ନୂଆଦିଲ୍ଲୀ,୧୧/୦୩; ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ହଟାଇବା ପାଇଁ ବିରୋଧୀ ଦଳ ଆଣିଥିବା ପ୍ରସ୍ତାବ ଉପରେ ସଂସଦରେ ଆଲୋଚନା ଦ୍ୱିତୀୟ ଦିନ ପାଇଁ ଜାରି ରହିଛି । ବିଜେପି ସାଂସଦ ରବି ଶଙ୍କର ପ୍ରସାଦ ବୁଧବାର ଗୃହରେ ଆଲୋଚନା ଆରମ୍ଭ କରିଥିଲେ । ଏହି ସମୟରେ ସେ ରାହୁଲ ଗାନ୍ଧୀଙ୍କ ବିଷୟରେ ଏପରି ମନ୍ତବ୍ୟ ଦେଇଥିଲେ ଯାହାକୁ ନେଇ ହଟ୍ଟଗୋଳ ହୋଇଥିଲା। ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରି ବିଜେପି ସଂସାଦ ରବି ଶଙ୍କର କହିଛନ୍ତି, ସେ ପ୍ରଧାନମନ୍ତ୍ରୀଙ୍କ ପଛରେ ପଡିଛନ୍ତି । ସେମାନେ ଶହୀଦଙ୍କ ଅପମାନ କରନ୍ତି । ତାଙ୍କର ସାଧାରଣ ଜ୍ଞାନ ନାହିଁ ।
ରାହୁଲଙ୍କୁ ଟାର୍ଗେଟ କରି ବିଜେପି ନେତା କହିଛନ୍ତି ଯେ, ସ୍ୱାଧୀନତା ପରେ ଏତେ ବର୍ଷ ମଧ୍ୟରେ ବାଚସ୍ପତିଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଉପରେ ବିତର୍କ ଦ୍ୱିତୀୟ ଥର ପାଇଁ ହେଉଛି । ଅନାସ୍ଥା ପ୍ରସ୍ତାବକୁ ବାଚସ୍ପତି ପଦ ପାଇଁ ଏକ ଉପକରଣ କରାଯିବା ଉଚିତ୍ ନୁହେଁ । ରବି ଶଙ୍କରଙ୍କର ଏହି ବୟାନ ପରେ ଗୃହରେ ହଟ୍ଟଗୋଳ ହୋଇଥିଲା ଏବଂ ବିରୋଧୀ ସାଂସଦମାନେ ପ୍ରବଳ ହୋ ହାଲ୍ଲା କରିଥିଲେ ।
ରାହୁଲ-ରବି ଶଙ୍କର ମୁହାଁମୁହିଁ- ବିଜେପି ନେତା ରବିଶଙ୍କର ପ୍ରସାଦ କହିଛନ୍ତି ଯେ, ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ତାଙ୍କ ପଦରୁ ହଟାଇବା ପାଇଁ ବିରୋଧୀଙ୍କ ପ୍ରସ୍ତାବ ତାଙ୍କ ବିରୁଦ୍ଧରେ ଅନାସ୍ଥା ଭୋଟ୍ ନୁହେଁ, ବରଂ କାହାର ଅହଂକାରକୁ ସନ୍ତୁଷ୍ଟ କରିବା ପାଇଁ ଥିଲା । ଅନାସ୍ଥା ପ୍ରସ୍ତାବକୁ କାହାର ଅହଂକାରକୁ ସନ୍ତୁଷ୍ଟ କରିବା ପାଇଁ ବ୍ୟବହାର କରାଯିବା ଉଚିତ୍ ନୁହେଁ। ବିରୋଧୀ ଦଳ ନେତା ପ୍ରଧାନମନ୍ତ୍ରୀଙ୍କ ଛାଇ ପରି, କିନ୍ତୁ ଏହା ମଧ୍ୟ କୁହାଯାଇଛି ଯେ ସେମାନେ ଜାତୀୟ ସ୍ୱାର୍ଥ ସମ୍ବନ୍ଧୀୟ ପ୍ରସଙ୍ଗରେ ସତର୍କତାର ସହ ଶବ୍ଦ ବାଛିବା ଉଚିତ୍। ବିରୋଧୀ ଦଳ ନେତା ସଂସଦ ଭିତରେ ଏବଂ ବାହାରେ ସରକାରଙ୍କୁ ସମାଲୋଚନା କରିପାରିବେ, କିନ୍ତୁ ବିଦେଶୀ ମାଟିରେ ଦଳୀୟ ରାଜନୀତିରେ ସାମିଲ ହେବା ଉଚିତ୍ ନୁହେଁ। ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏହାକୁ ପଢିବା ଉଚିତ । ରବି ଶଙ୍କର ପ୍ରସାଦ ଆହୁରି କହିଛନ୍ତି ଯେ, ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନାରେ ଅଂଶଗ୍ରହଣ କରି ରାହୁଲ ଗାନ୍ଧୀ ଜଣେ ପୂର୍ବତନ ସେନା ମୁଖ୍ୟଙ୍କ ସ୍ମୃତି ବିଷୟରେ କିଛି ମନ୍ତବ୍ୟ ଦେଇଥିଲେ । କଂଗ୍ରେସ ସଦସ୍ୟମାନେ ଏହା ଉପରେ ମନ୍ତବ୍ୟ ଦେଇଥିଲେ ଏବଂ ବାଚସ୍ପତିଙ୍କ ପୋଡିୟମ ନିକଟକୁ ଯାଇଥିଲେ ।
ଏହା ବି ପଢନ୍ତୁ...ପଶ୍ଚିମ ଏସିଆରୁ ଫେରିବେ ଭାରତୀୟ: ଏୟାର ଇଣ୍ଡିଆର ବଡ଼ ଘୋଷଣା, ଉଡ଼ିବ ୫୮ଟି ସ୍ୱତନ୍ତ୍ର ବିମାନ
କଣ କହିଥିଲେ ରାହୁଲ ? ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କହିଛନ୍ତି, ଏଠାରେ ଚର୍ଚ୍ଚା ଲୋକତାନ୍ତ୍ରିକ ପ୍ରକ୍ରିୟା ଏବଂ ସ୍ପୀକରଙ୍କ ଭୂମିକା ବାବଦରେ ହେଉଛି । ଅନେକ ସମୟରେ ମୋ ନା ନିଆଯାଇଛି ଏବଂ ମୋ ବିଷୟରେ ଅଜବ କଥା କୁହାଯାଇଛି । ଏହି ଗୃହ ଭାରତୀୟଙ୍କ ଅଭିବ୍ୟକ୍ତି । ଏହା କୌଣସି ଗୋଟିଏ ଦଳର ନୁହେଁ ଦେଶକୁ ପ୍ରତିନିଧିତ୍ୱ କରେ । ଶେଷ ଥର ପାଇଁ ଯେତେବେଳେ ମୁଁ କହିଥିଲି, ସେତେବେଳେ ମୁଁ ଆମର ପ୍ରଧାନମନ୍ତ୍ରୀ କରିଥିବା ବୁଝାମଣା ବିଷୟରେ ଏକ ମୌଳିକ ପ୍ରଶ୍ନ ଉଠାଇଥିଲି ।'' ଏହାର ଜବାବରେ ବିଜେପି ନେତା ତାଙ୍କୁ ସମାଲୋଚନା କରିଥିଲେ ।
ଲୋକସଭାରେ ବିରୋଧୀ ଦଳ ରାହୁଲ ଗାନ୍ଧୀଙ୍କୁ ଜବାବ ଦେଇ ବିଜେପି ସାଂସଦ ରବି ଶଙ୍କର ପ୍ରସାଦ କହିଛନ୍ତି, "ମୁଁ ବିରୋଧୀ ଦଳକୁ ମନେ ପକାଇ ଦେବାକୁ ଚାହୁଁଛି ଯେ ଭାରତର ପ୍ରଧାନମନ୍ତ୍ରୀଙ୍କ ସହ କେବେବି ଆପୋଷ ବୁଝାମଣା ହୋଇପାରିବ ନାହିଁ..."