ପ୍ରମୂଖ ଖବର
  • ବାସୁଦେବପୁର : ଖେଳୁଥିବା ବେଳେ ପୋଖରୀରେ ପଡି ଦୁଇ ଭଉଣୀ ମୃତ
  • ||
  • ଭୁବନେଶ୍ୱର : ଜନତା ମଇଦାନରେ ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ସମାରୋହ, ପ୍ରସ୍ତୁତି କାର୍ଯ୍ୟ ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ
  • ||
  • ରାଉରକେଲା : ୨ କାର୍‌ ସହ ବିପୁଳ ନକଲି ବିଦେଶୀ ମଦ ଜବତ, ଦୁଇ ମାଫିଆ ସହ ଚାଲାଣକାରୀ ଗିରଫ
  • ||
  • ରାଉରକେଲା : ଲଗାଣ ବର୍ଷାରେ ବେହାଲ ଇସ୍ପାତ ସହର, ଘରେ ଘରେ ପଶିଲା ପାଣି
  • ||
  • କନ୍ଧମାଳ : ସରକାରୀ ଟଙ୍କା ଆତ୍ମସାତ କରିବା ପଡ଼ିଲା ମହଙ୍ଗା, ପୂର୍ବତନ ପିଇଓ ଅକ୍ରୁର ମାଝୀ ଗିରଫ
  • ||
  • କେନ୍ଦୁଝର : ଘର ଭାଙ୍ଗି ପରିବା ଚାଷ ନଷ୍ଟ କଲେ ହାତୀ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଜାପାନରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୬.୧ ରେକର୍ଡ
  • ||
  • ଶୁକ୍ରବାର ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ: ଆଜି ହେବ କାରକେଡ୍‌ ରିହର୍ସାଲ, ଜଗିବେ ୧୩୩ ପ୍ଲାଟୁନ୍‌ ଫୋର୍ସ
  • ||
  • ଅପରେସନ୍ ସିନ୍ଧୁ: ଇରାନରୁ ସ୍ବଦେଶ ଫେରିଲେ ୧୧୦ ଜଣ ଭାରତୀୟ, ଆର୍ମେନିଆ ଦେଇ ସୁରକ୍ଷିତ ଭାବରେ ଫେରିଲେ
  • ||
  • ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଘରେ ଆଇଟି ରେଡ୍, ୨୦ରୁ ଅଧିକ ସ୍ଥାନରେ ଚଢାଉ
  • ||
  • ଘନୀଭୂତ ହେଉଛି ଲଘୁଚାପ: ଆଜି ୯ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, କାଲି ୨ ଜିଲ୍ଲାକୁ ଆଲର୍ଟ ଜାରି
  • ||

ରଥ ଖଳା ହାଲ୍‌ଚାଲ୍‌...ପ୍ରଭା ତିଆରି ଆରମ୍ଭ, ସିଂହାସନ ପଛକୁ ରହିବ

Published By : Prameya | June 19, 2025 12:24 PM

ପୁରୀ, ୧୯/୦୬: ରଥର ପ୍ରଭା ନିର୍ମାଣ ଆରମ୍ଭ  ହୋଇଛି । ରଥର ଏହା ଏକ ଆକର୍ଷଣୀୟ ଅଂଶ । ପ୍ରଭା  ହେଉଛି ସିଂହାସନର ଏକ ଅଂଶ । ଶ୍ରୀବିଗ୍ରହ ପ୍ରଭାଙ୍କୁ  ଆଉଜି ଅବସ୍ଥାନ କରିବେ । ବିଶ୍ୱକର୍ମା ଆଗେ ପ୍ରଭାର ଫ୍ରେମ୍‌  ତିଆରିବେ । ଏହାପରେ ରୁପକାରମାନେ  ଏଥିରେ ରାହୁରୂପ ଓ ମଗରମୁଣ୍ଡ ଖୋଦେଇ  କରିବେ । ଚିତ୍ରକର ସେବକ ଏହାକୁ  ରଙ୍ଗ କଲା ପରେ ରଥରେ ଫିଟିଂ ହେବ ।  ପ୍ରଭା ପଛକୁ ଧୁଳିଦଣ୍ଡା ଲାଗିବ । ରଥରେ  ମହାପ୍ରଭୁଙ୍କ ଅବସ୍ଥାନ ପାଇଁ ଚକା(ସିଂହାସନ  ପିଣ୍ଡି) ତିଆରି ହେବ । ଠାକୁରେ ଚକା  ସିଂହାସନରେ ବିଜେ ହେବେ । ସିଂହାସନ ପଛକୁ ରହିଥିବ ପ୍ରଭା । 

