ପ୍ରମୂଖ ଖବର
  • ସୁନ୍ଦରଗଡ଼ : ବ୍ରାହ୍ମଣୀ ନଦୀରେ ବୁଡ଼ି ନାବାଳକ ନିଖୋଜ, ସର୍ଚ୍ଚ ଅପରେସନ୍‌ ଜାରି
  • ||
  • ଇଂଲଣ୍ଡ ଗସ୍ତ ପୂର୍ବରୁ ଭାରତକୁ ଲାଗିପାରେ ବଡ଼ ଝଟକା; ସାମି-ବୁମରାଙ୍କ ଖେଳିବାକୁ ନେଇ ସନ୍ଦେହ
  • ||
  • ସମ୍ୱଲପୁର : କଫ୍‌ ସିରପ୍‌ ଭର୍ତ୍ତି ବକ୍ସ ଚୋରି କରିବା ପଡ଼ିଲା ମହଙ୍ଗା, ସମ୍ବଲପୁର ଟାଉନ୍ ଥାନା ଏଏସ୍‌ଆଇ ନିଲମ୍ବିତ
  • ||
  • ରେକର୍ଡ ଭାଙ୍ଗିଲା ଶ୍ରୀନଗର ତାତି ; ୫୪ ବର୍ଷ ପରେ ୩୪ ଡିଗ୍ରୀ ପାର୍‌, ୧୩୩ ବର୍ଷ ପରେ ଜଳିଲା ମେ'
  • ||
  • ଭୁବନେଶ୍ୱର : ବିଦେଶରେ ଚାକିରି ଲୋଭ ଦେଖାଇ କୋଟି କୋଟି ଟଙ୍କା ଠକେଇ, ଅଭିଯୁକ୍ତ ଗିରଫ
  • ||
  • ମେ ୨୭ ନୁହେଁ, ୨୬ରେ ସାବିତ୍ରୀ ଛୁଟି ଘୋଷଣା କଲେ ସରକାର, ୨୭ରେ ଖୋଲା ରହିବ ସରକାରୀ ଅଫିସ୍
  • ||
  • ବିଳିବିଳଉଛି ପାକିସ୍ତାନ; 'ପାଣି ବନ୍ଦ କଲେ ଆମେ ତୁମ ନିଶ୍ୱାସ ବନ୍ଦ କରିଦେବୁ', ପୁରୁଣା ଡଇଲଗ ଦୋହରାଇଲେ ପାକ୍‌ ଜେନେରାଲ
  • ||
  • ସମ୍ବଲପୁର: ମାଲଖାନାରୁ କଫ୍‌ ସିରପ୍ ଚୋରି କରିଟାଉନ୍‌ ଥାନାରେ କାର୍ଯ୍ୟରତ ASI ବିଦ୍ୟୁତ୍ ପଣ୍ଡା ନିଲମ୍ବିତ
  • ||
  • ଭିଜିଲାନ୍ସ ଜାଲରେ R&B ଡିଭିଜନ୍‌ର କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ସେଠୀ, ଏକକାଳୀନ ୮ ଟି ସ୍ଥାନରେ ଭିଜିଲାନ୍ସ ଟିମ୍‌ର ଚଢ଼ାଉ
  • ||
  • ୨୭ ଯାଏ ଘୁଞ୍ଚିଲା ସ୍ପେସାଲ୍‌ ଓଟିଇଟି ଆବେଦନ, ଫର୍ମ ପୂରଣର ଅବଧିକୁ ବଢ଼ାଇଲା ବୋର୍ଡ
  • ||
  • କେନ୍ଦୁଝର : ବେଆଇନ ବାଲି ଚୋରା ଚାଲାଣ ବେଳେ ୩ ହାଇୱା ଜବତ, ୬ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଜରିମାନା ଆଦାୟ
  • ||
  • ଏବେ ୭୮୮ ଭାରତୀୟ ଛାତ୍ରଙ୍କର କଣ ହେବ ? ହାର୍ଭାର୍ଡରେ ବିଦେଶୀ ଛାତ୍ରଙ୍କ ନାମଲେଖା ଉପରେ ରୋକ୍ ଲଗାଇଲେ ଟ୍ରମ୍ପ
  • ||
  • ବାଂଲାଦେଶରେ କିଛି ଠିକ୍ ନାହିଁ ; ବିପଦରେ ୟୁନୁସଙ୍କ ଗାଦି, ସେନାମୁଖ୍ୟ ଦେଲେ ଅଲଟିମେଟ୍
  • ||
  • ନେପାଳରେ ଭୂକମ୍ପ ଝଟକା,ରିକ୍ଟର ସ୍କେଲରେ ତୀବ୍ରତା ୪.୭ ରେକର୍ଡ
  • ||
  • ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି : ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା, ୬ ମନ୍ତ୍ରୀ ପଦ ପାଇଁ ଆଶାୟୀଙ୍କ ଲବି ଭୁବନେଶ୍ୱରରୁ ଦିଲ୍ଲୀ
  • ||
  • ସୁବର୍ଣ୍ଣପୁର : ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା ବାଜା ଗାଡ଼ି: ୨ ମୃତ, ୨୫ ଆହତ
  • ||
  • ଦେଶ ସମ୍ଭାଳିପାରୁ ନାହାନ୍ତି ବାଂଲାଦେଶ ଅନ୍ତରୀଣ ସରକାର ମହମ୍ମଦ ୟୁନୁସ, ଇସ୍ତଫା ଦେବାକୁ ବଳାଇଲେ ମନ
  • ||
  • ରାଜ୍ୟରେ ବଦଳିଲା ପାଗର ମିଜାଜ୍, ଖସିଲା ତାତି : ଏ ମାସ ଶେଷ ସୁଦ୍ଧା ମୌସୁମୀ, ୨୭ରେ ଲଘୁଚାପ ସମ୍ଭାବନା
  • ||

