ପୁରୀ, ୧୭/୦୬: ରଥଖଳାରେ ରଥ ନିର୍ମାଣ ବନ୍ଦ । ତିନି ରଥ କାମ ବନ୍ଦ କଲେ ବିଶ୍ୱକର୍ମା ମହାରଣା। ସ୍ଵତ୍ଵଲିପି ଆଧାରରେ ମହାରଣାଙ୍କ ଖେଈକୁ ନେଇ ହୋଇଛି ବିବାଦ । ଚିରଟ କାଠ, ଖେଇକୁ ନେଇ ବିବାଦ ଦେଖାଦେଇଛି। ପ୍ରତ୍ୟେକ ଦିନ ସକାଳ ୮ଟାରୁ ୯ଟା ମଧ୍ୟରେ ଉପସ୍ଥାନ ଦେଇ ନିର୍ମାଣ କାର୍ଯ୍ୟ ଆରମ୍ଭ କରନ୍ତି ମହାରଣା ଓ ଅନ୍ୟ ସେବକ। ବୁଧବାର ୫୮ତମ ଦିନରେ କାର୍ଯ୍ୟ ଏଯାବତ ଆରମ୍ଭ ହୋଇନାହିଁ। ଜିଦରେ ଅଟଳ ରହିଛନ୍ତି ତିନି ରଥର ମୁଖ୍ୟ ମହାରଣା। ସମାଧାନ ନହେବା ଯାଏଁ କାମ ଆରମ୍ଭ ନକରିବାକୁ ଚେତାବନୀ ଦେଇଛନ୍ତି ।

ବିଶ୍ବକର୍ମା ମହାରଣାଙ୍କ କହିବା ମୁତାବକ, ସ୍ଵତ୍ଵଲିପି ଅନୁଯାୟୀ ସେମାନେ ୪ ଫୁଟରୁ କମ୍ ବଳକା କାଠ ସେମାନେ ଖେଈ ବା ପ୍ରାପ୍ୟ ହିସାବରେ ନେଇଥାନ୍ତି । କିନ୍ତୁ ଚିରଟ କାଠରେ, ଯେ କୌଣସି ମାପ ବଳକା କାଠକୁ ନେଇଥାନ୍ତି ମହାରଣା। ତେବେ ଏହା ନନେବାକୁ ବାରଣ କରି ଶ୍ରୀମନ୍ଦିର ପ୍ରଶାସନ ନୋଟିସ୍ ଜାରି କରିବା ପରେ ବିବାଦ ଦେଖାଦେଇଛି । ଏହା ସମାଧାନ ନହେବା ଯାଏ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ନାହିଁ ବୋଲି ରୋକଠୋକ୍ ଶୁଣାଇ ଦେଇଛନ୍ତି ।

ଅଧିକ ପଢନ୍ତୁ- Raja Parba : ରାଷ୍ଟ୍ରପତି ଭବନରେ ରଜ ମଉଜ, ଦୋଳି ସାଙ୍ଗକୁ ଜମିଲା ପାରମ୍ପରିକ ଖାଦ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ​​​​​​​