ପ୍ରମୂଖ ଖବର
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||
  • ୨୧ ଯାଏ ଅଧିକ ବର୍ଷା ସମ୍ଭାବନା, ଆଜି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ
  • ||

ଦେବଶୟନ ଏକାଦଶୀରେ ଗ୍ରହଙ୍କ ଦୁର୍ଲ୍ଲଭ ସଂଯୋଗ: ଚମକିବ ଏହି ୫ ରାଶିଙ୍କ ଭାଗ୍ୟ...

Published By : Harapriya Sethi | July 6, 2025 6:54 AM

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆଜି ଦେବଶୟନ ଏକାଦଶୀ । ଏହାସହ ଆଜି ଠାରୁ ହିଁ ଚତୁର୍ମାସର ଆରମ୍ଭ ହୋଇଥାଏ । ପୌରାଣିକ ମାନ୍ୟତା ଅନୁସାରେ ଏହି ଏକାଦଶୀରୁ ହିଁ ପ୍ରଭୁ ବିଷ୍ଣୁ ୪ ମାସ ପର୍ଯ୍ୟନ୍ତ ଯୋଗନିଦ୍ରାରେ ରହିଥାନ୍ତି । ଏହି କାରଣରୁ ହିଁ ଚତୁର୍ମାସର ଆରମ୍ଭ ହୋଇଥାଏ । ଦୀର୍ଘ ବର୍ଷ ପରେ ଦେବଶୟନ ଏକାଦଶୀରେ ଦୁର୍ଲ୍ଲଭ ସଂଯୋଗ ହେଉଛି । ଆଜି ସାଧ୍ୟ ଯୋଗ, ଶୁଭ ଯୋଗ, ତ୍ରିପୁଷ୍କର ଯୋଗ ଓ ରବି ଯୋଗର ବିଶେଷ ସଂଯୋଗ ହେବାକୁ ଯାଉଛି । ଗ୍ରହଙ୍କ ଏହି ଦୁର୍ଲ୍ଲଭ ସଂଯୋଗ କାରଣରୁ କିଛି ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ଲକ୍ଷ୍ମୀ-ନାରାୟଣଙ୍କ ଆଶୀର୍ବାଦ ସହ ଧନ ସମ୍ପତ୍ତି ବୃଦ୍ଧି ହେବ ।

ବୃଷ- ଏହି ଶୁଭ ସଂଯୋଗ ଫଳରେ ବୃଷ ରାଶି ବ୍ୟକ୍ତି ବିଶେଷଙ୍କ ଆର୍ଥିକ ଦୃଷ୍ଟିରୁ ବେଶ ଲାଭବାନ୍‌ ହେବେ । ବ୍ୟବସାୟରେ ବଡ ଲାଭ ମିଳିବ । ଭୂମି, ଯାନ କିଣିବାର ଯୋଗ ରହିଛି ।

କର୍କଟ- ଚାକିରି ଠାରୁ ଆରମ୍ଭ କରି ବ୍ୟବସାୟ ସବୁଥିରେ ବଡ ଲାଭ ମିଳିବ । ଘରେ ଶୁଭ କାର୍ଯ୍ୟର ଯୋଗ ରହିଛି । ନକରାତ୍ମକ ଶକ୍ତି ଦୂର ହେବ । ପରିବାର ସଦସ୍ୟଙ୍କ ସହ ସମ୍ପର୍କ ମଜଭୁତ ହେବ । ଅଟକି ଥିବା କାମ ପୂରଣ ହେବ ।

କନ୍ୟା- ଆର୍ଥିକ ସମସ୍ୟା ଦୂର ହେବ। ପରିବାରରେ ହସଖୁସିର ବାତାବରଣ ରହିବ । ବିବାଦ ଦୂର ହେବ । ଟଙ୍କା ନିବେଶ କରି ଲାଭବାନ୍‌ ହେବେ ।

ଧନୁ- ଚାକିରିରେ ପଦନ୍ନୋତିର ଯୋଗ ରହିଛି । ଦରମା ବୃଦ୍ଧି ହେବ । କର୍ମକ୍ଷେତ୍ରରେ ସଫଳତା ହାସଲ କରିବେ । ଧାର୍ମିକ କାର୍ଯ୍ୟରେ ରୁଚି ବଢିବ ।

ମୀନ- ବ୍ୟବସାୟରେ ବଡ ଲାଭ ମିଳିବ । ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ । ବିଦେଶ ଯାତ୍ରାର ଯୋଗ ରହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.