ପ୍ରମୂଖ ଖବର
  • ବିହାର ଭୋଟର ତାଲିକାରୁ କଟିପାରେ ୩୪ ଲକ୍ଷ ମତଦାତାଙ୍କ ନାଁ, କାରଣ କହିଲେ ନିର୍ବାଚନ ଆୟୋଗ
  • ||
  • ବିହାର ରାଜନୀତିରେ ବଡ଼ ଟ୍ବିଷ୍ଟ, ଖୁବଶୀଘ୍ର ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ
  • ||
  • ଜନ୍ମଦିନରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ; ଅବକାରୀ ଦୁର୍ନୀତି ମାମଲାରେ ବନ୍ଧିଲା ଇଡି
  • ||
  • ସକାଳେ ଗୁଳୁଗୁଳି, ଅପରାହ୍ନରେ ବର୍ଷା: ଭିଜିବ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓଡ଼ିଶା, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||

ରଥଖଳା ହାଲ୍‌ଚାଲ୍‌...ତୁମ୍ବରେ ଅଗର ବିନ୍ଧ ଖୋଦେଇ ଆରମ୍ଭ, ଚାଲିଛି ପନ୍ଦାରି ନିର୍ମାଣ

Published By : Prameya | May 9, 2025 11:02 AM

ପୁରୀ,୦୯/୦୫ ଶ୍ରୀନଅର ସମ୍ମୁଖ ଖଳାରେ ଆଗେଇ ଚାଲିଛି ରଥତ୍ରୟର ୪୨ ଚକ ପ୍ରସ୍ତୁତି । ଖଳାରେ ବ୍ୟସ୍ତ ବିଶ୍ୱକର୍ମା, କରତି ଓ ଭୋଇ ସେବକ । ଦୋଳବେଦି ଶାଳରେ ନିୟୋଜିତ ହୋଇଛନ୍ତି ଓଝା ସେବକ । ଗୁରୁବାର ରଥର ପ୍ରଥମ ଦୁଇ ନାହାକା ଚକର ପନ୍ଦାରି  ନିର୍ମାଣ ଶେଷ ହୋଇଛି । ତୁମ୍ବଗୁଡ଼ିକର ଭିତର ପାଶ୍ୱର୍ରେ ଲାଗିବ ପନ୍ଦାରି । ତାହାକୁ ମଜଭୁତ  କରିବାକୁ ଚାବି ତିଆରି ହୋଇ ପନ୍ଦାରିରେ ପଡ଼ିବ । ଘୁ ଘୁ ଶବ୍ଦ କରି ରଥ ଗଡ଼ିଯାଉଥିବା ବେଳେ ପନ୍ଦାରିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ । ପନ୍ଦାରି ଯୋଗୁ ଘର୍ଷଣ ନିୟନ୍ତ୍ରଣରେ ରହିବା ସହ  ଅଖ ଓ ଚକର ସୁରକ୍ଷା ହୋଇଥାଏ ।  

ରଥଖଳାରେ ତୁମ୍ବରେ ବିନ୍ଧ ଖୋଦେଇ ଶେଷ ହେବା ଉପରେ । ଗୁରୁବାରଠୁ  ଅଗର ବିନ୍ଧ ଖୋଦେଇ ଆରମ୍ଭ ହୋଇଛି । ସିଙ୍ଗଡ଼ା ବାଡ଼ିଆ ଅବସରରେ ସେଥିରେ ଅରକଣ୍ଟା ଲାଗିବ କୁହନ୍ତି  ଭୋଇ ସର୍ଦ୍ଦାର ରବି ଭୋଇ । ତୁମ୍ବରେ ଅର  ପାଇଁ ଯେପରି ୧୬ ଯୋଡ଼ା ବିନ୍ଧ ହେଉଛି ଠିକ୍‌  ସେହି ସଂଖ୍ୟକ ଅଗର ବିନ୍ଧ ଖୋଦେଇ ହୁଏ ।  ଅର ବିନ୍ଧ ତୁଳନାରେ ଅଗର ବିନ୍ଧ ଛୋଟ । ତିନି  ରଥର ମୁଖ୍ୟ ବିଶ୍ୱକର୍ମାଙ୍କ ତତ୍ତ୍ୱାବଧାନରେ ରଥ  ନିର୍ମାଣ ଆଗେଇ ଚାଲିଛି । 

ରଥ ଖଳାକୁ ୧୨  ଫୁଟିଆ ଅରମୁଣ୍ଡି କାଠ ଯୋଗାଯାଇଛି । ରଥରେ  ଗୁଜ ନିର୍ମାଣ ପାଇଁ ଅରମୁଣ୍ଡି କାଠ ଲାଗିବ ।  ଖଳାରେ ଚାଲିଥିବା ଚକ କାମକୁ ତାଳ ଦେଇ  ଶାଳରେ ତିଆରି ହେଉଛି ଲୁହା ସାମଗ୍ରୀ । ପ୍ରଥମ  ପର୍ଯ୍ୟାୟରେ ତୁମ୍ବ ପାଇଁ ଅରକଣ୍ଟା, ପନ୍ଦାରି ଓ  ବଳା ନିର୍ମାଣ ଚାଲିଥିବା ନନ୍ଦିଘୋଷର ମୁଖ୍ୟ  କମାର ସେବକ ଦାଶରଥି ମହାରଣା କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.