ରଥ ଖଳା ହାଲ୍‌ଚାଲ୍‌... ସରିଲା ଚଉତା, ମୁହାଁଟ ଓ ନିରାଡ଼ି ହଣା

Published By : Prameya | May 23, 2025 9:18 AM

ପୁରୀ,୨୩/୦୫: ଗୁରୁବାର ବିଶ୍ୱକର୍ମାମାନେ ରଥର ଯୋକା ନିର୍ମାଣ ଆରମ୍ଭ କରିଛନ୍ତି । ରଥ ଅମିନ ତିନି ରଥ ଚାଳିକୁ ୧୨ ଫୁଟିଆ ଧଉରା କାଠ ଯୋଗାଇଥିଲେ । ଏହି କାଠକୁ କାଟି ଯୋକା ଚଉପଟ କରୁଛନ୍ତି ବିଶ୍ୱକର୍ମା । ତାଳଧ୍ୱଜ ଓ ନନ୍ଦିଘୋଷ ରଥରେ ୧୬ଟି ଲେଖାଏଁ ଯୋକା ଓ ଦେବଦଳନ ରଥରେ ୧୨ଟି ଯୋକା ସ୍ଥାପନ ହେବ । ରଥ  ଚାରିପଟେ ଖୁଣ୍ଟ ଭଳି ବୁଲିବ ଯୋକା । ଏପଟେ ଖଳାରେ  ଚକ ପ୍ରସ୍ତୁତ ହେଉଛି। ମୁଖ୍ୟ ବିଶ୍ୱକର୍ମାଙ୍କ ଇସାରାରେ ଭୋଇସେବକମାନେ ବିଲେଇ ବାଡ଼ିଆ ପଦ୍ଧତିରେ ଅର ଓ ପହିକୁ ସଂଯୋଗ କରୁଛନ୍ତି।  

