ନୀଳଗିରି,୧/୮ : ଦାନ୍ତ ଉଠିଥିବା ବିରଳ ନବଜାତ ଶିଶୁପୁତ୍ରର ଜନ୍ମ । ଏଭଳି ଏକ ଘଟଣା ବାଲେଶ୍ଵର ଜିଲ୍ଲା ନୀଳଗିରି ହସ୍ପିଟାଲରେ ଦେଖିବାକୁ ମିଳିଛି । ଅସ୍ତେ୍ରାପଚାର ପରେ ଏଭଳି ଦେଖି ଡାକ୍ତର ତାଜୁବ ହୋଇଛନ୍ତି । ନୀଳଗିରି ବ୍ଲକ ତେନ୍ତୁଳିଆ ଗ୍ରାମର ପ୍ରଦୀପ ରାଉତ ପୋଡାଶୂଳରେ ରହି ଆସୁଛନ୍ତି । ସ୍ତ୍ରୀଙ୍କ ଗର୍ଭ ଯନ୍ତ୍ରଣା ପାଇଁ ତାଙ୍କୁ ନୀଳଗିରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଅସ୍ତ୍ରୋପଚାର ପରେ ଶିଶୁପୁତ୍ର ଜନ୍ମ ହୋଇଥିଲା । ଶିଶୁଟି କାନ୍ଦିବା ପରେ ତାଙ୍କର ତଳ ମାଢ଼ିରେ ଦୁଇଟି ଦାନ୍ତ ଉଠିଥିବା ଦେଖି ଡାକ୍ତର ଆଶ୍ଚର୍ଯ୍ୟ ହୋଇଯାଇଥିଲାବେଳେ ବାପା ମା’ ବିବ୍ରତ ହୋଇ ପଡ଼ିଥିଲେ। ପରେ ଡ଼ାକ୍ତର ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ସ୍ୱାସ୍ଥ୍ୟ ଅବସ୍ଥା ଠିକଥିବା ଜଣାପଡିଛି ।

ମାଲେଗାଓଁ ବିସ୍ପୋରଣ ମାମଲାରେ ଗୁରୁବାର ନିର୍ଦ୍ଦୋଷ ସା...