ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ରାସନ କାର୍ଡ ହିତାଧିକାରୀଙ୍କୁ ଏବେ ମିଳିବନି ଗହମ: କେଉଁ ଜିଲ୍ଲାର କେତେ ଚାହିଦା, ଏଯାଏଁ ସରିନି ହିସାବ

Published By : Prameya | November 7, 2024 8:01 AM

କଟକ/ଭୁବନେଶ୍ୱର,୦୭/୧୧:  ରାସନ କାର୍ଡ ହିତାଧିକାରୀଙ୍କୁ ଏବେ  ମିଳିବନି ଗହମ । ନୂଆବର୍ଷ ପୂର୍ବରୁ  ରାଜ୍ୟରେ ରାସନ କାର୍ଡଧାରୀଙ୍କୁ ଗହମ  ମିଳିବାର ସମ୍ଭାବନା ନାହିଁ । ଆସନ୍ତା  ଡିସେମ୍ବର ପର୍ଯ୍ୟନ୍ତ ହିତାଧିକାରୀଙ୍କୁ  କେବଳ ଚାଉଳ ଦେବାକୁ ସରକାର ଘୋଷଣା କରିଛନ୍ତି । ଅର୍ଥାତ୍‌ ଗହମ ପାଇଁ ଆହୁରି କିଛି ମାସ ଅପେକ୍ଷା  କରିବାକୁ ପଡ଼ିବ । ହିସାବ ଛିଣ୍ଡି  ନଥିବାରୁ ଗଚ୍ଛିତ ଗହମକୁ ଏବେ ନ  ବାଣ୍ଟିବା ପାଇଁ ଯୋଗାଣ ବିଭାଗ ପକ୍ଷରୁ  ନିର୍ଦ୍ଦେଶ ଦିଆଯାଇଛି ।  

୨୦୨୦-୨୧ରୁ ରାଜ୍ୟରେ ସାଧାରଣ  ବଣ୍ଟନ ବ୍ୟବସ୍ଥାରେ ଗହମ ଯୋଗାଣ ବନ୍ଦ  ରହିଛି । ହିତାଧିକାରୀଙ୍କୁ କେବଳ ଚାଉଳ  ମିଳୁଛି । ରାଜ୍ୟରେ ସରକାର ବଦଳିବା  ପରେ ନୂଆ ସରକାର ପୁଣି ଥରେ  ଗହମ ବଣ୍ଟନ ଆରମ୍ଭ କରିବାକୁ ନିଷ୍ପତ୍ତି  ନେଇଥିଲେ । ଖୋଦ୍‌ ଖାଦ୍ୟ ଯୋଗାଣ ଓ  ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର  ବିଧାନସଭାରେ ଏ ନେଇ ପ୍ରଥମେ  ସ୍ପଷ୍ଟ କରିଥିଲେ । ପରେ ଗଣମାଧ୍ୟମ  ସମ୍ମୁଖରେ ବି ପୁଣ ଗହମ ମିଳିବ ବୋଲି ଘୋଷଣା କରିଥିଲେ । ଏ ନେଇ  କେନ୍ଦ୍ରକୁ ଚିଠି କରିବା ସହ କେନ୍ଦ୍ରମନ୍ତ୍ରୀଙ୍କ ସହ ରାଜ୍ୟ  ଯୋଗାଣ ମନ୍ତ୍ରୀ ଆଲୋଚନା କରିଥିବା କହିଥିଲେ । 

କେନ୍ଦ୍ର  ବି ସକରାତ୍ମକ ଆଭିମୁଖ୍ୟ ଦେଖାଇ ରାସନ କାର୍ଡଧାରୀଙ୍କୁ  ଦିଆଯାଉଥିବା ଖାଦ୍ୟ ସାମଗ୍ରୀ ପରିମାଣରେ ସଂଶୋଧନ  ଆଣିଲେ । ନୂଆ ବ୍ୟବସ୍ଥାରେ ଓଡ଼ିଶାକୁ ୩ ଲକ୍ଷ ୩୩  ହଜାର ୪୯୧ ମେଟ୍ରିକ ଟନ ଚାଉଳ ଓ ୩୯ ହଜାର ୮୧୨  ମେଟ୍ରିକ ଟନ ଗହମ ମିଳିବ ବୋଲି କୁହାଗଲା । ମନ୍ତ୍ରୀ  ଘୋଷଣା କଲେ, ଅକ୍ଟୋବରରୁ ଚାଉଳ ସହ ଗହମ ବି  ପାଇବେ ରାସନ କାର୍ଡ ହିତାଧିକାରୀ । ମଧୁମେହ ରୋଗୀ  ଓ ରୁଟି ପ୍ରିୟ ଖାଉଟିଙ୍କ ମନ ଖୁସି ଥିଲା ଏ ଘୋଷଣାରେ ।  ହେଲେ ଏବେ ମିଳିବନି ଗହମ । 

ଏ ଦିଗରେ ଆଗେଇ ପାରିନି ଯୋଗାଣ ବିଭାଗ ।  ବର୍ତ୍ତମାନ ୫ କିଲୋ ହିସାବରେ ଅକ୍ଟୋବର, ନଭେମ୍ବର  ଓ ଡିସେମ୍ବର ମାସ ପାଇଁ ହିତାଧିକାରୀଙ୍କୁ ଏକକାଳୀନ  ୧୫ କିଲୋ ଲେଖାଏଁ ଚାଉଳ ଦେବାକୁ ନିର୍ଦ୍ଦେଶ  ଦିଆଯାଇଛି । ଏହା ପରେ ବର୍ତ୍ତମାନ ଗହମ ମିଳିବା  ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ଭିତିରି ସୂତ୍ର ଅନୁସାରେ  ବର୍ତ୍ତମାନ ଗହମ ବଣ୍ଟନକୁ ନେଇ ସରକାର କିଛି  ନିଷ୍ପତ୍ତି ନେଇନାହାନ୍ତି । ଅନେକ ପ୍ରକ୍ରିୟା ବାକି ରହିଛି ।  

