ପ୍ରମୂଖ ଖବର
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଦିଲ୍ଲୀ –ମୁମ୍ୱାଇ ପରି ୫୦୦ ସହରରେ ଗଡ଼ିବ ରାପିଡୋ, ଜୋରସୋରରେ କମ୍ପାନୀର ପ୍ରସ୍ତୁତି ଆରମ୍ଭ

Published By : Prameya | March 9, 2025 4:54 PM

ନୂଆଦିଲ୍ଲୀ : ଦେଶର ଅନଲାଇନ୍ ଟ୍ୟାକ୍ସିର ସର୍ଭିସ ପ୍ରୋଭାଇଡ୍‌ କରୁଥିବା କମ୍ପାନୀ ରାପିଡୋ ବଡ଼ ଘୋଷଣା କରିଛି। କମ୍ପାନୀ କହିଛି ଯେ, ସେ ଚଳିତ ବର୍ଷ ଭାରତର ୫୦୦ଟି ସହରରେ ନିଜର ସର୍ଭିସ ଦେବାକୁ ସ୍କିମ୍‌ ପ୍ରସ୍ତୁତ କରୁଛି। ରାପିଡୋର କୋ-ଫାଉଣ୍ଡର ପବନ ଗୁଣ୍ଟୁପଲ୍ଲୀ କହିଛନ୍ତି ଯେ, କମ୍ପାନୀ ଚଳିତ ବର୍ଷ ଭାରତରେ ୫୦୦ଟି ସହରରେ ବିସ୍ତାର କରିବାକୁ ପ୍ରସ୍ତୁତି କରୁଛି। ସେ କହିଛନ୍ତି ଯେ, ଭାରତର ଟ୍ରାନ୍ସପୋର୍ଟ ମାର୍କେଟ୍‌ରେ ଖୁବ୍‌ ବିବିଧତା ଅଛି ଏବଂ ଏହି ସେକ୍ଟରରେ ବୃଦ୍ଧି ଘଟିବାର ସୁଯୋଗ ରହିଛି।

ରାପିଡୋର କୋ-ଫାଉଣ୍ଡର କହିଛନ୍ତି ଯେ, ଆମେ ମଜବୁତ ବୃଦ୍ଧି ଦେଖିବାକୁ ପାଉଛୁ। ଆମେ ପୂର୍ବରୁ ହିଁ ଦୁଇ ଚକିଆ ଉଦ୍ୟୋଗ ଓ ତିନି ଚକିଆ ଉଦ୍ୟୋଗରେ ଲିଡର ହୋଇ ପାରିଛୁ ଏବଂ ଆମକୁ ଏହା ମଧ୍ୟ ଖୁସି ଯେ, ଯେଉଁ କିଛି ସହରରେ ଆମେ କାମ କରୁଛୁ , ଆମେ ଚାରି ଚକିଆ ବାହନରେ ମଧ୍ୟ ଆଗୁଆ। ପ୍ରତିଦିନ ପାଖାପାଖି ୩୩ ଲକ୍ଷ ରାଇଡ୍‌ରୁ ୫୦ ପ୍ରତିଶତରୁ ଅଧିକ (୧୫ ଲକ୍ଷ) ଦୁଇ ଚକିଆ ଶ୍ରେଣୀରେ , ପାଖାପାଖି ୧୩ ଲକ୍ଷ ରାଇଡ୍‌ ଦୁଇ ଚକିଆ ଶ୍ରେଣୀରେ ଓ ୫ ଲକ୍ଷ ରାଇଡ୍‌ ୪ଚକିଆ  ଶ୍ରେଣୀରେ ହୋଇଥାଏ। ରାପିଡୋ ନିଜର ମାର୍କେଟ୍‌କୁ ଆହୁରି ଅଧିକ ବଢାଇବା ପାଇଁ ୫୦୦ ସହରରେ ସର୍ଭିସ ଦେବାକୁ ଯାଉଛି। 

ଗୁଣ୍ଟୁପଲ୍ଲୀ କହିଛନ୍ତି ଯେ, ଆମେ ବର୍ଷେ ପୂର୍ବେ ନିଜର ୪ଚକିଆ ବାହନ ଉଦ୍ୟୋଗରେ ପାଦ ରଖି ଥିଲୁ। ଆମେ ଯେଉଁ ନୂଆ ପ୍ରୟୋଗ କରିଛୁ , ସେଥିରୁ ଏହି କ୍ଷେତ୍ରରେ ମଧ୍ୟ ଜବରଦସ୍ତ ବୃଦ୍ଧି ଦେଖିବାକୁ ମିଳିଛି। ଆମେ ଏବେ ନିଜ ମାର୍କେଟକୁ ପ୍ରଥମେ ସାଉଥ୍‌ ଇଣ୍ଡିଆ ତେଲେଙ୍ଗାନା ଓ ଆନ୍ଧ୍ର ପ୍ରଦେଶରୁ ଆରମ୍ଭ କରିବୁ। 

କମ୍ପାନୀର ଆଇପିଓକୁ ନେଇ ମଧ୍ୟ ରାପିଡୋର କୋ-ଫାଉଣ୍ଡର ଜବାବ ଦେଇଛନ୍ତି। ସେ କହିଛନ୍ତି ଯେ, ରାପିଡୋ ଭଲ ବୃଦ୍ଧି କରିଛି। ଭଲ ଭାବେ କ୍ୟାପିଟାଲାଇଜଡ୍‌ ଓ ସ୍ଥିତିର ଆଧାରରେ ନିର୍ଣ୍ଣୟ ନେବୁ। ସେ କହିଛନ୍ତି କି ,ବର୍ତ୍ତମାନ କମ୍ପାନୀର ମୁଖ୍ୟ ଧ୍ୟାନ ବୃଦ୍ଧି ଉପରେ ରହିଛି। ରାପିଡୋ ନିଜର ଅଟୋ , ବାଇକ୍‌ ଟାକ୍ସି ଓ କ୍ୟାବ୍‌ ସେବା ଉପରେ ପ୍ରତିଦିନ ପାଖାପାଖି ୩୩ଲକ୍ଷ ଲୋକଙ୍କୁ ଯାତ୍ରାର ସୁବିଧା ପ୍ରଦାନ କରିଥାଏ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.