ଭୁବନେଶ୍ବର,୧୩।୧୨ : ରାମୁ ହାତୀ କଙ୍କାଳ ଉଦ୍ଧାର ଉପରେ ପ୍ରତିକ୍ରିୟା ରଖିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ। ରାମୁ ଜଙ୍ଗଲ ବିଭାଗ ପାଇଁ ଆଇକନିକ ଥିଲା। ଲିଜେଣ୍ଡରି ଥିଲା। ତାଙ୍କ ପ୍ରତି ଜଙ୍ଗଲ ବିଭାଗର ସମ୍ମାନ ଥିଲା। ଚନ୍ଦକା ଜଙ୍ଗଲର ବରିଷ୍ଠ ସଦସ୍ୟ ରାମୁ ଥିଲା ବୋଲି ମନ୍ତ୍ରୀ କହିଛନ୍।
ଆଗକୁ ଫରେଷ୍ଟ୍ରି ବିଭାଗ ଛାତ୍ରଛାତ୍ରୀମାନେ ରାମୁ ଉପରେ ଗବେଷଣା କରିବେ। ଏତେ ବର୍ଷ ଧରି ଗୋଟିଏ ସ୍ଥାନରେ କେମିତି ବଞ୍ଚିଲା ଜାଣିବାକୁ ପାଇବେ। ଏତେ ବର୍ଷ ଧରି ଚନ୍ଦକା ଅଭୟାରଣ୍ୟରେ ରହିବା ବହୁତ୍ ବଡ ଘଟଣା । ରାମୁ କଙ୍କାଳ ମ୍ୟୁଜିୟମକୁ ଆସିବା ବଡ ଘଟଣା ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ କହିଛନ୍ତି।