ନୂଆଦିଲ୍ଲୀ, ୧୪/୦୪:  ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ  ଏସ୍‌ବିଆଇ ଏହାର ସ୍ଥାୟୀ ଜମା (ଏଫ୍‌ଡି) ସୁଧହାରରେ ୦.୨୦%  ଯାଏ ହ୍ରାସ ଘୋଷଣା କରିଛି । ଏବେ ଏସ୍‌ବିଆଇର ୧ ବର୍ଷିଆ  ଏଫ୍‌ଡି ଲାଗି ୬.୭୦% ସୁଧ ମିଳିବ । ନୂଆ ସୁଧହାର ୧୫ ଏପ୍ରିଲରୁ  ଲାଗୁ ହେବ । ଏହା ପୂର୍ବରୁ ନିକଟରେ କାନାରା ବ୍ୟାଙ୍କ ଏବଂ  କୋଟାକ ମହିନ୍ଦ୍ରା ବ୍ୟାଙ୍କ ଏଫ୍‌ଡି ସୁଧ ହାରରେ ହ୍ରାସ ଘୋଷଣା  କରିଥିଲେ । ରିଜର୍ଭ ବ୍ୟାଙ୍କ ରେପୋ ରେଟ୍‌ ହ୍ରାସ କରିବା ପରେ  ବ୍ୟାଙ୍କ ଗୁଡ଼ିକ ଏଫ୍‌ଡି ସୁଧହାର କମାଉଛନ୍ତି । ଏସ୍‌ବିଆଇ ଅମୃତ  ବୃଷ୍ଟି ସ୍ପେଶାଲ ସ୍କିମର ସୁଧହାର ମଧ୍ୟ ହ୍ରାସ କରିଛି । ଏହି ସ୍କିମରେ  ୪୪୪ ଦିନରେ ଏଫ୍‌ଡି ଉପରେ ବାର୍ଷିକ ୭.୦୫% ସୁଧହାର  ମିଳିବ । ବରିଷ୍ଠ ନାଗରିକଙ୍କୁ ବାର୍ଷିକ ୭.୫୫% ଏବଂ ସୁପର  ସିନିୟର ସିଟିଜେନଙ୍କୁ ୭.୬୫% ସୁଧହାର ପ୍ରଦାନ କରାଯିବ ।