ପ୍ରମୂଖ ଖବର
  • ଆସନ୍ତା ୩୧ ରେ ହେବନି ସ୍ବତନ୍ତ୍ର ଓଟିଇଟି ପରୀକ୍ଷା
  • ||
  • ଲାଞ୍ଚନେବା ପଡ଼ିଲା ମହଙ୍ଗା, ବନ୍ଧାହେଲେ ୪ ସରକାରୀ ବାବୁ
  • ||
  • ଦୀଘା ସମୁଦ୍ରରେ ଭାସିଗଲେ ଦୁଇ ପର୍ଯ୍ୟଟକ, ଜଣେ ଉଦ୍ଧାର
  • ||
  • ଭୁବନେଶ୍ବର: ଲାଞ୍ଚନେବା ପଡ଼ିଲା ମହଙ୍ଗା, ବନ୍ଧାହେଲେ ୪ ସରକାରୀ ବାବୁ
  • ||
  • ମେଟ୍ରୋ ପ୍ରକଳ୍ପକୁ ନେଇ ବଡ଼ ଅପ୍‌ଡେଟ୍, ଭୁବନେଶ୍ୱରରେ ନୂଆ ଢ଼ାଞ୍ଚାରେ ହେବ ମେ​‌ଟ୍ରୋ କରିଡ଼ର
  • ||
  • ଇଟାଲୀର ଲାମ୍ପେଡୁସା ଦ୍ୱୀପରେ ବୁଡ଼ିଲା ପ୍ରବାସୀ ଡଙ୍ଗା; ୨୬ ମୃତ, ୧୨ ନିଖୋଜ
  • ||
  • ଗଞ୍ଜାମ : ବିଷାକ୍ତ ସାପ କାମୁଡାରେ ମାଇଁ ଓ ଭାଣିଜୀ ମୃତ
  • ||
  • କଟକ : କେନାଲ ପାଣିରେ ଭାସିଯାଇ ନିଖୋଜ ହୋଇଥିଲେ ଛାତ୍ରୀ, ଉଦ୍ଧାର ହେଲା ମୃତଦେହ
  • ||
  • ଭିସୁଟ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ଡ୍ରେସ୍ କୋଡ୍, ପ୍ରଥମ ବର୍ଷ ଛାତ୍ରୀ ପିନ୍ଧିବେ ସାଲଓ୍ୱାର- କୁର୍ତ୍ତା, ପ୍ୟାଣ୍ଟ, ସାର୍ଟ ପିନ୍ଧିବେ ଛାତ୍ର
  • ||
  • କଂଗ୍ରେସର "ଭୋଟ୍‌ ଚୋର, ଗାଦି ଛାଡ଼' ଶୋଭାଯାତ୍ରା, ସନ୍ଧ୍ୟାରେ ଆୟୋଜିତ ହେବ ମଶାଲ ରାଲି
  • ||
  • କେନ୍ଦୁଝର : ଶୋଇଥିବା ବେଳେ ଦଂଶିଲା ସାପ, ଚାଲିଗଲା ମାଆ ପୁଅଙ୍କ ଜୀବନ
  • ||
  • ବଲାଙ୍ଗୀର : ମହଙ୍ଗା ପଡ଼ିଲା ପରକୀୟା ପ୍ରୀତି, ଧରାପଡ଼ିବାରୁ ଗାଁ ଦାଣ୍ଡରେ ଯୁବକଙ୍କୁ ବାନ୍ଧି ନିସ୍ତୁକ ମାଡ଼
  • ||
  • ଚାଷକୁ ଡବଲ୍‌ ଲଘୁଚାପ ଭରସା: ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାକୁ ପ୍ରବଳ ବର୍ଷା ଆଲର୍ଟ, କୋରାପୁଟ, ମାଲକାନଗିରିକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ
  • ||

ରବିଚନ୍ଦ୍ରନ ଅଶ୍ବିନ CSK ଉପରେ ଲଗାଇଲେ ବଡ଼ ଅଭିଯୋଗ, ଜାଣନ୍ତୁ କ’ଣ କହିଲେ …

Published By : Gurupada Nath | August 14, 2025 4:46 PM

ନୂଆଦିଲ୍ଲୀ,୧୪/୮ :  ଭାରତର ଭେଟରାନ କ୍ରିକେଟର ରବିଚନ୍ଦ୍ରନ ଅଶ୍ବିନ ଚେନ୍ନାଇ ସୁପର କିଙ୍ଗ୍ସ ଫ୍ରାଞ୍ଚାଇଜ ଉପରେ ବଡ଼ ଅଭିଯୋଗ ଲଗାଇଛନ୍ତି । ନିଜ ୟୁଟ୍ୟୁବ ଚ୍ୟାନେଲରେ ଅଶ୍ବିନ ଦାବି କରିଛନ୍ତି କି CSK ଡୋବାଲ୍ଡ ବ୍ରେବିସଙ୍କୁ ସାଇନ କରିବା ଲାଗି ସମସ୍ତଙ୍କୁ ଲୁଚାଇ ନେଣଦେଣ କରିଥିଲେ । ବ୍ରେବିସ ସେହି ଖେଳାଳୀ ଅଟନ୍ତି ଯିଏ ଚେନ୍ନାଇ ଟିମ୍ ଆଇପିଏଲ୍ ୨୦୨୫ରେ ଗୁରଜପନୀତ ସିଂହଙ୍କୁ ରିପ୍ଲେସମେଣ୍ଟ ଭାବେ ସାଇନ୍ କରିଥିଲେ । ଯୁବ ଦକ୍ଷିଣ ଆଫ୍ରିକା ଖେଳାଳୀ ବ୍ରେବିସଙ୍କୁ ଚେନ୍ନାଇ ଟିମ୍ ସେହି ସମୟରେ ୨.୨କୋଟି ଟଙ୍କାର ରାଶି ଦେଇ ନିଜ ସହ ଯୋଡ଼ି ଥିଲା ।