ଗୁରୁବାର ସୁଦ୍ଧା ରଥ ଚଉତା କାଠ ତିଆରି ସରିଛି । ପ୍ରତି  ରଥରେ ୧୨ଟି କରି ଚଉତା କାଠ ଯାହାକି ତିନୋଟି ଭୂଇଁ  ତିଆରିରେ ବ୍ୟବହାର ହେବ । ରଥ ଚାରି ପାଶ୍ୱର୍ ପାଇଁ ୪ଟି  ଲେଖାଁଏ ମୁହାଁଟ ଓ ନିରାଡ଼ି ନିର୍ମାଣ ଶେଷ ହୋଇଛି । ରଥ ଖଳା ସମ୍ମୁଖରେ ଭୋଇ ସେବକମାନେ ଯନ୍ତା ଗାଡ଼ରେ ପକାଇ  ସିଙ୍ଗଡ଼ା(ତୁମ୍ବ ସଂଯୁକ୍ତ ଅର) ପ୍ରସ୍ତୁତ କରୁଛନ୍ତି । ପହିର  ବିନ୍ଧରେ କୀଳା ଦେଇ ଅର ସହିତ ଟାଇଟ୍‌ କରି ବାଡ଼ିଆ ହେଉଛି । ଯନ୍ତାପଟାରେ ପଡ଼ି ସିଙ୍ଗଡ଼ାକୁ ପହି ପିନ୍ଧା ଗଲା ପରେ ଖୁସିଅର ଲଗାଯାଉଛି । ନନ୍ଦିଘୋଷ ରଥର ମୁଖ୍ୟ  ବିଶ୍ୱକର୍ମା ବିଜୟ କୁମାର ମହାପାତ୍ର କୁହନ୍ତି, ନନ୍ଦିଘୋଷର  ୧୬ ଚକ ମଧ୍ୟରୁ ୧୪ଟି ପ୍ରାୟ ଶେଷ । ଅର ଆସିଲେ ଆଉ  ଦୁଇ ଚକ ପ୍ରସ୍ତୁତ ହେବ । ଅଖ ନିର୍ମାଣ କାର୍ଯ୍ୟ ପଛେଇଛି ।  ଅଖ ପାଇଁ ୪୦ ଫୁଟିଆ କାଠକୁ ଅପେକ୍ଷା ରହିଛି ।   

ରଥ ଚାଳିରେ ରୂପକାରମାନେ ସାଲ ଗୁଜରେ ସିଂହ  ବିରାଳ ମୂର୍ତ୍ତି ଖୋଦେଇ କରୁଛନ୍ତି । ଗୁଜ ରଥର କୋଣରେ ସ୍ଥାପନ ହେବ । ତାଳଧ୍ୱଜ ଓ ନନ୍ଦିଘୋଷ ରଥରେ ୧୬ଟି  ଲେଖାଏଁ ଓ ଦେବଦଳନ ରଥରେ ୧୨ଗୋଟି ଗୁଜ ରହିଛି । ଗୁଜ ହେଉଛି ରଥର ସୁରକ୍ଷା କବଚ ସଦୃଶ । ଓଝା ସେବକ  ଯୋଗାଉଥିବା ବଳାକୁ ତୁମ୍ବର ବାହାର ପାଶ୍ୱର୍ରେ ଓ ପନ୍ଦାରିକୁ  ତୁମ୍ବର ମଧ୍ୟସ୍ଥଳରେ ଲଗାଯାଇ ଚକ ପ୍ରସ୍ତୁତ ହେଉଛି ।  ଦୋଳବେଦି ଶାଳରେ ଓଝାସେବକମାନେ ଚକ ପାଇଁ ପନ୍ଦାରି, ବଳା ଓ ଦଣ୍ଡା ପାଇଁ ବିଡ଼ିଆ, ଅଗ ପାତେଳି କଣ୍ଟା ନିର୍ମାଣ  କରୁଛନ୍ତି ।  ସହାୟକଙ୍କ ସହ ରଥ ଖଳାରେ ୨୦୩  ଜଣ ନିର୍ମାଣକାରୀ ନିୟୋଜିତ ହୋଇଥିବା ଶ୍ରୀମନ୍ଦିର ଲୋକ  ସମ୍ପର୍କ ଅଧିକାରୀ ଜିତେନ୍ଦ୍ର କୁମାର ମହାନ୍ତି ସୂଚନା ଦେଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.