ପ୍ରମୂଖ ଖବର
  • ଢେଙ୍କାନାଳ : ଧରାପଡ଼ିଲେ ଲାଞ୍ଚୁଆ ଭାରପ୍ରାପ୍ତ ଆରଆଇ; ପିଅନ ମାଧ୍ୟମରେ ନେଉଥିଲେ ଟଙ୍କା
  • ||
  • କେନ୍ଦୁଝର : ଛତୁ ଗୋଟାଇବା ବେଳେ ଆକ୍ରମଣ କଲା ଦନ୍ତା, ୨ମହିଳା ଆହତ
  • ||
  • ବହୁଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲା: ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ଦୋଷୀ ସାବ୍ୟସ୍ତ
  • ||
  • ଭଦ୍ରକ : ଲୁଟ୍‌ କରିବାକୁ ଆସିଥିଲେ, ସାଇରନ୍‌ ବାଜିବାରୁ ଚମ୍ପଟ ମାରିଲେ ଦୁର୍ବୃତ୍ତ
  • ||
  • ହରିୟାଣା ପରେ କେରଳ; ଅସହ୍ୟ ହେଲା ଋଣ ବୋଝ, ଜୀବନ ହାରିଲେ ଆଉ ଏକ ପରିବାର !
  • ||
  • କେନ୍ଦୁଝର : ବ୍ୟାଟେରୀ ଦୋକାନରେ ଅଗ୍ନିକାଣ୍ଡ, ୨୫ ଲକ୍ଷ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ
  • ||
  • ଶିକ୍ଷାର୍ଥୀଙ୍କ ପାଇଁ ଖୁସି ଖବର; ଚଳିତବର୍ଷ ଭାରତରେ ଖୋଲିବ ୧୫ ବିଦେଶୀ ବିଶ୍ୱବିଦ୍ୟାଳୟ ବ୍ରାଞ୍ଚ
  • ||
  • ମୟୂରଭଞ୍ଜ : ଟ୍ରକ୍‌ ଧକ୍କାରେ ଖଣ୍ଡ ଖଣ୍ଡ ହୋଇଗଲା ଟ୍ରାକ୍ଟର; ୨ମୃତ, ୩ଗୁରୁତର
  • ||
  • ଭୁବନେଶ୍ଵର : ୨ ଦିନରେ ଓଡ଼ିଶା ଛୁଇଁବ ମୌସୁମୀ, ଜୁନ୍‌ରେ ସ୍ୱାଭାବିକଠାରୁ ଅଧିକ ବର୍ଷା ସମ୍ଭାବନା
  • ||
  • କେନ୍ଦୁଝର : ୨ଟି ଘରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟ୍, ତଦନ୍ତ କରୁଛି ପୋଲିସ
  • ||

ରଥ ଖଳା ହାଲ୍‌ଚାଲ୍...ରଥ ବ୍ରେକ୍‌ ଅଖ ନିର୍ମାଣ ଆରମ୍ଭ, ଚକରେ ଲାଗୁଛି ପନ୍ଦାରି ଚାବି

Published By : Prameya | May 27, 2025 7:57 AM

ପୁରୀ,୨୭/୦୫: ରଥ ନିର୍ମାଣ ଅବସରରେ ସୋମବାର ଥିଲା ଏକ ବ୍ୟସ୍ତବହୁଳ ଦିନ । ଖଳାରେ ୪୦ ଫୁଟିଆ କାଠ ପହଞ୍ଚିଲା ପରେ ରଥର ଅଖ ଓ ଦଣ୍ଡା  କାମ ଆଗଉଛି । ରଥର ଆଗପଛ ବ୍ରେକ୍‌ ଅଖ ତିଆରି  ଆରମ୍ଭ କରିଛନ୍ତି ବିଶ୍ୱକର୍ମା । ରଥ ନିର୍ମାଣରେ ଏହି ଅଖକୁ ସାନ ଉଛୁଳା ଅଖ କୁହାଯାଏ । ସେହିଭଳି ସୋମବାର ରଥ  ଖଳାରେ ଗରଗରା କାଠ ପଡ଼ିଛି ।  ଇତିମଧ୍ୟରେ ଚାରିନାହାକା କାର୍ଯ୍ୟ ଆରମ୍ଭ ହୋଇଛି । ଚଉଦନାହାକା କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଚକରେ ପନ୍ଦାରି ଚାବି ଲଗାଇ ଶେଷ ହେଉଛି ଚକ ନିର୍ମାଣ । ଏଥିସହ ଦଣ୍ଡା କାଠ ମଧ୍ୟ ବିଶ୍ୱକର୍ମାଙ୍କୁ ଯୋଗାଯାଇଛି । 

ସୋମବାର ଅପରାହ୍ଣରେ କାଠ ଶଗଡ଼ିରେ ବୋହି ଭୋଇ ସେବକମାନେ ଗରଗରା କାଠ ଆଣି ରଥଖଳାରେ ଥୋଇଛନ୍ତି । ତିନି ରଥ ପାଇଁ ୨ଟି ଲେଖାଏଁ  ୬ଟି ଗରଗରା କାଠ ରଥଖଳାରେ ପ୍ରସ୍ତୁତ ହେବ ।  ରଥର ମୂଳଦୁଆ ତିଆରିରେ ଲାଗିଛନ୍ତି ନିର୍ମାଣକାରୀ । ଖୁବ୍‌ଶୀଘ୍ର ରଥର ଚକ କାର୍ଯ୍ୟ ଶେଷ ହେବ । ଦଣ୍ଡା କାଠ ମିଳିବା ପରେ ୫ ଦଣ୍ଡା ନିର୍ମାଣ ମଧ୍ୟ ଆରମ୍ଭ ହୋଇଯିବ । ଅଖ ନିର୍ମାଣ ସରିଲେ ଚକ ଓ ଅଖ ସଂଯୁକ୍ତ ହୋଇ ରଥର ମୂଳଦୁଆ ପ୍ରସ୍ତୁତ ହେବ । ଅଖ ଉପରେ ଦଣ୍ଡା ପଡ଼ିବ । ଦଣ୍ଡା ଉପରେ ଗରଗରା ରହିବ। ଗରଗରା  ଉପରେ ଚାରି ନାହାକା ଉଠିବ । ଏହା ରଥ ଉପରି  ଭାଗ କାମ । ୪ ନାହାକା ଉପରେ ଭୂଇଁ ଟୁଙ୍ଗୁରା ହେବ ।  ପ୍ରଥମ ଭୂଇଁ ଉପରେ ୪ଟି ଖମ୍ବୀ ଓ ଦ୍ୱିତୀୟ ଭୂଇଁ ଉପରେ ୪ଟି ଖମ୍ବୀ ଲାଗିବ । ତା’ ଉପରେ ପୋଟଳ  ଖମ୍ବୀ ଲାଗି ତୃତୀୟ ଭୂଇଁ ରହିବ । ରଥତ୍ରୟର ୨୧  ଅଖ ଓ ୪୨ ଚକ ନିର୍ମାଣ ସାରିବା ବିଶ୍ୱକର୍ମାଙ୍କ ପ୍ରଥମ  ଟାର୍ଗେଟ ରହିଛି । ଏପଟେ ରୂପକାର, କରତି, କମାର  ସେବକ ମହାପ୍ରଭୁଙ୍କ ରଥ ନିର୍ମାଣରେ ଲାଗିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.