ରଥରେ ତାଗ ଓ ପଟା ବାଡ଼ିଆ ଯାଇଛି । ରଥର କୋଣକୁ ଛାଡ଼ି ପଟା ବାଡ଼ିଆ ଯାଉଛି । ଦୁଆରଘଡ଼ା ଟେକା ସରିଲେ ପଟା ବାଡ଼ିଆ ଶେଷ ହେବ ।  ଦୁଆରଘଡ଼ା ନିର୍ମାଣ କରୁଛନ୍ତି  ବିଶ୍ୱକର୍ମା । ପ୍ରତି ରଥରେ ୪ଟି ଦୁଆରଘଡ଼ା ଲାଗିବ । ବୁଧବାର  ରଥର ଗୋଟିଏ ଲେଖାଁଏ ଦୁଆରଘଡ଼ା ତିଆରି ସରିଲା ।  ଏଥିରେ ଚିତ୍ରକର ରଙ୍ଗ କରିବେ । ରଥରେ ପଛ କତରା  ଲାଗିଛି । ଆଗ କତରାରେ ହାତୀ ମୁଣ୍ଡ ତିଆରି ହେଉଛି । ତିନି ରଥରେ ୫ଗୋଟି ଲେଖାଏଁ ଗୁଣ୍ଠି ଲାଗିବ । ରଥ ସମ୍ମୁଖ  ଚାରପରିଛାକୁ ମୁଣ୍ଡାଇବା ପାଇଁ କାମରେ ଲାଗିବ । ତିନି ରଥର ଘୋଡ଼ା ସେଟିଂ ପାଇଁ ଇଶ ନିର୍ମାଣ ହେଉଛି । 

ରଥର ସୁରକ୍ଷା କବଚ କୋଣ  ଗୁଜରେ ନୃସିଂହଙ୍କ ମୂର୍ତ୍ତିଙ୍କୁ ରଙ୍ଗ ଦେଇ  ଜୀବନ୍ତ କରାଯାଉଛି । ଚିତ୍ରକରମାନେ  ପାଶ୍ୱର୍ଦେବାଦେବୀ, ଓଲଟ ଶୁଆ, ହଂସପଟା  ଆଦିରେ ରଙ୍ଗ କରୁଛନ୍ତି । ଦୋଳବେଦି  ଅସ୍ଥାୟୀ କମାର ଶାଳରେ ଓଝା ସେବକମାନେ  ତିନି ରଥର ଜଗତପୃଷ୍ଠ ଶେଣୀ କଣ୍ଟା  ତିଆରୁଛନ୍ତି । ଦର୍ଜୀ ସେବକମାନେ  ଶ୍ରୀମନ୍ଦିର କାର୍ଯ୍ୟାଳୟରେ ରଥ ମଣ୍ଡଣୀ ପାଇଁ କନାରେ ଲେସ୍‌  ଲଗାଉଛନ୍ତି । ତାଳଧ୍ୱଜର ମୁଖ୍ୟ ବିଶ୍ୱକର୍ମା ନରସିଂହ ମହାପାତ୍ର,  ନନ୍ଦିଘୋଷର ମୁଖ୍ୟ ବିଶ୍ୱକର୍ମା ବିଜୟ କୁମାର ମହାପାତ୍ର ଓ  ଦେବଦଳନର ମୁଖ୍ୟ ବିଶ୍ୱକର୍ମା ନାରାୟଣ ମହାରଣାଙ୍କ ପ୍ରତ୍ୟକ୍ଷ  ତତ୍ତ୍ୱାବଧାନରେ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.