ପୁରୀ, ୧୧/୦୫: ସୋମବାର ଠାରୁ ପୁଣି ଚାଲିଲା ରତ୍ନଭଣ୍ଡାର ଗଣତିମଣତି  । ଚନ୍ଦନ ଯାତ୍ରା ପାଇଁ ଗଣତି ସ୍ଥଗତି ରହିଥିଲା । ଗତ ମାର୍ଚ୍ଚ ୨୫ରୁ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଅଳଙ୍କାର ଓ ମୂଲ୍ୟବାନ ସାମଗ୍ରୀର ଗଣତିମଣତି କାର୍ଯ୍ୟ ଆରମ୍ଭ ହୋଇଛି। ବିଭିନ୍ନ ପର୍ଯ୍ୟାୟରେ ବର୍ତ୍ତମାନ ପର୍ଯ୍ୟନ୍ତ ୫୭ଘଣ୍ଟା ୮ ମିନିଟ୍ ରତ୍ନଭଣ୍ଡାର ଗଣତି ହୋଇସାରିଛି। ତେବେ ଅକ୍ଷୟ ତୃତୀୟା ତିଥିରେ ରଥକାଠ ଅନୁକୂଳ ଏବଂ ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରାର ୨୧ ଦିନର ନୀତି ଲାଗି ଗଣତି କାର୍ଯ୍ୟ ବନ୍ଦ ରହିଥିଲା। ପୁଣି ଥରେ ଆଜି ଏବଂ ଆସନ୍ତାକାଲି ଗଣତି ଚାଲୁ ରହିବ।

ଆଜିଠାରୁ ମହାପ୍ରଭୁଙ୍କ ଭିତର ଚନ୍ଦନ ଯାତ୍ରା ଆରମ୍ଭହେବାକୁ ଯାଉଛି । ଏହି ଅବଧ ମଧ୍ୟରେ ରତ୍ନଭଣ୍ଡାର ଗଣତି ମହାପ୍ରଭୁଙ୍କ ଜାତ ଭୋଗ ଏବଂ ମଧ୍ୟାହ୍ନ ଧୂପ ପରେ ଆରମ୍ଭହେବ । ଏଣୁ ଅପରାହ୍ଣ ୪ଟାରୁ ସନ୍ଧ୍ୟା ଧୂପ ଶେଷ ପର୍ଯ୍ୟନ୍ତ ଭିତର କାଠ ଠାରୁ ଦର୍ଶନ ବନ୍ଦ ରହିବ । ସ୍ନାନ ଯାତ୍ରା ପୂର୍ବରୁ ସରିବ ମହାପ୍ରଭୁଙ୍କ ରତ୍ନ ଭଣ୍ଡାର ଗଣତି ମଣତି। ଏହା କହିଛନ୍ତି ଆଇମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।

ଅଧିକ ପଢନ୍ତୁ- ସୌମ୍ୟ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ୍ ଡିଜିଙ୍କ ପ୍ରତିକ୍ରିୟା : ଭିଡ଼ ହିଂସାର ତଥ୍ୟ ମିଳିନି, ପ୍ରମାଣ ମିଳିଲେ ଅଭିଯୁକ୍ତ ଉପରେ ଦଫା ଲାଗିବ