ନୂଆଦିଲ୍ଲୀ,୮।୧୧: ଭାରତୀୟ ରିଜର୍ଭ ବ୍ୟାଙ୍କ ବା ଆରବିଆଇର ବଦଳୁଛି ଟେକ୍ନୋଲୋଜି। ଏବେ ବିନା ବ୍ୟାଙ୍କ ଆକାଉଣ୍ଟରେ ମଧ୍ୟ କରି ହେବ ୟୁପିଆଇ ପେମେଣ୍ଟ। ଆର ‘ଜୁନିଓ ପେମେଣ୍ଟସ୍’ ପ୍ରାଇଭେଟ୍ ଲିମିଟେଡ୍‌କୁ ଡିଜିଟାଲ ଓ୍ବାଲେଟ୍ ସେବା ଆରମ୍ଭ କରିବାକୁ ଅନୁମତି ଦେଇଛି। ଆଜି ଭାରତ ଦୁନିଆର ସବୁଠାରୁ ବଡ ଡିଜିଟାଲ ପେମେଣ୍ଟର ବ୍ୟବହାର କରୁଥିବା ଦେଶରେ ସାମିଲ ହେବ। ଆଜି ଛୋଟ ଛୋଟ ଦୋକାନରୁ ନେଇ ବଡ଼ ବଡ଼ ମଲ୍‌ ପର୍ଯ୍ୟନ୍ତ ଲୋକେ ଅନଲାଇନ୍ ପେମେଣ୍ଟର ବ୍ୟବହାର କରିବାରେ ଲାଗିଛନ୍ତି।

ଆଜି ପ୍ରାୟ ସବୁ ଦୋକାନରେ ଡିଜିଟାଲ ପେମେଣ୍ଟର ସୁବିଧା ରହିଛି। ଆପଣଙ୍କୁ ଡିଜିଟାଲ ପେମେଣ୍ଟ କରିବା ପାଇଁ ବ୍ୟାଙ୍କ ଖାତାର ଆବଶ୍ୟକତା ନାହିଁ। ଆରବିଆଇ ଏହି ଯୋଜନା ଅନୁସାରେ, ୟୁଜର୍ସ ଯାହାଙ୍କ ବ୍ୟାଙ୍କ ଆକାଉଣ୍ଟ ନାହିଁ, ସେମାନେ ଅନଲାଇନ୍ ପେମେଣ୍ଟ କରିପାରିବେ। ଆରବିଆଇ ଜୁନିଓ ଅନୁସାରେ ଖୁବ୍ ଶୀଘ୍ର ୟୁପିଆଇର ନୂଆ ଡିଜିଟାଲ ଓ୍ବାଲେଟ୍ ଲଞ୍ଚ କରିବାକୁ ଯାଉଛି। ଯାହାର ବ୍ୟବହାର ଏଭଳି ୟୁଜର କରିପାରିବେ, ଯାହାଙ୍କ ବ୍ୟାଙ୍କ ଆକାଉଣ୍ଟ ନାହିଁ।

ଅଙ୍କିତା ଗେରା ଓ ଶଙ୍କର ନାଥ ପିଲା ଓ ଯୁବପୀଢିଙ୍କ ପାଇଁ ଜୁନିଓ ଆପ୍ ଆରମ୍ଭ କରିଛନ୍ତି। ଏହି ଆପ୍‌ର ଲକ୍ଷ୍ୟ ପିଲାଙ୍କୁ ଦାୟିତ୍ବର ସହ ଟଙ୍କା ଖର୍ଚ୍ଚ  କରିବା ଓ ସଞ୍ଚୟ କରିବା ଶିଖାଇବା। ଜୁନିଓ ପେମେଣ୍ଟର ବ୍ୟବହାର କରିବା ପାଇଁ ପିଲାଙ୍କୁ ବାପା-ମା’ଟଙ୍କା ଟ୍ରାନ୍ସପର କରିପାରନ୍ତି।  ଏହା ସହ ଖର୍ଚ୍ଚର ସୀମା ଧାର୍ଯ୍ୟ କରିବା ସହ ଟ୍ରାଞ୍ଜାକସନ୍ ଉପରେ ନଜର ରଖିବାର ସୁବିଧା ମଧ୍ୟ ଜୁନିଓ ପେମେଣ୍ଟ ଦେଇଥାଏ।ଆପ୍‌ରେ ବହୁତ ଗୁଡିକ ଆକର୍ଷଣୀୟ ଫିଚର୍ସ ରହିଛି। ଜୁନିଓକୁ ବିନା ବ୍ୟାଙ୍କ ଆକାଉଣ୍ଷରେ ପିଲାମାନେ ବ୍ୟବହାର କରିପାରିବେ। ଏହାକୁ ୟୁପିଆଇ କ୍ୟୁଆର କୋଡ୍‌ ସ୍କାନ କରି ସହଜରେ ପେମେଣ୍ଟ କରିପାରିବେ।