ରବିଚନ୍ଦ୍ରନ ଅଶ୍ବିନ କହିଥିଲେ କି କେତେକ ଟିମ୍ ବ୍ରେବିସଙ୍କୁ ନିଜ ସ୍କ୍ବାଡ଼ରେ ସାମିଲ କରିବାକୁ ଚାହୁଁଥିଲେ । କିନ୍ତୁ ବ୍ରେବିସଙ୍କ ଏଜେଣ୍ଟ୍ସ ସହ କେତେକ ଥର କଥା ହେବା ପରେ CSK ଅଧିକ ଟଙ୍କା ଦେଇ ତାଙ୍କୁ ନିଜ ସହ ସାମିଲ କରିଥିଲେ । ଅଶ୍ବିନ ଏହା ବି କହିଥିଲେ କି ବ୍ରେବିସଙ୍କ ଭଳି ଖେଳାଳୀଙ୍କୁ ଜଣା କି ଅକ୍ସନରେ ତାଙ୍କୁ ବ୍ରେସ ପ୍ରାଇସରୁ ଅଧିକ ଟଙ୍କା ମିଳିବ । ଏଥିଲାଗି ତାଙ୍କ ନିକଟରେ ପାଓ୍ବାର ହେବାମାତ୍ରକେ ସେ ନିଜ ମନ ମୁତାବକ ଟଙ୍କା ରଖିପାରିବେ । 

ରବିଚନ୍ଦ୍ରନ ଅଶ୍ବିନ କହିଛନ୍ତି କି, ମୁଁ ବ୍ରେବିସଙ୍କ ବିଷୟରେ କିଛି କହୁଛି । ସେ ପୂର୍ବ ଆଇପିଏଲ୍ ସିଜନ ଚେନ୍ନାଇ ସୁପର କିଙ୍ଗ୍ସ ସହ ବହୁ ଭଲ ସମୟ ବିତାଇଛନ୍ତି ଏବଂ କେତେକ ଟିମ୍ ତାଙ୍କ ଉପରେ ଇଛା ଦେଖାଉଥିଲେ । କେତେକ ଟିମ୍ ତାଙ୍କୁ ଅଧିକ ପ୍ରାଇସ କାରଣରୁ ନିଜ ସହ ସାମିଲ କରିନଥିଲେ । ରିପ୍ଲେସମେଣ୍ଟ ଭାବେ ତାଙ୍କୁ ବେସ ପ୍ରାଇସର ଟଙ୍କା ମିଳିବା ଆବଶ୍ୟକ ଥିଲା । କିନ୍ତୁ ଆପଣ ଏଜେଣ୍ଟ୍ସଙ୍କ ସହ ସମ୍ପର୍କରେ ଆସୁଛନ୍ତି ଏବଂ ଖେଳାଳୀ କହୁଛନ୍ତି କି ଟଙ୍କା ଅଧିକ ମିଳିବ ତ ସେ ଟିମରେ ଜଏନ କରିବେ । 

ଅଶ୍ବିନ ଆଗକୁ ମଧ୍ୟ କହିଛନ୍ତି କି, ଏହା ଏଥିଲାଗି ହୋଇଥାଏ କି କାରଣ ଖେଳାଳୀ ଜାଣିଥାନ୍ତି କି ଆଗାମୀ ସିଜନରେ ତାଙ୍କୁ ରିଲିଜ କରାଯିବ ତ ତାଙ୍କୁ ଅକ୍ସନରେ ବହୁ ବଢିଆ ଟଙ୍କା ମିଳିବ । ବ୍ରେବିସଙ୍କ କନ୍ସେପ୍ଟ ଏହା ଥିଲା କି ଏଭଳି ହୋଇପାରେ ଅଧିକ ଟଙ୍କା ମିଳିବ ନ ହେଲେ ଆଗାମୀ ସିଜନରେ ଅକ୍ସନରେ ନାଁ ରେଜିଷ୍ଟର କରିବେ । କାରଣ CSK ଅଧିକ ଟଙ୍କା ଦେବାକୁ ରାଜି ଥିଲା , ଏଥିଲାଗି ସେ ଟିମରେ ଆସିଥିଲେ ।

ଡୋବାଲ୍ଡ ବ୍ରେବିସ ଗତ ସିଜନରେ କେବଳ ୬ମ୍ୟାଚ ଖେଳିଥିଲେ, ଯେଉଁଥିରେ ସେ ୩୭.୫୦ପ୍ରତିଶତରେ ୨୨୫ରନ୍ କରିଥିଲେ । ୬ମ୍ୟାଚରେ ସେ ୨ଟି ଅର୍ଦ୍ଧଶତକ ବି ମାରିଥିଲେ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.