ମୁମ୍ୱାଇ : ‘ ରାମାୟଣ’ ଉପରେ ଫିଲ୍ମ ତିଆରି ହେଉଛି। ଏହି ଫିଲ୍ମ ନିତେଶ ତିୱାରୀଙ୍କ ପ୍ରଯୋଜନାରେ ହେଉଛି। ଉକ୍ତ ଫିଲ୍ମରେ ରଣବୀର କପୁର , ଭଗବାନ ରାମ ଓ ୟଶ , ରାବଣଙ୍କ ଚରିତ୍ର କରିବାର ନଜର ଆସିବେ। ଏଥିରେ ରାମାନନ୍ଦ ସାଗରଙ୍କ ‘ରାମାୟଣ’ରେ ସୀତା ମାତାଙ୍କ ଚରିତ୍ର କରି ଥିବା ଦୀପିକା ଚିଖଲିଆଙ୍କୁ ପଚରା ଗଲା କି , ସେ ଏହି ଫିଲ୍ମର ସଦସ୍ୟ ହେବାକୁ ଚାହାନ୍ତି କି ? ଆସନ୍ତୁ ଜାଣିବା ଦୀପିକା କଣ କହିଛନ୍ତି – 

ଦୀପିକା ସିଦ୍ଧାର୍ଥ କନ୍ନନଙ୍କୁ ଦେଇଥିବା ଇଣ୍ଟରଭ୍ୟୁରେ କହିଛନ୍ତି , ମୋ ଭାଇ ଥରେ କହି ଥିଲେ, ତୁମେ ସୀତା ଭାବେ ଜଣାଶୁଣା ଏବଂ ତୁମେ ସୀତା ଭାବେ ହିଁ ମରିବା ଉଚିତ୍‌। 

ଦୀପିକା ଆହୁରି କହିଛନ୍ତି , ମୋତେ ଏହି କଥା ବୁଝା ପଡି଼ଗଲା କି , ଲୋକେ ମୋତେ ସୀତା ଭାବେ ଜାଣନ୍ତି ଏବଂ ରାମାନନ୍ଦ ସାଗରଙ୍କର ‘ରାମାୟଣ’ ଯେତେ ଲୋକପ୍ରିୟ ହୋଇଥିଲା, ସେତିକି କୌଣସି  ‘ରାମାୟଣ’ ଲୋକପ୍ରିୟ ହୋଇ ପାରିବ ନାହିଁ । ତଥାପି କାହିଁକି ନିଜ ଇମେଜ ସହ ଏପଟସେପଟ କାହିଁକି କରିବି ? ମୁଁ ସୀତା, ମୁଁ ଏହି କଥାକୁ ମାନି ନେଇଛି। ୩୫ ବର୍ଷ ହେବ ସୀତା ହେବାର ଦାୟିତ୍ୱ ନିଭାଇଛି, ତଥାପି ଆଉ କିଛି ହେବାକୁ କାହିଁକି କରିବି। 

ଅଫର ହୋଇଥିଲା ଏମିତି ରୋଲ୍‌-

ଦୀପିକା ନିଜ କଥା ଶେଷ କରିବାକୁ ଯାଇ କହିଛନ୍ତି , ମୋ ପାଖକୁ ଏକ ବଡ଼ ପ୍ରଡକ୍ସନ ହାଉସ୍‌ର କଲ୍‌ ଆସି ଥିଲା ଏବଂ ସେ ମୋ ହାତରେ ସିଗାରେଟ୍‌ ଦେଖାଇବାକୁ ଚାହୁଁ ଥିଲେ। ମୁଁ ମନା କରି ଦେଲି। କେବେ କେବେ ମୋତେ ଆଶ୍ଚର୍ଯ୍ୟ ହୋଇ ଲାଗେ କି ଏହି ଲୋକେ ମୋ ଦ୍ୱାରା ଏମିତି କରିବାକୁ କେମିତି ଆଶା କରନ୍ତି ? 

ରିପୋର୍ଟ୍ସ ଅନୁସାରେ, ଫିଲ୍ମ ‘ରାମାୟଣ’ର ପ୍ରଥମ ପାର୍ଟ ଅପ୍ରେଲର ଶେଷ ସୁଦ୍ଧା ପୂରା ହୋଇଯିବ। ଫିଲ୍ମର ପ୍ରଥମ ପାର୍ଟ ଆସନ୍ତା ବର୍ଷ ଦୀପାବଳି ଅବସରରେ ରିଲିଜ ହୋଇପାରେ। ସେପଟେ ଫିଲ୍ମର ଦ୍ୱିତୀୟ ପାର୍ଟ ୨୦୨୭ ଦୀପାବଳି ଅବସରରେ ରିଲିଜ ହୋଇ ପାରେ। 

କହି ରଖୁଛୁ କି, ରାମାୟଣରେ ରଣବୀର କପୁର ରାମର ଚରିତ୍ରରେ ନଜର ଆସିବେ, ୟଶ ରାବଣର ଭୂମିକାରେ ଦେଖା ଦେବେ। ସୀତାଙ୍କ ରୋଲ୍‌ରେ ସାଇ ପଲ୍ଲବୀ ନଜର ଆସିବେ। ଏହି ଫିଲ୍ମରେ ଟିଭି ଆକ୍ଟର ରବି ଦୁବେ ଲକ୍ଷ୍ମଣର ଚରିତ୍ର କରିବେ।