ପ୍ରମୂଖ ଖବର
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ରତନ ଟାଟାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ, କହିଲେ ଶେଷଥର ପାଇଁ କେବେ ହୋଇଥିଲା କଥାବାର୍ତ୍ତା...

Published By : Ladu Kishor | October 10, 2024 5:43 PM

ନୂଆଦିଲ୍ଲୀ: ଆଉ ନାହାଁନ୍ତି ଟାଟା ସନ୍ସର ସମ୍ମାନିତ ଚେୟାରମ୍ୟାନ୍ ରତନ ଟାଟା । ୮୬ ବର୍ଷ ବୟସରେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ବୟସ ସମ୍ବନ୍ଧୀୟ ସମସ୍ୟା ହେତୁ ରତନ ଟାଟାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ରତନ ଟାଟାଙ୍କ ଦେହାନ୍ତ ଦେଶ ତଥା ସମଗ୍ର ବିଶ୍ୱରେ ଶୋକର ଛାୟା ଖେଳାଇ ଦେଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଦେଶର ଅନେକ ସେଲିବ୍ରିଟି ରତନ ଟାଟାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ବର୍ତ୍ତମାନ ବିଜେପିର ବରିଷ୍ଠ ନେତା ଲାଲ କୃଷ୍ଣ ଆଡଭାନୀ ମଧ୍ୟ ରତନ ଟାଟାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ରତନ ଟାଟାଙ୍କ ସହ ତାଙ୍କର ଶେଷ ବାର୍ତ୍ତାଳାପ କେବେ ହୋଇଥିଲା ତାହା ଆଡଭାନୀ କହିଛନ୍ତି । 

ଲାଲ କୃଷ୍ଣ ଆଡଭାନୀ କହିଛନ୍ତି ଯେ, ଭାରତୀୟ ବ୍ୟବସାୟ କ୍ଷେତ୍ରରେ ସେ ଟାଟାକୁ ଅଧିକ ପ୍ରଶଂସା କରିଛନ୍ତି, କାରଣ ରତନ ଟାଟା ଏହି ଗ୍ରୁପ୍‌କୁ ଦଶନ୍ଧି ଧରି ଅହେତୁକ ଉତ୍ସର୍ଗ, ଦୁରଦର୍ଶିତା ଏବଂ ନିଷ୍ଠାର ସହିତ ଗୌବାନ୍ୱିତ କରିଛନ୍ତି । ଆଡଭାନୀ କହିଛନ୍ତି ଯେ ରତନ ଟାଟା ଭାରତୀୟ ଶିଳ୍ପରେ ଏକ ଅବିସ୍ମରଣୀୟ ଚିହ୍ନ ଛାଡିଛନ୍ତି।

ବରିଷ୍ଠ ବିଜେପି ନେତା ଲାଲ କୃଷ୍ଣ ଆଡଭାନୀ ଆହୁରି ମଧ୍ୟ କହିଛନ୍ତି ଯେ, ରତନ ଟାଟା ଉଦ୍ୟୋଗ ଜଗତର ବରିଷ୍ଠଙ୍କ ଭିତରୁ ଅନ୍ୟତମ । ରତନ ଟାଟା ପ୍ରକୃତରେ ସ୍ୱର୍ଗତ ଜେଆରଡି ଟାଟାଙ୍କ ପାଇଁ ଜଣେ ଯୋଗ୍ୟ ଉତ୍ତରାଧିକାରୀ ଭାବରେ ପ୍ରମାଣିତ ହୋଇଥିଲେ। 

ଏହି ସମୟରେ ଆଡଭାନୀଙ୍କ ସହ ତାଙ୍କ ବନ୍ଧୁତାକୁ ନେଇ କହିଛନ୍ତି ଯେ, ସେ ଅନେକ ସମୟରେ ରତନ ଟାଟାଙ୍କ ସହ କଥା ହେବାର ସୁଯୋଗ ପାଇଛନ୍ତି । ରତନ ଟାଟାଙ୍କ ସହ ତାଙ୍କର ଶେଷ ବାର୍ତ୍ତାଳାପ ଚଳିତ ବର୍ଷ ଫେବୃଆରୀରେ ହୋଇଥିଲା, ଯେତେବେଳେ କି ଆଡଭାନୀଙ୍କୁ ଭାରତ ରତ୍ନରେ ସମ୍ମାନିତ କରାଯାଇଥିଲା। ଏହି ସମୟରେ ରତନ ଟାଟା ଆଡଭାନୀଙ୍କୁ ଏକ ଚିଠି ଲେଖିଥିଲେ। ଆଡଭାନୀ କହିଛନ୍ତି ଯେ ଦେଶ ଶ୍ରୀ ରତନ ଟାଟାଙ୍କ ନିକଟରେ ଋଣି ରହିବ। ସେ ପ୍ରକୃତରେ ଜଣେ ମହାନ ବ୍ୟକ୍ତି ଥିଲେ । ତାଙ୍କର ଅମର ଆତ୍ମା ଶାନ୍ତିରେ ରହୁ । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.