ପୁରୀ,୨୨/୦୬: ରଥଯାତ୍ରାକୁ ଆଉ ମାତ୍ର ୫ ଦିନ । ଜଗତକର୍ତ୍ତାଙ୍କ ଯାତ୍ରାରେ ସାମିଲ ହେବାକୁ ଶ୍ରୀକ୍ଷେତ୍ରକୁ ଧାଇଁବେ ଅସଂଖ୍ୟ ଯାତ୍ରୀ । ସେଥିପାଇଁ ପ୍ରଶାସନିକ ସ୍ତରରେ ବସୁଛି ଘନ ଘନ ବୈଠକ । ଆଜି ରଥଯାତ୍ରାକୁ ଶୃଙ୍ଖଳିତ କରିବା ଲାଗି ଚୂଡାନ୍ତ ସମନ୍ନୟ ବୈଠକ  ଅନୁଷ୍ଠିତ ହେବ । ଶ୍ରଦ୍ଧାଳୁ ଓ ଯାତ୍ରୀ କିପରି ସୁଖଦ ଅନୁଭୂତି  ନେଇ ଫେରିବେ ସେଥିଲାଗି ପ୍ରଶାସନ ଓ ସରକାରଙ୍କ ପକ୍ଷରୁ  ଜାରି ରହିଛି ଉଦ୍ୟମ । 

ଆଜି ଟାଉନହଲ ପରିସରରେ ଦିନ ୧୧ଟାରେ  ଅନୁଷ୍ଠିତ ହେବାକୁ ଥିବା ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ  ମାଝୀ ଅଧ୍ୟକ୍ଷତା କରିବେ। ରାସ୍ତାଘାଟ, ମୁକୁଳା ଡ୍ରେନ ଓ ପରିମଳକୁ  ନେଇ ସରଗରମ ଆଲୋଚନା ହେବ ବୋଲି ଆଶା କରାଯାଉଛି ।