ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

‘ତୁମେ ହିଁ ଦାୟୀ...’ : ଦୁଷ୍କର୍ମ ପୀଡିତାଙ୍କୁ କହିଲେ ହାଇକୋର୍ଟଙ୍କ, ଅଭିଯୁକ୍ତକୁ ଜାମିନ୍‌ ଆବେଦନକୁ କଲେ ଗ୍ରହଣ

Published By : Harapriya Biswal | April 10, 2025 6:21 PM

ନୂଆଦିଲ୍ଲୀ,୧୦।୪: ଦୁଷ୍କର୍ମ ମାମଲାରେ ଆହ୍ଲାବାଦ ହାଇକୋର୍ଟଙ୍କ ଅଦ୍ଭୁତ ରାୟ। ପୀଡିତାଙ୍କୁ ଅପରାଧ ପାଇଁ ଦାୟୀ କଲେ କୋର୍ଟ। ଏପରିକି ଅଭିଯୁକ୍ତୁ ଦେଲେ ଜାମିନ୍। ଏହି ମାମଲା ସେପ୍ଟେମ୍ବର ୨୦୨୪ ର, ଜଣେ ୟୁନିଭର୍ସିଟି ଛାତ୍ରୀ ଦୁଷ୍କର୍ମ ଅଭିଯୋଗ କରିଥିଲେ। ସେ କହିଥିଲେ ତାଙ୍କ ସହ ନିଶାରେ ଜଣେ ବ୍ୟକ୍ତି ଦୁଷ୍କର୍ମ କରିଥିଲେ। ତେବେ ଅଭିଯୁକ୍ତ ଜାମିନ ଆବେଦନରେ କହିଥିଲା, ଯୁବତୀ ଜଣକ ତା’ସହ ଯିବାକୁ ପ୍ରସ୍ତୁତ ଥିଲେ। ସହମତିରେ ଦୁହିଁଙ୍କ ମଧ୍ୟରେ ସେକ୍ସ ହୋଇଛି।

ଜଷ୍ଟିସ୍ ସଞ୍ଜୟ କୁମାର ସିଂହଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ। ଅଭିଯୁକ୍ତକୁ ୧୧ ଡିସେମ୍ବର ୨୦୨୪ ରେ ଗିରଫ କରାଯାଇଥିଲା। ତା ଉପରେ ଦିଲ୍ଲୀର ହୋଜ ଖାସ୍‌ର ଏକ ବାରରେ ଯୁବତୀଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ରହିଥିଲା। କୋର୍ଟଙ୍କ କହିବା ଅନୁସାରେ, ଝିଅଟି ନିଜେ ହିଁ ନିଜର ପାଇଁ ସମସ୍ୟ ସୃଷ୍ଟି କରିଥିଲା।  ସେ ହିଁ ଏହି ଘଟଣା ପାଇଁ ଦାୟୀ।

