ପ୍ରମୂଖ ଖବର
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ଶରଧାବାଲିରେ ରଥ ଦକ୍ଷିଣ ମୋଡ଼, ତାଳଧ୍ୱଜରେ ପ୍ଲେଟ୍‌ ଓ ନନ୍ଦିଘୋଷରେ କ୍ଲାମ୍ପ ଲାଗିଲା
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ମାଧୁରୀଙ୍କ ସହ ସ୍କ୍ରିନ ସେୟାର କରିବେ ରବି କିଶନ, କହିଲେ ଏଭଳି କିଛି…

Published By : Gurupada Nath | April 27, 2025 5:17 PM

ମୁମ୍ବାଇ,୨୭/୪ :‌ ଭୋଜପୁରୀ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ରବି କିଶନ ବଲିଉଡ଼ରେ ବି ନିଜ ଦବଦବା ଜାହିର କରିବାକୁ ଲାଗିଛନ୍ତି । କିରଣ ରାଓଙ୍କ ନିର୍ଦେଶନାରେ ନିର୍ମାଣ ହୋଇଥିବା ଫିଲ୍ମ ଲାପତା ଲେଡିଜରେ ପୋଲିସ ଚରିତ୍ର ନିଭାଇ ସେ ଖୁବ୍ ପ୍ରଶଂସା ସାଉଣ୍ଟିଛନ୍ତି । ଏବେ ଅଭିନେତା ହାତରେ ଆଉ ଗୋଟିଏ ହିନ୍ଦୀ ଫିଲ୍ମ ଲାଗିଛି ଯେଉଁଥିରେ ସେ ମୁଖ୍ୟ ଭୂମିକାରେ ନଜର ଆସୁଛନ୍ତି ।

ଏକ ରିପୋର୍ଟ ଅନୁସାରେ ରବି କିଶନ ସୁରେଶ ତ୍ରିବେଣୀଙ୍କ ନିର୍ଦେଶନାଧିନ କମେଡ଼ି ଫିଲ୍ମ ‘ମା ବହନ’ରେ କାଷ୍ଟ ହୋଇଛନ୍ତି । ଏହି ଫିଲ୍ମର ସୁଟିଂ ଏହି ବର୍ଷ ମଇରେ ମୁମ୍ବାଇରେ ଆରମ୍ଭ ହେବା ଖବର ଅଛି । ‘ମା ବହନ’ରେ ମାଧୁରୀ ଦୀକ୍ଷିତ, ତୃପ୍ତି ଡିମରୀ ଏବଂ ଧରନା ଦୁର୍ଗାଙ୍କ ସହ ମୁଖ୍ୟ ଭୂମିକା ନିଭାଇବାରେ ନଜର ଆସିବେ । ଏଭଳି ସ୍ଥଳେ ରବି କିଶନ ନିକଟରେ ଫିଲ୍ମକୁ ନେଇ ନିଜ ଉତ୍ସାହ ଜାହିର କରିଛନ୍ତି । ସେ ମାଧୁରୀ ଦୀକ୍ଷିତଙ୍କ ସହ କାମ କରିବାର ଭାଗ୍ୟ କହିଛନ୍ତି ।

ମାଧୁରୀ ଦୀକ୍ଷିତ ଏବଂ ତୃପ୍ତି ଡିମରୀଙ୍କ ସହ ସ୍କ୍ରିନ ସେୟାର କରିବା ନେଇ ରବି କିଶନ କହିଛନ୍ତି କି, ମାଧୁରୀ ଜି ବହୁତ ବଡ଼ ସୁପରଷ୍ଟାର ରହିଛନ୍ତି ଏବଂ ଆମେ ସମସ୍ତେ ବହୁ ବର୍ଷରୁ ତାଙ୍କର ତାରିଫ୍ କରି ଆସୁଛୁ । ଏହା ଏକ ଶାନଦାର ସମୟ ଅଟେ । ମୋତେ ଶ୍ରୀଦେବୀଙ୍କ ସହ କାମ କରିବାର ସୁଯୋଗ ମିଳିଛି, କିନ୍ତୁ ମାଧୁରୀ ଜିଙ୍କ ସହ କେବେ ସୁଯୋଗ ମିଳିନଥିଲା । ଏଥିଲାଗି ଏହା ଏକ ବଡ଼ ଆକର୍ଷଣ ଅଟେ, ସୌଭାଗ୍ୟ ଅଟେ କି ତାଙ୍କ ସହ କାମ କରିବା । ଭାରତର ନୂଆ ସେସଂଶନ ତ୍ରୃପ୍ତି ବି ଏହି ଫିଲ୍ମର ଭାଗିଦାରୀ ଅଟନ୍ତି , ଏଥିଲାଗି ଇଶ୍ବରଙ୍କ ଇଛାରୁ ଏହା ଏକ ଖୁବସୁରତ ପ୍ରୋଜେକ୍ଟ ହେବ ।

ରବି କିଶନ ଏହି ସମୟରେ ଫିଲ୍ମ ‘ମା ବହନ’ରେ ନିଜ ଚରିତ୍ରକୁ ନେଇ ବି କଥା ହୋଇଛନ୍ତି । ସେ କହିଛନ୍ତି, ଏହା ଏକ ବହୁତ ମନୋରଞ୍ଜନ ଫିଲ୍ମ ଅଟେ ଏହା ଏକ ଉଦ୍ଧୃତ ଚରିତ୍ର ଅଟେ ଏବଂ ଲୋକମାନେ ମୋତେ ପୂର୍ବରୁ କେବେ ଏହିଭଳି ଚରିତ୍ରରେ ଦେଖିନାହାନ୍ତି ।   

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.