ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ, ଆଜି ହାଇକୋର୍ଟରେ ହେବ ଶୁଣାଣି

Published By : Prameya | March 12, 2025 9:48 AM

ପୁରୀ,୧୨/୦୩: ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ ନେଇ ବୁଧବାର  ହାଇକୋର୍ଟରେ ଶୁଣାଣି ହେବ । ଚାବି ହଜିବା ନେଇ ହୋଇଥିବା ରଘୁବୀର ଦାସ  ତଦନ୍ତ କମିଶନ ରିପୋର୍ଟ ଉପରେ ସରକାର ନିରବ ରହିଥିବାରୁ ହାଇକୋର୍ଟରେ  ଏନେଇ ଶୁଣାରି ସମୟରେ ଅଧିକ ସରଗରମ ହେବ । ଏହି ରିପୋର୍ଟ ଉପଯୁକ୍ତ  ସମୟରେ ବିଧାନସଭାରେ ଉପସ୍ଥାପିତ ନହେବାରୁ ଆଇନଜୀବୀ ଦିଲ୍ଲୀପ ବରାଳ  ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । 

୨୦୨୩ ଏପ୍ରିଲ ୨୫ରେ କୋର୍ଟ ଆବେଦନକୁ  ଗ୍ରହଣ କରି ସରକାରଙ୍କୁ ପକ୍ଷ ରଖିବାକୁ ନୋଟିସ୍‌ କରିଥିଲେ । ସରକାର ଗତବର୍ଷ  ଏପ୍ରିଲ ୫ ତାରିଖରେ ହାଇକୋର୍ଟରେ ସତ୍ୟପାଠ ଦେଇଥିଲେ । ଏଥିସହ  ହାଇକୋର୍ଟରେ ପରବର୍ତ୍ତୀ ଜବାବ ରଖିବା ପାଇଁ ୪ ମାସ ସମୟ ନେଇଥିଲେ । ମାତ୍ର ଏହା ଭିତରେ ନୂଆ ସରକାର ଗଠନକୁ ୯ ମାସ ଓ ହାଇକୋର୍ଟରୁ ନେଇଥିବା  ସମୟ ୫ ମାସ ଗଡ଼ିଗଲାଣି । ଏହି ସମୟ ଭିତରେ ଏକାଧିକ କ୍ୟାବିନେଟ୍‌ ବୈଠକ ବସିଛି । ହେଲେ କ୍ୟାବିନେଟ୍‌ରେ ଏହି ରିପୋର୍ଟ ଉପସ୍ଥାପନ କରାଯାଇନାହିଁ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.