ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଆଇପିଏଲ୍ ୨୦୨୫ ପୂର୍ବରୁ କେକେଆରକୁ ବଡ଼ ଝଟକା, ସବୁଠାରୁ ମହଙ୍ଗା ଖେଳାଳୀ ଆହତ

Published By : Gurupada Nath | January 23, 2025 7:39 PM

ମୁମ୍ବାଇ, ୨୩/୧ :  ଆଇପିଏଲ୍ ୨୦୨୫ର ଆରମ୍ଭ ବେଶୀ ଦୂର ନୁହେଁ । ଘୋଷଣା ପୂର୍ବରୁ ହିଁ ହୋଇସାରିଛି କି ଆଇପିଏଲର ଆଗାମୀ ସିଜନର ଆରମ୍ଭ ୨୧ମାର୍ଚ୍ଚରେ ହେବ ଏବଂ ଫାଇନାଲ ୨୫ମଇରେ ଖେଳାଯିବ । କିନ୍ତୁ ଏହା ପୂର୍ବରୁ କୋଲକାତା ନାଇଟ ରାଇଡର୍ସକୁ ଲାଗିଛି ବଡ଼ ଝଟକା । ଆଗାମୀ ସିଜନ କୋଲକାତାର ସବୁଠାରୁ ମହଙ୍ଗା ଖେଳାଳୀ ଭେଙ୍କଟେଶ ଅୟର ରଣଜୀ ଟ୍ରଫିର ମ୍ୟାଚ୍ ସମୟରେ ଆହତ ହୋଇଛନ୍ତି । ଅୟର ଡୋମେଷ୍ଟିକ କ୍ରିକେଟରେ ମଧ୍ୟ ପ୍ରଦେଶ ଲାଗି ଖେଳିଥାନ୍ତି ଏବଂ କେରଳ ବିପକ୍ଷ ମ୍ୟାଚରେ ତାଙ୍କୁ ଆଘାତ ଲାଗିଛି । 

କେରଳ ବିପକ୍ଷ ମ୍ୟାଚରେ ମଧ୍ୟପ୍ରଦେଶର ଟିମ୍ ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିଲା । ପ୍ରକାଶ ଯେ, ମଧ୍ୟପ୍ରଦେଶର ଟିମ୍ ୧୭.୨ଓଭର ଖେଳରେ ୪୯ରନରେ ହିଁ ୪ଓ୍ବିକେଟ ହରାଇଥିଲା । ଏଭଳି ସ୍ଥଳେ ଭେଙ୍କଟେଶ ଅୟର ଷଷ୍ଠ କ୍ରମରେ ବ୍ୟାଟିଂ କରିବାକୁ ଆସିଥିଲେ ଏବଂ ତାଙ୍କ କାନ୍ଧରେ ଟିମକୁ ବଡ଼ ସ୍କୋର ପର୍ଯ୍ୟନ୍ତ ନେଇଯିବାର ଦାୟିତ୍ବ ଥିଲା । ଏବେ ପାଳିରେ ୩ଟି ବଲ୍ ଖେଳିଥିଲେ। କିନ୍ତୁ ବ୍ୟାଟିଂ ସମୟରେ ତାଙ୍କୁ ଆଘାତ ଲାଗିଛି । ପରେ ସେ ପଡ଼ିଆରେ ପଡ଼ିଯାଇଥିଲେ ଏବଂ ଫିଜିଓକୁ ବି ଡକାଯାଇଥିଲା । କିଛି ସମୟ ପରେ ସେ ପଡ଼ିଆରୁ ବାହାରକୁ ଚାଲି ଯାଇଥିଲେ । ସେ ରିଟାୟର୍ଡ ହଟ୍ ହୋଇଯାଇଥିଲେ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.