ପ୍ରମୂଖ ଖବର
  • ଏନଡିଏ ସରକାର ଗଢ଼ିବ, ମୋ ବାପା ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ…ନୀତୀଶ କୁମାରଙ୍କ ପୁଅ ନିଶାନ୍ତଙ୍କ ବଡ଼ ଦାବି
  • ||
  • ଏନଡିଏ ସରକାର ଗଢ଼ିବ, ମୋ ବାପା ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ…ନୀତୀଶ କୁମାରଙ୍କ ପୁଅ ନିଶାନ୍ତଙ୍କ ବଡ଼ ଦାବି
  • ||
  • ଇଣ୍ଡୋନେସିଆରେ ମଝି ସମୁଦ୍ରରେ ହୁତୁ ହତୁ ହୋଇ ଜଳିଗଲା ଜାହାଜ, ଜୀବନ ବିକଳରେ ପାଣିକୁ ଡେଇଁପଡ଼ିଲେ ଯାତ୍ରୀ
  • ||
  • ବ୍ରିଟେନ ଓ ମାଳଦ୍ୱୀପ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି,ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||
  • ଭବାନୀପାଟଣା, ସ୍ୱାମୀର ପରକୀୟା ପ୍ରୀତି ଯୋଗୁଁ ସ୍ତ୍ରୀଙ୍କ ଆତ୍ମହତ୍ୟା, ସୁଇସାଇଡ୍‌ ନୋଟ୍‌ ଦୁଇ ଜଣଙ୍କ ନାମ
  • ||
  • ଏଫ୍ଏମ୍‌ ଛାତ୍ରୀ ଆତ୍ମାହୁତି ଘଟଣାର ତଦନ୍ତ ପାଇଁ ପହଞ୍ଚଲେ କ୍ରାଇମବ୍ରାଞ୍ଚ ଡିଜି, ଭାରପ୍ରାପ୍ତ ଅଧ୍ୟକ୍ଷଙ୍କୁ ଘଟଣାର ବିଭିନ୍ନ ଦିଗ ସମ୍ପର୍କରେ ପଚାରି ବୁଝିଥିଲେ
  • ||
  • ଏୟାର ଲିଫ୍ଟ ହେଲେ ବଳଙ୍ଗା ପୀଡିତା, ଉନ୍ନତ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର
  • ||
  • ବଳଙ୍ଗା ନାବାଳିକା ପୋଡ଼ି ଘଟଣା : ପୀଡିତାଙ୍କ ପିଉସୀଙ୍କୁ ଉଠାଇନେଲା ପୋଲିସ
  • ||
  • ପଦ୍ମନାଭପୁର ଟୋଲଗେଟରେ ଭାରସାମ୍ୟ ହରାଇ ବୁଥ ଉପରକୁ ମାଡିଗଲା ଦ୍ରୁତଗାମୀ କାର, ଚାଳକ ଗୁରୁତର
  • ||
  • AIIMSରେ ଚିକିତ୍ସାଧୀନ ବଳଙ୍ଗା ପୀଡ଼ିତାଙ୍କ ହେବ ଏୟାରଲିଫ୍ଟ, ସୂଚନା ଦେଲେ ପୀଡ଼ିତାଙ୍କ ସମ୍ପର୍କୀୟ ଭାଇ
  • ||
  • ଭୂମିକମ୍ପ ଝଟ୍‌କାରେ ଥରିଲା ଇରାନ୍, ତାଜିକିସ୍ତାନ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୫.୬ ରେକର୍ଡ, ଆସାମର ନାଗାୱରେ ବି ଭୂକମ୍ପ ଅନୁଭୂତ
  • ||
  • ଶରଣକୂଳ ଥାନା ଦରପଦା ନିକଟରେ ବୋଲବମ୍ ଅଟୋକୁ ଧକ୍କା ଦେଲେ ପିକ୍ଅପ୍ ଭ୍ୟାନ୍, ଯବତୀ ମୃତ, ୭ ଗୁରୁତର
  • ||
  • ସୋମବାରଠୁ ସଂସଦର ମୌସୁମୀ ଅଧିବେଶନ,ଆଜି ନୂଆଦିଲ୍ଲୀରେ ବସିବ ସର୍ବଦଳୀୟ ବୈଠକ, ଆସିପାରେ ୮ଟି ବିଲ୍
  • ||
  • ସୋସିଆଲ ମଡିଆରେ ହାତଲେଖା ପ୍ରଶ୍ନପତ୍ର ଭାଇରାଲ, ଆଜି ହେବାକୁ ସ୍ପେସାଲ୍‌ ଓଟିଇଟି-୨୦୨୫ ବାତିଲ
  • ||

ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରାର ଆଦ୍ୟପର୍ବ ଆରମ୍ଭ,୧୭ରେ ରଥକାଠ ଚ୍ଛେଦନ ଅନୁକୂଳ

Published By : Prameya | December 12, 2024 2:24 PM

ଗଣିଆ ୧୨/୧୨: ଶ୍ରୀକ୍ଷେତ୍ରରେ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଆଦ୍ୟପର୍ବ ଆରମ୍ଭ ହୋଇଛି । ରଥକାଠ ଅନୁକୂଳ ନିମନ୍ତେ  ଦିନ ଧାର୍ଯ୍ୟ ହୋଇଛି । ଆଗାମୀ ୧୭ ତାରିଖ ଦିନ ନୟାଗଡ଼  ଜିଲ୍ଲା ଗଣିଆ ବ୍ଲକର ବଡ଼ମୂଳସ୍ଥିତ ମା' ବଡ଼ରାଉଳଙ୍କ ପୀଠରେ  ରଥକାଠ ଚ୍ଛେଦନ ଅନୁକୂଳ ହେବ । ରଥକାଠ ଅନୁକୂଳ ପୂଜକ ପ୍ରସନ୍ନ କୁମାର ଦାଶ ଏବଂ  ଗଣକ ପ୍ରଫୁଲ୍ଲ କୁମାର ଦାଶଙ୍କ ଗଣନା ଅନୁଯାୟୀ ଶ୍ରୀମନ୍ଦିର ପ୍ରଶାସନକୁ ୧୭ ଓ ୨୪ ତାରିଖ ରଥକାଠ ଛେଦନ ଅନୁକୂଳ  ପାଇଁ ପ୍ରସ୍ତାବ ଦିଆଯାଇଥିଲା । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ  ୧୭ ତାରିଖକୁ 

ରଥକାଠ ଛେଦନ ଅନୁକୂଳ ପାଇଁ ଦିନ ଧାର୍ଯ୍ୟ  କରାଯାଇଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦିନ ଧାର୍ଯ୍ୟ ପରେ  ଦଶପଲ୍ଲା ବନାଞ୍ଚଳ ଓ ଗଣିଆ ବନାଞ୍ଚଳ ପକ୍ଷରୁ ପୂଜାନୀତି  ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ପୂର୍ବ ରୀତିନୀତି ଅନୁଯାୟୀ  ପୂଜାକାର୍ଯ୍ୟ ସମ୍ପନ୍ନ ପାଇଁ ନିଷ୍ପତ୍ତି ନିଆଯାଇଛି । ୧୬ ତାରିଖ  ଅପରାହ୍ଣରେ ଶ୍ରୀମନ୍ଦିର ପ୍ରଶାସନର ଏକ ପ୍ରତିନିଧି ଦଳ  ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଜ୍ଞାମାଳ ଧରି ନୟାଗଡ଼ ବନଖଣ୍ଡରେ ପହଞ୍ଚିବେ । ୧୭ତାରିଖ ପୂର୍ବାହ୍ଣରେ ଶ୍ରୀମନ୍ଦିର ପ୍ରତିନିଧି  ଦଳ ମା' ବଡ଼ରାଉଳଙ୍କ ପୀଠରେ ପହଞ୍ଚି ଆଜ୍ଞାମାଳ ଲାଗି  ପରେ ପୂଜା ଆରମ୍ଭ ହେବ । ସକାଳ ୮ଟାଠାରୁ ଅପରାହ୍ଣ  ୨ଟା ପର୍ଯ୍ୟନ୍ତ ପୂଜା, ହୋମ ଓ ନାମ ସଂକୀର୍ତ୍ତନ ହେବ  ବୋଲି ବୁଧବାର ସ୍ଥାନୀୟ ରାମଚନ୍ଦ୍ର ସାମନ୍ତରାୟ କଲେକ  ସଭାଗୃହରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରୁ ସୂଚନା ମିଳିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.