ପୁରୀ ୧୩/୦୭: ମହାପ୍ରଭୁଙ୍କ ରଥ ଯାତ୍ରା ସରିଛି ।  ଏବେ ଚାଲିଛି ରଥ ଖୋଲା ପର୍ଯ୍ୟାୟ ।  ତିନି ରଥର ମଣ୍ଡଣି କନା ବାହାରିଛି ।  ରଥଯାତ୍ରା ଦିନ ରଥ ଉପରେ ପ୍ରତିଷ୍ଠା  କରାଯାଇଥିବା ପିତ୍ତଳ କଳସ  କଢ଼ାଯାଇଛି । କୋଠ ସୁଆଁସିଆ  ସେବକମାନେ ରଥର କନା କାଢ଼ିବା  ସହ କଳସ ଖୋଲିଥିଲେ । ପିତ୍ତଳ ସାମଗ୍ରୀ ସବୁ ଶ୍ରୀମନ୍ଦିର ପ୍ରଶାସନ  ଜିମା ଦିଆଯାଇଛି । 

ତାଳଧ୍ୱଜ,  ଦେବଦଳନ ଓ ନନ୍ଦିଘୋଷ ରଥର  କନା ଖୋଲାଯାଇଥିଲା । ଶ୍ରୀବିଗ୍ରହଙ୍କ  ରଥତ୍ରୟରୁ ପୋଟଳ କନା ସହ  ୧୨ଟି ଲେଖାଁଏ ଦୁଆରଘଡ଼ା,  ଚନ୍ଦ୍ରଶାଳି କନା ଓ ବତା କନା ଆଦି  କଢାଯାଇଥିଲା । ପୂର୍ବରୁ ରଥର  ସାରଥି ଓ ପାଶ୍ୱର୍ଦେବତା ସହ  ଚାରିପଟେ ଲାଗିଥିବା ଠେକରା  ବାଡ କଢାଯାଇ ଯଥା ସ୍ଥାନରେ  ରଖାଯାଇଥିଲା ।