ପୁରୀ, ୧୪/୦୬: ବେଶ୍‌ ନିଷ୍ଠାରେ ଚାଲିଛି ମହାପ୍ରଭୁଙ୍କ ରଥ ନିର୍ମାଣ । ଶନିବାର ରଥରେ ତାଗ ବାଡ଼ିଆ ଆରମ୍ଭ ହୋଇଛି । ତାଗ ହେଉଛି ବରଗା ଭଳି ଲମ୍ବା କାଠ । ତାଗ ଉପରେ ପଟା ପଡ଼ିଲେ ରଥର ଚଟାଣ ପ୍ରସ୍ତୁତ ହେବ ।  ଦୁଆରଘଡ଼ା କାମ ଆରମ୍ଭ ହୋଇଛି ।  ଅପରାହ୍ଣରେ ଆର୍‌ଡିସି  ସୁଧାଂଶୁ ମୋହନ ସାମଲ ଓ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ରଥ ଖଳା ବୁଲି ନିର୍ମାଣକାରୀଙ୍କ ସହ ଆଲୋଚନା କରିଛନ୍ତି । ଏଥିସହ ରଥ କମିଟି ସଦସ୍ୟମାନେ ରଥର ବ୍ରେକ୍‌ କାଠର ସ୍ଥିତି ଯାଞ୍ଚ କରିଛନ୍ତି । ଚଳିତ ବର୍ଷ ରଥ ପାଇଁ ନୂଆ ବ୍ରେକ୍‌ ପ୍ରସ୍ତୁତ ହେବ ବୋଲି ସୂଚନା ରହିଛି ।

ଅଧିକ ପଢ଼ନ୍ତୁ :-  Rath Khala Update : ମୂର୍ତ୍ତିରେ ରଙ୍ଗ ଦେବାରେ ନିମଗ୍ନ ଚିତ୍ରକର, ରଥର ବିଭିନ୍ନ ଅଂଶ ଖୋଦେଇରେ ବ୍ୟସ୍ତ ରୂପକାର

ଦେବୀ ରଥର ଅଭିଜ୍ଞ ବିଶ୍ୱକର୍ମା  ସୁରେନ୍ଦ୍ର ମହାରଣା କୁହନ୍ତି  ଖଳାରେ ଦୁଆରଘଡ଼ାର ଦୁଇ ଅଂଶ ‘ଗାରେଡ଼ି ଓ  ଅଂଳା’ ତିଆରି କରାଯାଉଛି । ମହି ତଥା  କଞ୍ଚା କାଠରୁ ବକଳା ଛଡ଼ାଇ ବାରିସିରେ  ହାଣି ନିଦ୍ଦିର୍ଷ୍ଟ ମାପ ଅନୁସାରେ ଅଂଳା ଓ ଗାରେଡ଼ି ତିଆରି ହେଉଛି । ରଥର  ଚତୁଃପାଶ୍ୱର୍ରେ ଲାଗେ ୪ ଦୁଆରଘଡ଼ା । ୩  ରଥ ପାଇଁ ନିର୍ମାଣ ହୁଏ ୧୨ ଦୁଆରଘଡ଼ା । ଦୁଆର ଘଡ଼ାର ଉପର ଅଂଶ ହେଉଛ ‘ଚନ୍ଦ୍ରଶାଳି’ ।  ଗୋଟିଏ ଦୁଆରଘ ଡ଼ାର ଦୁଇପଟେ ଲାଗେ ଗାରେଡ଼ି । ଚନ୍ଦ୍ରଶାଳିରେ ଲାଗିବ ଅଂଳା । କାହିଁ କେଉଁ ଅମଳରୁ ଏସବୁ କଞ୍ଚା କାଠରେନିର୍ମାଣ ହେଉଥିବା ସେ କୁହନ୍ତି ।  ଚିତ୍ରକର ସେବକମାନେ ରଥାଂଶକୁ  ଜୀବନ୍ତ କରିବାରେ ଲାଗିଛନ୍ତି । ରଥର  ଶିଖରଡ଼ମ୍ବରୁ ଚିତ୍ର ଚାଲିଛି । ରଥରେ ଶିଖରଡ଼ମ୍ବରୁ ଲାଗିଲେ ପାଶ୍ୱର୍ ଦେବତା ସ୍ଥାପନା ହେବେ । ପ୍ରତି ରଥରେ ୯ଜଣକରି ପାଶ୍ୱ ର୍ଦେବତା ବିଜେ କରିବେ ।