ଏ ନେଇ ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି, ଗହମ ଆସି  ଗଚ୍ଛିତ ରହିଛି । ମାତ୍ର କେଉଁ ଜିଲ୍ଲା ପାଇଁ କେତେ ଗହମ  ଆବଶ୍ୟକ, ତା’ର ହିସାବ ହୋଇପାରିନି । ଏଥିପାଇଁ  ଆଉ କିଛି ସମୟ ଲାଗିବ । ଜିଲ୍ଲାସ୍ତରରୁ ଚାହିଦା ରିପୋର୍ଟ  ଆସିବା ପରେ ଗହମ ବଣ୍ଟନ ପ୍ରକ୍ରିୟା ଆଗେଇ ପାରିବ ।  କେଉଁ ହିତାଧିକାରୀ କେତେ ଗହମ ଚାହୁଁଛନ୍ତି, ତାହାର  ତଥ୍ୟ ସଂଗ୍ରହ କରି ମୋଟ ଚାହିଦା ମୁତାବକ ରିପୋର୍ଟ  ପ୍ରସ୍ତୁତ ହେବ । ତେଣୁ ୩ ମାସ ପାଇଁ ହିତାଧିକାରୀଙ୍କୁ  ପୂର୍ବଭଳି ଚାଉଳ ଦେବା ପାଇଁ ନିଷ୍ପତ୍ତି ହୋଇଛି । ଏହି  ସମୟ ଭିତରେ ଚାହିଦା ତଥ୍ୟ ସଂଗ୍ରହ କରାଯିବ ।  ଖାଲି ସେତିକି ନୁହେଁ, ଗହମ ପରିବହନ ପାଇଁ ନୂଆ  ଟେଣ୍ଡର ବି ହେବ । ଏସବୁ ପ୍ରକ୍ରିୟା ପରେ ନୂଆବର୍ଷରୁ  ଗହମ ମିଳିବା ନେଇ ସେ ଆଶାବ୍ୟକ୍ତ କରିଛନ୍ତି ।  

ସୂଚନାଯୋଗ୍ୟ, ଏଫସିଆଇରୁ ଯୋଗାଣ ବିଭାଗ  ଗୋଦାମକୁ ଗହମ ପରିବହନ ପାଇଁ ଟେଣ୍ଡର ଚୂଡ଼ାନ୍ତ  ହୋଇପାରିନି । ଯେଉଁ ଟେଣ୍ଡର ପ୍ରକାଶ ପାଇଥିଲା,  ତାହାର ଅବଧି ୬ ମାସ (ମାର୍ଚ୍ଚ ପର୍ଯ୍ୟନ୍ତ) ଥିବାରୁ  ପ୍ରାୟତଃ କେହି ଆଗ୍ରହ ଦେଖାଇଲେ ନାହିଁ । କେଉଁଠି  କେତେ ଗହମ ଦିଆଯିବ, ତାହା ସ୍ଥିର ହୋଇନାହିଁ । ତେଣୁ  ଗହମ ବଣ୍ଟନ ଏବେ ବନ୍ଦ ରଖିବାକୁ ସ୍ଥିର ହୋଇଛି ।   

କଟକ ରିଟେଲ ଡିଲର୍ସ ଆସାସିଏସନ୍‌ର  କାର୍ଯ୍ୟକାରୀ ସଭାପତି ସୈୟଦ୍‌ ଏକ୍ରାମ ହୁସେନ  କହିଛନ୍ତି, ଆଗରୁ ଗହମ ମିଳିବ ବୋଲି କୁହାଯାଇଥିଲା । ହେଲେ ପଡିକାର୍ଡରେ କେବଳ  ଚାଉଳ ଯୋଗାଣ ଘୋଷଣା ହିତାଧିକାରୀଙ୍କ ମଧ୍ୟରେ  ହତାଶା ଭାବ ସୃଷ୍ଟି କରିଛି । ରାଜ୍ୟ ସରକାର ତୁରନ୍ତ  ଏ ଦିଗରେ ପଦକ୍ଷେପ ନିଅନ୍ତୁ । ପଡିକାର୍ଡ ଧାରୀଙ୍କୁ  ଖୁଚୁରା ବିକ୍ରୟ କେନ୍ଦ୍ରରୁ ସାମଗ୍ରୀ ଉଠାଣ ସମୟରେ  ବାରମ୍ବାର ଲିଙ୍କ୍‌ ଫେଲ୍‌ ସମସ୍ୟାର ସମ୍ମୁଖୀନ ହେବାକୁ  ପଡ଼ୁଛି । ବାରମ୍ବାର କେନ୍ଦ୍ରକୁ ଯିବାକୁ ପଡ଼ିବା ସହ ଭିଡ଼  ବି ଜମୁଛି । ସର୍ଭର ଉନ୍ନତିକରଣ ନେଇ ମନ୍ତ୍ରୀ ଘୋଷଣା  କରିଥିବାବେଳେ ଏ ଦିଗରେ ତୁରନ୍ତ ପଦକ୍ଷେପ  ନିଆଯିବା ଆବଶ୍ୟକ ବୋଲି ସେ ଦାବି କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.