ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଡ୍ରେନ୍‌ ମରାମତିରେ ଅହେତୁକ ବିଳମ୍ବ, ମେଘନାଦ ପାଚେରି କଡ଼ରେ ମୂଷା ଗାଡ଼

Published By : Rasmita Pradhan | November 6, 2024 8:13 AM

ପୁରୀ, ୦୬/୧୧ : ମୂଷା ଖୋଳି ଗାତ କରି ଦେଲାଣି ମେଘନାଦ ପାଚେରି କଡ଼ରେ । ମେଘନାଦ ପାଚେରି ପାର୍ଶ୍ୱ ଦେଇ ୩୦ ବର୍ଷ ପୂର୍ବେ ଯେଉଁ ଡ୍ରେନ୍‌ କରାଯାଇଥିଲା ତାହାକୁ ପରେ ଶ୍ରୀମନ୍ଦିର ପ୍ରଶାସନ ମରାମତି କରୁଥିଲା । ଏହି ମରାମତିରେ ଇଟା, ବାଲି, ଗୋଡ଼ି ପ୍ରଭୃତି ବ୍ୟବହାର ହେଉଥିଲା । ଏହି ମୁକୁଳା ଡ୍ରେନ୍‌କୁ ପରେ ପ୍ରଶାସନ ପକ୍ଷରୁ କଂକ୍ରିଟ ଓ ଖଣ୍ଡୋଲାଇଟ୍‌ ପଥର ଢାଙ୍କୁଣି ଘୋଡ଼ାଇ ଦିଆଯାଇଥିଲା । ମାତ୍ର ଡ୍ରେନ୍‌କୁ ଆବଶ୍ୟକ ମରାମତି କରାନଯିବାରୁ କାଳକ୍ରମେ ଇଟାରୁ ପଲସ୍ତରା ନଷ୍ଟ ହୋଇଯାଇଛି । ଡ୍ରେନ୍‌ ଭିତରେ ମୂଷା ରହିବା ସହ ନଷ୍ଟ ହୋଇଥିବା ସ୍ଥାନକୁ ଅଧିକ ଖୋଳି ଦେଲାଣି । ଫଳରେ ପାଣି ମାଟି ଭେଦି ମେଘନାଦ ପାଚେରି ପଥର ଯୋଡ଼େଇକୁ ଦୁର୍ବଳ କରିଦେଲାଣି । 

ଡ୍ରେନ୍‌ ମରାମତିରେ ଅହେତୁକ ବିଳମ୍ବରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଏଏସ୍‌ଆଇ ସୁପରିଣ୍ଟେଣ୍ଡେଣ୍ଟ ଓ ଅନ୍ୟ ଅଧିକାରୀମାନେ ମତ ଦେଇଛନ୍ତି । ଯେହେତୁ ଏଏସ୍‌ଆଇ କେବଳ ଅତ୍ୟାଧୁନିକ ମରାମତି ସଂରକ୍ଷଣ କାମ କରୁଛି ଏବଂ ଶ୍ରୀମନ୍ଦିର ପ୍ରଶାସନ ଅନ୍ୟ ସିଭିଲ୍‌ ୱାର୍କ କରୁଛି ତେଣୁ ସମନ୍ୱୟ ରଖି ପ୍ରତ୍ୟେକ ବିଭାଗ ସେମାନଙ୍କ କାମ କରିବା କଥା । ମେଘନାଦ ପାଚେରି ପାଶ୍ୱର୍ରେ ପରିସ୍ରାଗାର, ହାତଧୁଆ ସ୍ଥାନ, ଥଣ୍ଡା ପାନୀୟଜଳ ବ୍ୟବସ୍ଥା ପ୍ରଭୃତି କରାଯିବା ସହ ବର୍ଜ୍ୟଜଳ ନିଷ୍କାସନ ଡ୍ରେନ୍‌ କରାଯାଇଛି । ଡ୍ରେନ୍‌ ପାଣି ଖଲାସ୍‌ ନିମନ୍ତେ ପିଭିସି ପାଇପ୍‌ ବିଛା ଗଲେ ଆଉ ପାଣି ମେଘନାଦ ପାଚେରିକୁ ଭିଜାନ୍ତା ନାହିଁ । ଅଗଷ୍ଟ ମାସରେ ମେଘନାଦ ପାଚେରି ସୁରକ୍ଷା ଦେବାକୁ ଶ୍ରୀମନ୍ଦିରକୁ ବାରମ୍ବାର ଚିଠି ଲେଖା ଯାଇଥିଲେ ହେଁ କାମ କରିବାରେ ବିଳମ୍ବ କରାଯାଉଛି ବୋଲି ଏଏସ୍‌ଆଇ ଅଧିକାରୀମାନେ ମତ ଦେଇଛନ୍ତି । ସେପଟେ ଶ୍ରୀମନ୍ଦିର ସିଂହଦ୍ୱାର ପାଶ୍ୱର୍ ମେଘନାଦ ପାଚେରି ବାହାରକୁ ଅନବରତ ପାଣି ଝରୁଥିବାରୁ ପୁଣି ଶିଉଳି ଲାଗିବାରୁ ମଙ୍ଗଳବାର ମଧ୍ୟ କିଛି ଶ୍ରମିକ ଶିଉଳି ଛଡ଼ାଉଥିବା ନଜର ଆସିଥିଲା । ଏହା କେବେ ମରାମତି ହେବ ସେନେଇ ଶ୍ରୀମନ୍ଦିର ପ୍ରଶାସନ ସ୍ପଷ୍ଟ ସୂଚନା ଦେଇନାହିଁ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.