କଟକ, ୨୬/୧୧ : ବହୁଚର୍ଚ୍ଚିତ ରାପର ଅଭିନବ ସିଂ ମୃତ୍ୟୁ ମାମଲା। ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇ ପତ୍ନୀ ଗିରଫ। ଉତ୍କଳ ଦୀପିକା ରାଉତଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୁଲିସ। ୨୮୫ ଦିନର ତଦନ୍ତ ପରେ ପୁଲିସର କାର୍ଯ୍ୟାନୁଷ୍ଠାନ। ଫେବୃଆରୀ ୧୦ ତାରିଖରେ ବେଙ୍ଗାଲୁରୁରେ ଆତ୍ମହତ୍ୟା କରିଥିଲେ ରାପର୍। ପୁଅର ମୃତ୍ୟୁ ପାଇଁ ବୋହୂକୁ ଦାୟୀ କରିଥିଲେ ପରିବାର।
ସୂଚନାନୁଯାୟୀ, ଗତ ଫେବ୍ରୁଆରି ୧୦ ତାରିଖରେ ରାପର୍ ଅଭିନବ ସିଂ ବେଙ୍ଗାଲୁରୁରେ ଆତ୍ମହତ୍ୟା କରିଥିଲେ। ଅଭିନବଙ୍କ ବିରୁଦ୍ଧରେ ପତ୍ନୀ ଉତ୍କଳ ଦୀପିକା ରାଉତ ହତ୍ୟା ଉଦ୍ୟମ, ଯୌତୁକ ନିର୍ଯାତନା ଭଳି ଥାନାରେ ଅଭିଯୋଗ କରିଥିଲେ। ତେଣୁ ପୁଅର ମୃତ୍ୟୁ ପାଇଁ ଅଭିନବଙ୍କ ପରିବାର ଲୋକ ବୋହୂକୁ ଦାୟୀ କରିଥିଲେ। ପତ୍ନୀ ଉତ୍କଳ ଦୀପିକାଙ୍କ ଦ୍ୱାରା ଧମକ, ବ୍ଲାକମେଲିଂ ଏବଂ ବାରମ୍ବାର ମିଥ୍ୟା ମାମଲା ରୁଜୁ କରାଯିବାର ଚାପରେ ସେ ନିରାଶ ହୋଇ ଏହି ଚରମ ପଦକ୍ଷେପ ନେଇଥିବା ଅଭିଯୋଗ ଆଣିଥିଲେ। ଏହି ଘଟଣାରେ ତଦନ୍ତ କରି ଲାଲବାଗ ଥାନା ପୁଲିସ ଏବେ ପତ୍ନୀ ଉତ୍କଳ ଦୀପିକାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।