ଏଥିପାଇଁ ମଧ୍ୟ ସେ ସ ଦାୟୀ। ଭିଡିଓରେ ଯୁବତୀଙ୍କ ସହ ଅଦ୍ଭୁତ ଢଙ୍ଗରେ ଭିଡିଓ କରିବା କିମ୍ବା କୌଣସି ବିଷୟରେ ଉପରେ ରାମୁ ନିଜର ଅଜଥା ରାୟ ଦେଇଥାନ୍ତି। ଏହାକୁ ନେଇ ସେ ବହୁବାର ବିବାଦର ପରିସରରେ ରହିଆସିଛନ୍ତି।
ନିକଟରେ ଏକ ସାକ୍ଷାତକାର ସମୟରେ, ରାମୁ ଦାଉଦ ବିଷୟରେ ଏକ ଗୁରୁତ୍ୱପୂର୍ଣ୍ଣ ଦାବି କରିଥିଲେ। ସେ କହିଥିଲେ, ‘ମୁଁ ବିଶ୍ୱାସ କରେ ଯେ ଦାଉଦର ୧୯୯୩ ମୁମ୍ବାଇ ବିସ୍ଫୋରଣରେ କୌଣସି ସମ୍ପୃକ୍ତି ନଥିଲା। ମୋର ଏହି ବିଶ୍ୱାସ ପାଇଁ ଅନେକ କାରଣ ଅଛି। ଚାର୍ଜସିଟରେ ସେ ନମ୍ବର ୧ ଅଭିଯୁକ୍ତ। ୧୩ ବର୍ଷ ପରେ ମଧ୍ୟ, ଟାଡା ମାମଲାରେ ଆଜି ପର୍ଯ୍ୟନ୍ତ କାହା ହାତରେ କୌଣସି ପ୍ରମାଣ କିମ୍ବା ଘଟଣାସ୍ଥଳରୁ କୌଣସି ପ୍ରମାଣ ମିଳିନାହିଁ, ଯାହା ତାକୁ ଅଭିଯୁକ୍ତ ବୋଲି ପ୍ରମାଣିତ କରିବ । ସେ ମୋତେ ଫୋନ୍ କରିଥିଲେ। କିଏ ଜାଣେ କିଏ କାହାକୁ ଫୋନ୍ କରିଥିଲା, କାହାର ସ୍ୱରରେ? ମୁଁ ଦାଉଦକୁ କୌଣସି ଜିନିଷରୁ ବାଦ ଦେଉନାହିଁ, କିନ୍ତୁ ସେ ଯେତିକି ନୁହେଁ ତାଙ୍କୁ ଅଧିକ ଦେଖାଯାଉଛି।’
ରାମୁ ଆହୁରି ମଧ୍ୟ କହିଛନ୍ତି ଯେ, ମୁଁ ତାଙ୍କ ବ୍ୟକ୍ତିତ୍ୱ ବିଷୟରେ ଯାହା ଶୁଣିଛି, ଯେଉଁମାନେ ତାଙ୍କୁ ଭେଟିଛନ୍ତି କିମ୍ବା ଜାଣିଛନ୍ତି, ମୁଁ ବୁଝିପାରୁନାହିଁ ଯେ ସେ ଏପରି କାହିଁକି କରିବେ। ସେ ଜଣେ ବ୍ୟବସାୟୀ, ସେ ‘ଅୟାସୀ’ ପସନ୍ଦକରନ୍ତି। ତାକୁ ନିଜ ଚାରିପାଖରେ ସୁନ୍ଦରୀ ମହିଳା ଦରକାର, କିନ୍ତୁ ବୋମା ବିସ୍ଫୋରଣରୁ ତାକୁ କ‘ଣ ମିଳିବ। ବମ୍ବେ ତାଙ୍କର ନିଜ ସ୍ଥାନ ଥିଲା। ଏହାପରେ ଅଣ୍ଡରଓ୍ବାର୍ଲ୍ଡରେ ଫାଟ ସୃଷ୍ଟି ହେଲା। ପୋଲିସ ତାଙ୍କୁ ଖୋଜିଲା। ତେଣୁ ଏଥିରେ ତାଙ୍କର କୌଣସି ଲାଭ ନଥିଲା।"
ଉଲ୍ଲେଖନୀୟ ଯେ, ୧୯୯୩ ମସିହା ମୁମ୍ବାଇ ଇତିହାସର ସବୁଠାରୁ ଯନ୍ତ୍ରଣାଦାୟକ ଏବଂ କଳା ଅଧ୍ୟାୟ ମଧ୍ୟରୁ ଗୋଟିଏ ଥିଲା। ମାର୍ଚ୍ଚ ୧୨ ତାରିଖରେ ପ୍ରାୟ ଦୁଇ ଘଣ୍ଟା ମଧ୍ୟରେ ମୁମ୍ବାଇ (ସେତେବେଳେ ବମ୍ବେ)ର ବିଭିନ୍ନ ଅଞ୍ଚଳରେ ୧୨ ରୁ ୧୩ ଟି ସିରିଜ ବିସ୍ଫୋରଣ ଘଟିଥିଲା। ଏହି ଆକ୍ରମଣ ମୁମ୍ବାଇକୁ ଅନେକ ଆଘାତ ଦେଇଥିଲା। ଆକ୍ରମଣର ମାଷ୍ଟରମାଇଣ୍ଡ ଭାବରେ ଦାଉଦ ଇବ୍ରାହିମର ନାଁ ଆସିଥିଲା। ଆଜି ମଧ୍ୟ ଦାଉଦ ଭାରତର ସବୁଠାରୁ କୁଖ୍ୟାତ ଅପରାଧୀମାନଙ୍କ ମଧ୍ୟରୁ ଜଣେ।