ଉତ୍ତର ପ୍ରଦେଶର ନୋଏଡାର ଏକ ୟୁନିଭର୍ସିଟିରେ ପଡୁଥିବା ୩ ଛାତ୍ରୀ ଦିଲ୍ଲୀର ଏକ ବାର୍‌କୁ ଯାଇଥିଲେ। ଛାତ୍ରୀଙ୍କ କହିବା ଅନୁସାରେ, ସେଠାରେ କିଛି ପରିଚିତ ଲୋକେ ମିଳିଥିଲେ, ଯାହାଙ୍କ ଭିତରେ ଅଭିଯୁକ୍ତ ଥିଲା। ପୀଡିତା ନୋଏଡା ପୋଲିସ ନିକଟରେ ଅଭିଯୋଗ କରିଥିଲେ ଯେ, ମତ ପିଇବା ପରେ ସେ ନିଶାରେ ତାଙ୍କ ପାଖକୁ ଆସିଥିଲା। ପୋଲିସକୁ କୁହାଯାଇଛି ଯେ, ସକାଳ ୩ଟା ବେଳ ପର୍ଯ୍ୟନ୍ତ ବାର୍‌ରେ ଥିଲା ଓ ଅଭିଯୁକ୍ତ ଲଗାତାର ଯୁବତୀକୁ ତା ସହ ଯିବାକୁ କହୁଥିଲା। ସେ ପୋଲିସକୁ କହିଛି ଯେ, ବାରମ୍ବାର କହିବା କାରଣରୁ ସେ ’ଆରାମ’ କରିବା ପାଇଁ ଅଭିଯୁକ୍ତ ସହ ଯିବାକୁ ପ୍ରସ୍ତୁତ ହୋଇଥିଲେ। ମହିଳାଙ୍କ ଅଭିଯୋଗ ଅନୁସାରେ, ଅଭିଯୁକ୍ତ ତାଙ୍କୁ ଆପତ୍ତିଜନକ ଭାବରେ ଛୁଉଁ ଥିଲା। ନୋଏଡାରେ ଥିବା ନିଜ ଘରକୁ ନେବା ବଦଳରେ ଗୁରଗାଓଁରେଥିବା  ତା’ ସମ୍ପର୍କୀୟ ଘରକୁ ନେଇଯାଇଥିଲା। ସେଠାରେ ତାଙ୍କ ସହ ଦୁଷ୍କର୍ମ କରିଥିଲା। 

ରିପୋର୍ଟ ଅନୁସାରେ, ଜାମିନ୍ ଆବେଦନରେ ଅଭିଯୁକ୍ତ କହିଛି  ମହିଳାଙ୍କୁ ସାହଯ୍ୟ ଦରକାର ପଡୁଥିଲା। ସେ ନିଜେ ମୋ ସହ ଘରକୁ ଯିବାକୁ ପ୍ରସ୍ତୁତ ଥିଲେ। ଅଭିଯୁକ୍ତ ଯୁବତୀଙ୍କ ସବୁ ଅଭିଯୋଗକୁ ଖଣ୍ଡନ କରିଛି। ସେ କହିଛି ଦୁଷ୍କର୍ମ କରିନି ଯୁବତୀଙ୍କ ସହମତି ଆଧାରରେ ଶାରିରୀକ ସମ୍ପର୍କ ରଖିଥିଲି। ବାର ଆଣ୍ଡ ବେଞ୍ଚର ରିପୋର୍ଟ ଅନୁସାରେ, କୋର୍ଟ କହିଛନ୍ତି, ଯଦି ପୀଡିତା ଅଭିଯୁକ୍ତକୁ ଠିକ୍ ବୋଲି ମାନି ବି ନେଲା ତେବେ ‌ସେ ନିଜ ପାଇଁ ସମସ୍ୟାକୁ ନିମନ୍ତ୍ରଣ କରିଛି। ତେଣୁ ଏହି ଘଟଣା ପାଇଁ ପୀଡିତା ମଧ୍ୟ ଦାୟୀ। ମେଡିକାଲ ଟେଷ୍ଟରେ ପୀଡିତାଙ୍କ ହାଇମନ୍ ଛିଡି ଯାଇଥିଲା।ଡାକ୍ତର ଏହାକୁ ଯୌନ ହିଂସା ବୋଲି ଖଣ୍ଡନ କରିଛନ୍ତି। କୋର୍ଟ କହିଛନ୍ତି, ମାମଲାରେ ତଥ୍ୟ ଓ ପରିସ୍ଥିତି ସହ ଅପରାଧର ପ୍ରକୃତି, ପ୍ରମାଣ ଓ ଦୁଇ ପକ୍ଷର ଓକିଲଙ୍କ ପକ୍ଷରୁ ଦିଆଯାଇଥିବା ସୂଚନାକୁ ଆଧାର କରି ଆବେଦନକାରୀଙ୍କୁ ବେଲ୍‌ ଦିଆଯାଇ ହେବ। ଏଭଳି ପରିସ୍ଥିତିରେ ଆବେଦନକୁ ଗ୍ରହଣ କରାଯାଉଛି।’

 

 

 

 

 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.