ପ୍ରମୂଖ ଖବର
  • କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ହୋଟେଲ ଓରିଅନ ନିକଟରେ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, ଅଟୋ ଚାଳକ ଗୁରୁତର
  • ||
  • ସ୍କୁଲ ଖୋଲିବାକୁ ନେଇ ହଟିଲା ଦ୍ୱନ୍ଦ୍ୱ: ଜୁନ୍ ୨୦ରେ ଖୋଲିବ ସ୍କୁଲ, ପ୍ରକାଶ ପାଇଲା ବିଜ୍ଞପ୍ତି
  • ||
  • ୨୦୨୭ ମାର୍ଚ୍ଚ ୧ରୁ ଦେଶରେ ଜନଗଣନା; ୨ଟି ପର୍ଯ୍ୟାୟରେ ହେବ, ଗେଜେଟ୍ ବିଜ୍ଞପ୍ତି ପ୍ରକାଶ
  • ||
  • ବାଲେଶ୍ୱର : ସ୍ତ୍ରୀ ଓ ପୁଅକୁ ହାଣି ବାପା ଫେରାର, ତଦନ୍ତ କରୁଛି ପୁଲିସ
  • ||
  • ଗଜପତି ମହାରାଜାଙ୍କ ଭାତୃ ବିୟୋଗ, ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ଵାସ ତ୍ୟାଗ କଲେ ରଣାର୍ଣ୍ଣବ ଦେବ
  • ||
  • 'ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚାହୁଁଛି ଇରାନ୍',ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ
  • ||
  • କେନ୍ଦୁଝର : ଶୈଲଙ୍ଗ ଗାଁରେ ଅଭାବନୀୟ ଘଟଣା, ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଏନଏଚରେ ପଛକୁ ପଛ ପିଟି ହେଲା ୪ ଟ୍ରକ୍‌, ୩ ଡ୍ରାଇଭର ଆହତ
  • ||
  • ନରସିଂହପୁରରେ ଝାଡ଼ାବାନ୍ତି ନେଲା ମହିଳାଙ୍କ ଜୀବନ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ; ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା, ୨୪ ଘଣ୍ଟାରେ ସକ୍ରିୟ ହେବ ମୌସୁମୀ
  • ||

ରଥ ଖଳା ହାଲ୍‌ଚାଲ୍‌...ଶେଷ ପର୍ଯ୍ୟାୟରେ ପୋଟଳ ନିର୍ମାଣ, ଚାଲିଛି କଳସ ତିଆରି

Published By : Prameya | June 16, 2025 9:05 AM

ପୁରୀ,୧୬/୦୬: ରଥର କଳସ ତିଆରି  ଆରମ୍ଭ ହୋଇଛି । ରଥ ଅଗ୍ରଭାଗର ମୁଖ୍ୟ ଅଂଶ  ‘କଳସ’ । ଆଗେ କଳସର ପିଣ୍ଡି କାମ ସରିଲା । ଏବେ ପାଖୁଡ଼ା କାର୍ଯ୍ୟ ହେଲା । ପ୍ରତି କଳସରେ  ୩୨ଟି ପାଖୁଡ଼ା ଲାଗୁଛି । ଏଥିସହ ଖଳାରେ ପୋଟଳ କାର୍ଯ୍ୟ ଜାରି ରହିଛି । ରବିବାର ବର୍ଷା ଯୋଗୁ ରଥ କାମ ବାଧାପ୍ରାପ୍ତ ହୋଇଛି । ବର୍ଷା ଲାଗି  ରହିବାରେ ନିର୍ମାଣକାରୀ କଲବଲ ହୋଇଥିଲେ ।  ଅପରାହ୍ନରେ ମୁଖ୍ୟ ଶାସନ ସଚିବ ମନୋଜ  ଆହୁଜା ନିର୍ମାଣସ୍ଥଳୀରେ ପହଞ୍ଚି ରଥ କାର୍ଯ୍ୟର  ଅଗ୍ରଗତି ଜାଣି ସନ୍ତୋଷ ବ୍ୟକ୍ତ କରିଥିଲେ । ମୁଖ୍ୟ ଶାସନ  ସଚିବଙ୍କ ସହ ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର  ସାହୁ ଉପସ୍ଥିତ ଥିଲେ ।   

ରବିବାର ରଥର ତିନି ପଟେ ତାଗ ବାଡ଼ିଆ ଶେଷ ହୋଇଥିବା କହିଛନ୍ତି ନନ୍ଦିଘୋଷ ରଥ ମୁଖ୍ୟ ବିଶ୍ୱକର୍ମା ବିଜୟ କୁମାର  ମହାପାତ୍ର । ନନ୍ଦିଘୋଷ ରଥ ନାହାକାରେ କଇଁଚି ଲାଗିଛି ।  ରଥଖଳାରେ ପାରାଭାଡ଼ି ତିଆରିଛନ୍ତି ବିଶ୍ୱକର୍ମା । ୬ ଓ  ୭ନମ୍ବର ପୋଟଳ ମଝିରେ ପଟା ଲାଗି ‘ପାରାଭାଡ଼ି’  ତିଆରି ହୋଇଛି । ପୋଟଳ ନିର୍ମାଣ  ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ପାରାଭାଡ଼ିରେ  ଚିତ୍ରକରମାନେ ପାରା ଚିତ୍ର ଅଙ୍କନ କରିଥାନ୍ତି ।  ଶନିବାର ରଥରେ ବଡ଼ ପୋଟଳ ବସିଥିଲା ।  ୧୩ ପରସ୍ତ ପୋଟଳ ରଥରେ ଲାଗେ । ରଥରେ  ପାରାଭାଡ଼ି ସ୍ଥାପନ ହୋଇ ବାକି ପରସ୍ତ ପୋଟଳ ଲାଗିଲେ ଖପୁରୀ ବସିବ । 

କଳସ କାମ ମୁଖ୍ୟତଃ ହାଲୁକା କାଠରେ ତିଆରି  କରାଯାଏ । ରଥ କଳସ ନିର୍ମାଣର ସ୍ୱତନ୍ତ୍ରତା  ରହିଛି । ଦୁଇ ଭାଗ ହୋଇ ତିଆରି ହୁଏ କଳସ ।  ନିମ୍ନ ତୁମ୍ୱରେ ୧୬ଟି ବିନ୍ଧ କରାଯାଏ । ସେଥିରେ  ୧୬ଟି ପାଖୁଡ଼ା ବସିବ । ତା’ଉପରେ ଚକା ଲାଗି  ପୁନର୍ବାର ଷୋହଳଟି ପାଖୁଡା ଲାଗିବ । ଏହା  ଉପରେ ତୁମ୍ୱ ରହିବ । ସେଥିରେ ଲାଗିବ ତୁମ୍ୱ  ଡାଙ୍ଗିଆ । ସୋମବାର କଳସରେ ଆଲୁମିନିୟମ୍‌  ଚାଦର ବୁଲିବ । ଏହାପରେ ଚିତ୍ରକର ସେବକ  କଳସରେ ରଙ୍ଗ ସାରିବେ । କଳସ ରଥରେ ସ୍ଥାପନ  ହେଲେ ଅଂଳାଶ୍ରୀ ଲାଗି ପିତ୍ତଳ କଳସ ଲାଗିବ । ରଥ  କାର୍ଯ୍ୟରେ କରତି, ଭୋଇ ସେବକ, ରୂପକାର, ଚିତ୍ରକର,  ଦରଜୀ ଓ ଓଝା ସେବକ ନିୟୋଜିତ ରହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.